ଦଳିତଙ୍କୁ ଅଣଦେଖା ରାଜନୈତିକ ଦଳ ପାଇଁ ମହଙ୍ଗା ପଡ଼ିବ : କଳାହାଣ୍ଡିରେ ଦଳିତ ଭୋଟ ହରାଇପାରେ କଂଗ୍ରେସ
କଳାହାଣ୍ଡି,୩୦/୦୩-ଆମ ଦେଶ ସ୍ୱାଧୀନତା ସଂଗ୍ରାମରେ ଭାରତୀୟ ଜାତୀୟ କଂଗ୍ରେସର ଅବଦାନ ବିଷୟରେ ଆମ ସମସ୍ତେ ଜାଣୁ। ତେଵେ ସାରା ଦେଶରେ ଯେତେବେଳେ ଭାରତୀୟ ଜାତୀୟ କଂଗ୍ରେସର ଉଦବେଳନ ଦେଖା ଦେଉଥିଲା ସେତେବେଳେ କିନ୍ତୁ କଳାହାଣ୍ଡିରେ ତାର ଖାସ ପ୍ରଭାବ ଦେଖାଯାଇନଥିଲା। ଏଠିକାର ଲୋକଙ୍କ ଦାରିଦ୍ର୍ୟ, ନିରକ୍ଷରତା, ନିଷ୍ଠୁର ରାଜତନ୍ତ୍ର ଓ ମାତ୍ରାଧିକ ସାମନ୍ତବାଦୀ ବିଚାରଧାରା ହିଁ କଂଗ୍ରେସ ଓ ତାର ବିଚାରଧାରାକୁ କଳାହାଣ୍ଡିକୁ ପ୍ରାୟ ପ୍ରବେଶ କରିବାକୁ ଦେଇନଥିଲା। ପରିଣାମ ସ୍ୱରୂପ ସ୍ୱାଧୀନତା ପରବର୍ତ୍ତି ନିର୍ବାଚନରେ ଯେତେବେଳେ […] The post ଦଳିତଙ୍କୁ ଅଣଦେଖା ରାଜନୈତିକ ଦଳ ପାଇଁ ମହଙ୍ଗା ପଡ଼ିବ : କଳାହାଣ୍ଡିରେ ଦଳିତ ଭୋଟ ହରାଇପାରେ କଂଗ୍ରେସ appeared first on Odisha.News.

କଳାହାଣ୍ଡି,୩୦/୦୩-ଆମ ଦେଶ ସ୍ୱାଧୀନତା ସଂଗ୍ରାମରେ ଭାରତୀୟ ଜାତୀୟ କଂଗ୍ରେସର ଅବଦାନ ବିଷୟରେ ଆମ ସମସ୍ତେ ଜାଣୁ। ତେଵେ ସାରା ଦେଶରେ ଯେତେବେଳେ ଭାରତୀୟ ଜାତୀୟ କଂଗ୍ରେସର ଉଦବେଳନ ଦେଖା ଦେଉଥିଲା ସେତେବେଳେ କିନ୍ତୁ କଳାହାଣ୍ଡିରେ ତାର ଖାସ ପ୍ରଭାବ ଦେଖାଯାଇନଥିଲା। ଏଠିକାର ଲୋକଙ୍କ ଦାରିଦ୍ର୍ୟ, ନିରକ୍ଷରତା, ନିଷ୍ଠୁର ରାଜତନ୍ତ୍ର ଓ ମାତ୍ରାଧିକ ସାମନ୍ତବାଦୀ ବିଚାରଧାରା ହିଁ କଂଗ୍ରେସ ଓ ତାର ବିଚାରଧାରାକୁ କଳାହାଣ୍ଡିକୁ ପ୍ରାୟ ପ୍ରବେଶ କରିବାକୁ ଦେଇନଥିଲା। ପରିଣାମ ସ୍ୱରୂପ ସ୍ୱାଧୀନତା ପରବର୍ତ୍ତି ନିର୍ବାଚନରେ ଯେତେବେଳେ କଂଗ୍ରେସ ସାରା ଦେଶରେ ତାର ବିଜୟ ବାନା ଉଡାଉଥିଲା ସେତେବେଳେ କିନ୍ତୁ କଳାହାଣ୍ଡିରେ କଂଗ୍ରେସ ବିରୋଧୀ ଦଳ ହିଁ ବହୁମାତ୍ରାରେ ନିର୍ବାଚନରେ ବିଜୟ ଲାଭ କରୁଥିଲା। ଦୁର୍ଭାଗ୍ୟର ବିଷୟ ଏ ପରମ୍ପରା କ୍ରମାଗତ ଭାବେ ପ୍ରାୟ ଚାଳିଶ ବର୍ଷ ଲାଗି ରହିଲା। ଏସବୁ ସତ୍ତ୍ୱେ କିଛି ଉଦାରବାଦୀ ଜନନାୟକଙ୍କ ନେତୃତ୍ୱ ଓ ଅସ୍ପୃଶ୍ୟତାରେ ବିକଳାଙ୍ଗ ହୋଇଥିବା ଦଳିତ ସମାଜ ଯାହା ଗାନ୍ଧିଜୀଙ୍କ ହରିଜନ ସେବାର ଆହ୍ୱାନରେ ଅମୃତ ପ୍ରାପ୍ତିର ଅନୁଭବ କଲେ, ସେହି