Operation Sindoor: ଜାରି ହେଲା ଏୟାର ଷ୍ଟ୍ରାଇକ୍ ର ନୂଆ Video
ନୂଆଦିଲ୍ଲୀ ୧୧।୫: ଭାରତର ଅପରେସନ ‘ସିନ୍ଦୂର’ ଓ ପାକିସ୍ତାନ ସହ ଉତ୍ତେଜନାକୁ ନେଇ ରବିବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ସ୍ଥଳ ସେନାର ମହାନିର୍ଦ୍ଦେଶକ ସୈନ୍ୟ ଅଭିଯାନ (ଡିଜିଏମଓ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ଭାରତୀୟ ବାୟୁସେନାର ଡିଜିଏୟାର ଅପରେସନ (ଡିଜିଏଓ) ଅବଧେଶ କୁମାର ଭାରତୀ ଏବଂ ଭାରତୀୟ ନୌସେନାର ମହାନିର୍ଦ୍ଦେଶକ ନୌସେନା ଅଭିଯାନ (ଡିଜିଏନଓ) ଭାଇସ ଆଡମିରାଲ ଏ.ଏନ.ପ୍ରମୋଦ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେମାନେ ଭାରତର ଏହି ଅପରେସନରେ ପାକ୍ ସେନାର ୩୫ରୁ ୪୦ ଜଣ ଜବାନ ଓ ଅଫିସର ପ୍ରାଣ ହରାଇଥିବା କହିଛନ୍ତି। ଏହା ସହିତ ଭାରତ ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ୍ ର ନୂଆ ଭିଡିଓ ମଧ୍ୟ ଜାରି କରିଛନ୍ତି। ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ଘାଇ କହିଛନ୍ତି ଯେ ପାକିସ୍ତାନୀ ସେନାର ସୂଚନା ଅନୁସାରେ ୭ରୁ ୧୦ ମେ ମଧ୍ୟରେ ନିୟନ୍ତ୍ରଣ ରେଖାରେ ତୋପଖାନା ଓ ଛୋଟ ଅସ୍ତ୍ରଶସ୍ତ୍ର ଦ୍ୱାରା ହୋଇଥିବା ଆକ୍ରମଣରେ ତାର ୩୫ରୁ ୪୦ ଜଣ ଜବାନ ପ୍ରାଣ ହରାଇଛନ୍ତି। #WATCH | Delhi: #OperationSindoor | DGMO Lieutenant General Rajiv Ghai says "...Some of the air fields and dumps saw repeated attacks in waves from the air. All were thwarted. The Pakistan Army has reported to have lost approximately 35 to 40 personal
ନୂଆଦିଲ୍ଲୀ ୧୧।୫: ଭାରତର ଅପରେସନ ‘ସିନ୍ଦୂର’ ଓ ପାକିସ୍ତାନ ସହ ଉତ୍ତେଜନାକୁ ନେଇ ରବିବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ସ୍ଥଳ ସେନାର ମହାନିର୍ଦ୍ଦେଶକ ସୈନ୍ୟ ଅଭିଯାନ (ଡିଜିଏମଓ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ଭାରତୀୟ ବାୟୁସେନାର ଡିଜିଏୟାର ଅପରେସନ (ଡିଜିଏଓ) ଅବଧେଶ କୁମାର ଭାରତୀ ଏବଂ ଭାରତୀୟ ନୌସେନାର ମହାନିର୍ଦ୍ଦେଶକ ନୌସେନା ଅଭିଯାନ (ଡିଜିଏନଓ) ଭାଇସ ଆଡମିରାଲ ଏ.ଏନ.ପ୍ରମୋଦ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ।
ସେମାନେ ଭାରତର ଏହି ଅପରେସନରେ ପାକ୍ ସେନାର ୩୫ରୁ ୪୦ ଜଣ ଜବାନ ଓ ଅଫିସର ପ୍ରାଣ ହରାଇଥିବା କହିଛନ୍ତି। ଏହା ସହିତ ଭାରତ ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ୍ ର ନୂଆ ଭିଡିଓ ମଧ୍ୟ ଜାରି କରିଛନ୍ତି। ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ଘାଇ କହିଛନ୍ତି ଯେ ପାକିସ୍ତାନୀ ସେନାର ସୂଚନା ଅନୁସାରେ ୭ରୁ ୧୦ ମେ ମଧ୍ୟରେ ନିୟନ୍ତ୍ରଣ ରେଖାରେ ତୋପଖାନା ଓ ଛୋଟ ଅସ୍ତ୍ରଶସ୍ତ୍ର ଦ୍ୱାରା ହୋଇଥିବା ଆକ୍ରମଣରେ ତାର ୩୫ରୁ ୪୦ ଜଣ ଜବାନ ପ୍ରାଣ ହରାଇଛନ୍ତି।
#WATCH | Delhi: #OperationSindoor | DGMO Lieutenant General Rajiv Ghai says "...Some of the air fields and dumps saw repeated attacks in waves from the air. All were thwarted. The Pakistan Army has reported to have lost approximately 35 to 40 personal in artillery and small arms… pic.twitter.com/A3i9PL9MVR— ANI (@ANI) May 11, 2025
