ଗୁଣି ଗାରେଡି ସନ୍ଦେହରେ ହତ୍ୟା
ମାଲକାନଗିରି : ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ତଣ୍ଡାପାଲି ଗାଁରେ । ମୃତକ ହେଲେ ଲକ୍ଷ୍ମା କବାସୀ । ଧାରୁଆ ଅସ୍ତ୍ରରେ ଟଙ୍କା ବେକ କାଟି ସାବେରି ନଦୀରେ ମୃତଦେହକୁ ଫୋପାଡ଼ି ଦେଇଥିଲେ ଦୁର୍ବୁତ୍ତ I ମିଳିଥିବା ସୂଚନା ଅନୂଯାୟୀ, ଗତକାଲି ରାତିରେ ଲକ୍ଷ୍ମା ଘରକୁ ପେରିନଥିବା ବେଳେ ଘରଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଆଜି ସକାଳେ ଟଙ୍କା ମୃତଦେହ ସାବେରି ନଦୀରେ ଭାସୁଥିବାର ଦେଖିଥିଲେ ଗାଁ ଲୋକେ […]

ମାଲକାନଗିରି : ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ତଣ୍ଡାପାଲି ଗାଁରେ । ମୃତକ ହେଲେ ଲକ୍ଷ୍ମା କବାସୀ । ଧାରୁଆ ଅସ୍ତ୍ରରେ ଟଙ୍କା ବେକ କାଟି ସାବେରି ନଦୀରେ ମୃତଦେହକୁ ଫୋପାଡ଼ି ଦେଇଥିଲେ ଦୁର୍ବୁତ୍ତ I
ମିଳିଥିବା ସୂଚନା ଅନୂଯାୟୀ, ଗତକାଲି ରାତିରେ ଲକ୍ଷ୍ମା ଘରକୁ ପେରିନଥିବା ବେଳେ ଘରଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଆଜି ସକାଳେ ଟଙ୍କା ମୃତଦେହ ସାବେରି ନଦୀରେ ଭାସୁଥିବାର ଦେଖିଥିଲେ ଗାଁ ଲୋକେ Iଲକ୍ଷ୍ମା ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ କିଛି ଦୁର୍ବୃତ୍ତ ତାଙ୍କର ଗଳାକୁ ଧାରୁଆ ଅସ୍ତ୍ରରେ କାଟି ତାଙ୍କୁ ହତ୍ୟା କରିଛନ୍ତି ।
ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏହା ପରେ ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପରିବାରଲୋକଙ୍କ ଅଭିଯୋଗ ଆଧାରରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।