ଦଳିତ ସମାଜ କଂଗ୍ରେସରେ ସାମିଲ ହେଇଥିଲା ଓ କଂଗ୍ରେସ ପାଇଁ ସମର୍ପିତ ହୋଇଥିଲା। ଫଳରେ ଦେଶର ସ୍ୱାଧୀନତା ପରବର୍ତୀ ନିର୍ବାଚନରେ ଅଧିକାଂଶ ଦଳିତ ଜନସାଧାରଣ କଂଗ୍ରେସ ପକ୍ଷଧର ହେଲେ। ପରବର୍ତ୍ତି ସମୟରେ କଂଗ୍ରେସ ସରକାର ବିଭିନ୍ନ ଦଳିତ ବିକାଶ ଯୋଜନା ସବୁର ପରିଚାଳନା ହେତୁ ଆଜି ପର୍ଯ୍ୟନ୍ତ ଅଧିକାଂଶ ଦଳିତ ଭୋଟ କଂଗ୍ରେସ ସପକ୍ଷରେ ଅଛି ଓ ସେମାନେ କଂଗ୍ରେସ ଦଳକୁ ଭୋଟ ଦେଇ ଆସୁଛନ୍ତି। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପ୍ରାୟ ପଚାଶ ହଜାର ଦଳିତ ଭୋଟର ରହୁଥିବାବେଳେ ଲୋକସଭା କ୍ଷେତ୍ରରେ ପ୍ରାୟ ଚାରିଲକ୍ଷ ଦଳିତ ଭୋଟର ରହୁଛନ୍ତି। ତେବେ କଂଗ୍ରେସ ଦଳ ମଧ୍ୟ ଧିରେ ଧିରେ ଦଳିତ ଭୋଟରଙ୍କୁ ପାରମ୍ପରିକ ଭୋଟ କହି ଅବହେଳା କରି ଆସୁଥିବାରୁ ଧିରେ ଧିରେ ଯୁବ ସମାଜ କଂଗ୍ରେସ ଦଳକୁ ଛାଡି ଆମ୍ବେଦକର ବିଚାରଧାରାରେ ଥିବା ରାଜନୈତିକ ଦଳକୁ ସମର୍ଥନ କରୁଛନ୍ତି। ଏଭଳି ପରିସ୍ଥିତିରେ ପୂର୍ବରୁ କଳାହାଣ୍ଡିରେ ଦଳିତ ମାନଙ୍କ ପାଇଁ ଦୁଇଟି ଆସନ ସଂରକ୍ଷିତ ଥିବାବେଳେ ସୀମା ପୁନଃ ନିର୍ଧାରଣ ପରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅଣ ସଂରକ୍ଷିତ ହୋଇଯାଇଛି। ଫଳରେ କେବଳ ଭବାନୀପାଟଣା ଗୋଟିଏ ଆସନ ହିଁ ସଂରକ୍ଷିତ ହୋଇରହିଛି। ଏହି ଆସନରେ ୨୦୧୯ ମସିହାରେ କଂଗ୍ରେସ ଦଳରୁ ସାଗରଚରଣ ଦାସ ଭୋଟ ଲଢ଼ି ପରାସ୍ତ ହୋଇଥିଲେ, ଯାହାଙ୍କୁ ଆଜିବି ମାତ୍ରାଧିକ ଦଳିତ ବର୍ଗ ସ୍ୱୀକାର କରୁନାହାନ୍ତି। ଅନ୍ୟପକ୍ଷରେ ଗତ ତିନୋଟି ନିର୍ବାଚନରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ରେକର୍ଡ ଭଙ୍ଗ କରି ୨୦୧୯ ନିର୍ବାଚନରେ ଏହି ଧର୍ମଗଡ଼ରୁ ଦିଗାମ୍ବର ଦୁରିଆ ତୃତୀୟ ସର୍ବାଧିକ ତେୟାଳିଶ ହଜାର ଭୋଟ ପାଇ ପରାସ୍ତ ହୋଇଥିଲେ। ଶ୍ରୀ ଦୁରିଆ ଜଣେ ସଂଗ୍ରାମୀ ଉଚ୍ଚ ଶିକ୍ଷିତ ଦଳିତ ପ୍ରାର୍ଥୀ ହୋଇଥିବାବେଳେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସେ କଂଗ୍ରେସ ସଂଗଠନ ଓ ଦଳକୁ ବଞ୍ଚାଇ ରଖିଛନ୍ତି। ବର୍ତ୍ତମାନ ତାଙ୍କର ପ୍ରାର୍ଥୀତ୍ୱକୁ ପ୍ରାୟ ଅଧିକାଂଶ ଦଳୀୟ କର୍ମୀ ଓ ଦଳ ତରଫରୁ କରାଯାଇଥିବା ସର୍ଭେ ସମର୍ଥନ କରୁଥିବାବେଳେ ସେ ମଧ୍ୟ ‘ପ୍ରଗମନ’ ପାଇଁ ସର୍ବାଧିକ ଭୋଟ ସଂଗ୍ରହ କରିଛନ୍ତି। ଏଭଳି ପରିସ୍ଥିତିରେ କିନ୍ତୁ ଗତ ନିର୍ବାଚନ ପରେପରେ ବରିଷ୍ଠ ନେତା ଭକ୍ତଚରଣ ଦାସ ଶ୍ରୀ ଦୁରିଆଙ୍କ ସ୍ଥାନରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବୀନ୍ଦ୍ର ପାଟଯୋଶୀଙ୍କୁ ଦଳରେ ସାମିଲ କରିଥିଲେ ଓ ଧର୍ମଗଡ଼ର ସମସ୍ତ ଦଳୀୟ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରିଥିଲେ। ତେବେ ନିର୍ବାଚନର ମାସେ ପୂର୍ବରୁ ଶ୍ରୀ ପାଟଯୋଶୀ କଂଗ୍ରେସ ଦଳରୁ ଇସ୍ତଫା ଦେଇ ତାଙ୍କ ପୁରୁଣା ଦଳ ବିଜେପିକୁ ଫେରି ଯାଇଛନ୍ତି। ଏହାପରେ ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦୁରିଆ ନିଶ୍ଚୟ ଆଉ ଥରେ ପ୍ରାର୍ଥୀ ହେବେ ବୋଲି କର୍ମୀ ଓ ଜନ ସାଧାରଣ ଚର୍ଚ୍ଚା କରୁଥିବାବେଳେ ବର୍ତ୍ତମାନ ଜଣେ ଓବିସି ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ଆଲୋଚନା ହେଉଛି। ତେବେ ଗତଥର ସର୍ବାଧିକ ଭୋଟ ପାଇଥିବା କଂଗ୍ରେସ ପ୍ରାର୍ଥୀ ଦିଗାମ୍ବର ଦୁରିଆ ଚଳିତ ନିର୍ବାଚନରେ କେନ୍ଦ୍ର ନିର୍ବାଚନ କମିଟିର ସମସ୍ତ ସର୍ତ୍ତ ପୂରଣ କରୁଥିବା ବେଳେ ତାଙ୍କୁ ଟିକଟ ନମିଳିଲେ ଦଳୀୟ କର୍ମୀମାନଙ୍କ ଅସନ୍ତୋଷ ବଢିବ ବୋଲି ଚର୍ଚ୍ଚା ହେଉଛି। ବିଶେଷତଃ କଂଗ୍ରେସ ଦଳର ପାରମ୍ପରିକ ଭୋଟ ବ୍ୟାଙ୍କ କହୁଥିବା ଦଳିତ ଭୋଟ ଆଉ କଂଗ୍ରେସକୁ ଯିବ ନାହିଁ ବୋଲି ଦଳିତ ସମାଜରେ ଚର୍ଚ୍ଚା ଜୋର ଧରିଛି। କିଛି ଦିନତଳେ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ସିଡ୍ୟୁଲଡ କାଷ୍ଟ ଫେଡେରେସନ ଏକ ପ୍ରେସ ମିଟ ଜରିଆରେ ଯେଉଁ ରାଜନୈତିକ ଦଳ ଆମ ସମାଜକୁ ଅବହେଳା କରିବ ସେଭଳି ରାଜନୈତିକ ଦଳ ପ୍ରତି ଆମର ସମର୍ଥନ ରହିବ ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଛି। ତେଣୁ କଂଗ୍ରେସ ଦଳିତ ସମାଜର ଆସ୍ଥା ବଞ୍ଚାଇ ରଖିବା ଉଚିତ ଅନ୍ୟଥା କଂଗ୍ରେସ ଦଳିତ ଭୋଟ ହରାଇବ ବୋଲି ଚର୍ଚ୍ଚା ହେଉଛି।
The post ଦଳିତଙ୍କୁ ଅଣଦେଖା ରାଜନୈତିକ ଦଳ ପାଇଁ ମହଙ୍ଗା ପଡ଼ିବ : କଳାହାଣ୍ଡିରେ ଦଳିତ ଭୋଟ ହରାଇପାରେ କଂଗ୍ରେସ appeared first on Odisha.News.