ଓଡିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର: ଶୁକ୍ରବାର ଓଡିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଦିନିକିଆ ଗସ୍ତରେ ଆସି ସାଢେ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠୁ ସିଧାସଳଖ ରାଜଭବନ ଯିବେ। ରାଜ୍ୟପାଳଙ୍କ ସହ ତାଙ୍କର ସୌଜନ୍ୟ ମୂଳକ ସାକ୍ଷାତ ରହିଛି। ପାଖାପାଖି ଘଣ୍ଟାଏ ଧରି ରାଜଭବନରେ ରହିବେ ହିମନ୍ତ ବିଶ୍ୱଶର୍ମା। ପରେ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ଯିବେ। ସେଠୁ ଝାଡଖଣ୍ଡ ଅଭିମୁଖେ ଯାତ୍ରା କରିବେ।