ଲେଫ୍ଟନାଣ୍ଟ ଜେନେରାଲ ଘାଇ କହିଛନ୍ତି ଯେ ୩ ଦିନ ଧରି ଉତ୍ତେଜନା ଜାରି ରହିଥିଲା, ଏହା କୌଣସି ଯୁଦ୍ଧଠାରୁ କମ୍ ନଥିଲା। ଆମର ସମସ୍ତ ପାଇଲଟ ସୁରକ୍ଷିତ ଫେରି ଆସିଛନ୍ତି। ତେବେ ଅପରେସନ ସିନ୍ଦୂରରେ ଭାରତର ୫ ଜଣ ଜବାନ ଓ ଅଧିକାରୀ ଶହିଦ ହୋଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏୟାରମାର୍ଶଲ ଏ.କେ. ଭାରତୀ ମୁରିଦକେ ଓ ବାହାବଲପୁର ଆତଙ୍କବାଦୀ କ୍ୟାମ୍ପ ଉପରେ କରାଯାଇଥିବା ଆକ୍ରମଣର ଭିଡିଓ ଜାରି କରିଛନ୍ତି।
ସେହିପରି ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ଘାଇ କହିଛନ୍ତି ଯେ ୬ଓ ୭ ମେ ରାତିରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ହୋଇଥିବା ଆକ୍ରମଣରେ ଅନୁନ୍ୟ ୧୦୦ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ୟୁସୁଫ ଅଜହର, ଅବଦୁଲ ମଲ୍ଲିକ ରଉଫ ଓ ମୁଦାସୀର ଅହମଦ ଭଳି ଆତଙ୍କବାଦୀ ଟାର୍ଗେଟ୍ ମଧ୍ୟ ଥିଲେ। ଏମାନେ ଏୟାର ଇଣ୍ଡିଆ ଆଇସି ୮୧୪ ଅପହରଣ ଓ ପୁଲବାମା ବିସ୍ଫୋରଣରେ ସାମିଲ ଥିଲେ।
#WATCH | Delhi: DGMO Lieutenant General Rajiv Ghai says "...Those strikes across those nine terror hubs left more than 100 terrorists killed, including high value targets such as Yusuf Azhar, Abdul Malik Rauf and Mudasir Ahmed that were involved in the hijack of IC814 and the… pic.twitter.com/IeH6Je6STE— ANI (@ANI) May 11, 2025
ଏୟାର ମାର୍ଶଲ ଏ.କେ.ଭାରତୀ କହିଛନ୍ତି ଯେ ୮ଓ ୯ ମେ ରାତିରେ ଆମ ସହରମାନଙ୍କ ଉପରେ ଡ୍ରୋନ, ମାନବରହୀତ କ୍ଷେପଣାସ୍ତ୍ରରେ ବ୍ୟାପକ ଆକ୍ରମଣ କରାଯାଇଥିଲା। ଯାହା ଶ୍ରୀନଗରରୁ ଆରମ୍ଭ ହୋଇ ନାଲିୟା ପର୍ଯ୍ୟନ୍ତ ଚାଲିଥିଲା। ଆମେ ପ୍ରସ୍ତୁତ ଥିଲୁ ଓ ଆମର ଏୟାରଡିଫେନ ସିଷ୍ଟମ ପ୍ରସ୍ତୁତି ଏହା ସୁନିଶ୍ଚିତ କରିଥିଲା ଯେ ମାଟି ଉପରେ ଶତ୍ରୁପକ୍ଷଙ୍କ ଦ୍ୱାରା ଟାର୍ଗେଚ୍ କରାଯାଇଥିବା ଆମ ଲକ୍ଷ୍ୟ ସ୍ଥଳକୁ ଯେପରି ନ ପହଞ୍ଚେ ଓ ଆମେ ଏହାର ଏକ ସନ୍ତୁଳିତ ପ୍ରତିକ୍ରିୟା ଦେଇଥିଲୁ, ଏଥିରେ ଗୁଜରାଂବାଲା ସେନା ଇନଷ୍ଟାଲେସନ ଓ ରାଡାର ସ୍ଥଳକୁ ଟାର୍ଗେଟ କରିଥିଲୁ।
#WATCH | Delhi: Air Marshal AK Bharti shows the detailed missile impact video at Bahwalpur terror camp. #OperationSindoor pic.twitter.com/OnT5sdwrND— ANI (@ANI) May 11, 2025
ଡ୍ରୋନ ଆକ୍ରମଣ ସକାଳ ପର୍ଯ୍ୟନ୍ତ ଜାରି ଥିଲା, ଯାହାର ଆମେ ମୁକାବିଲା କରିଥିଲୁ। ଡ୍ରୋନ ଆକ୍ରମଣ ଲାହୋର ନିକଟରୁ କେଉଁଠୁ ହେଉଥିଲା ତାହା ମଧ୍ୟ ଆମେ ନିଶ୍ଚିତ କରିଥିଲୁ। ତେବେ ଏହି ଆକ୍ରମଣ କାଳରେ ଶତ୍ରୁ ନିଜର ଯାତ୍ରୀବାହୀ ବିମାନକୁ ବି ଲାହୋରରୁ ଉଡାଣ କରିବାକୁ ଅନୁମତି ଦେଇଥିଲା। ଏଥିରେ ନା କେବଳ ଶତ୍ରୁପକ୍ଷର ଯାତ୍ରୀ ବିମାନ ଥିଲା ଅନ୍ତର୍ଜାତୀୟ ଯାତ୍ରୀବିମାନ ମଧ୍ୟ ସାମିଲ ଥିଲେ। ଯାହା ଅସମ୍ବେଦନଶୀଳ ହୋଇଥିଲେ ମଧ୍ୟ ଆମକୁ ଅତ୍ୟାଧିକ ସତର୍କତା ଅବଲମ୍ବନ କରିବାକୁ ପଡିଥିଲା।
#WATCH | Delhi: Air Marshal AK Bharti shows the detailed missile impact video at Muridke terror camp. #OperationSindoor pic.twitter.com/fzMCcCMCRn— ANI (@ANI) May 11, 2025