ସମ୍ବଲପୁର ଡିଆରଏମଙ୍କୁ ସାକ୍ଷାତ କଲା କଳାହାଣ୍ଡି ରେଳଯାତ୍ରୀ ସଂଘ
କଳାହାଣ୍ଡି,୦୩/୦୬-କଳାହାଣ୍ଡି ଜିଲ୍ଲାରେ ରେଳ ବିକାଶ ପାଇଁ କଳାହାଣ୍ଡି ରେଳଯାତ୍ରୀ ସଙ୍ଘର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ, ଉପ ସଭାପତି ବଣ୍ଟି ଅଗ୍ରୱାଲ, ରାକେଶ ସାହୁ, ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ ଆଜି ସମ୍ବଲପୁର ଡିଆରଏମ ତୁଷାରକାନ୍ତ ପାଣ୍ଡେଙ୍କ ସହିତ ସାକ୍ଷାତ କରି କଳାହାଣ୍ଡି ତଥା ଭବାନୀପାଟଣା, କେସିଙ୍ଗା ଆଦି ରେଳଷ୍ଟେସନର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ। ସେଥିମଧ୍ୟରୁ ରାୟଗଡା଼ରୁ ବିଶାଖାପାଟଣା ଏବଂ ବିଶାଖାପାଟଣାରୁ ରାୟଗଡା ପର୍ଯ୍ୟନ୍ତ ତଥା କେସିଙ୍ଗା ଷ୍ଟେସନରେ ଉଭୟ ଏକ୍ସପ୍ରେସ […] The post ସମ୍ବଲପୁର ଡିଆରଏମଙ୍କୁ ସାକ୍ଷାତ କଲା କଳାହାଣ୍ଡି ରେଳଯାତ୍ରୀ ସଂଘ appeared first on Odisha.News.

କଳାହାଣ୍ଡି,୦୩/୦୬-କଳାହାଣ୍ଡି ଜିଲ୍ଲାରେ ରେଳ ବିକାଶ ପାଇଁ କଳାହାଣ୍ଡି ରେଳଯାତ୍ରୀ ସଙ୍ଘର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ, ଉପ ସଭାପତି ବଣ୍ଟି ଅଗ୍ରୱାଲ, ରାକେଶ ସାହୁ, ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ ଆଜି ସମ୍ବଲପୁର ଡିଆରଏମ ତୁଷାରକାନ୍ତ ପାଣ୍ଡେଙ୍କ ସହିତ ସାକ୍ଷାତ କରି କଳାହାଣ୍ଡି ତଥା ଭବାନୀପାଟଣା, କେସିଙ୍ଗା ଆଦି ରେଳଷ୍ଟେସନର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ। ସେଥିମଧ୍ୟରୁ ରାୟଗଡା଼ରୁ ବିଶାଖାପାଟଣା ଏବଂ ବିଶାଖାପାଟଣାରୁ ରାୟଗଡା ପର୍ଯ୍ୟନ୍ତ ତଥା କେସିଙ୍ଗା ଷ୍ଟେସନରେ ଉଭୟ ଏକ୍ସପ୍ରେସ ଏବଂ ପାସେଞ୍ଜର ଟ୍ରେନରେ ଲୋଡ଼ିଂ ଓ ଅନଲୋଡିଂ ସୁବିଧା, କେସିଙ୍ଗାଠାରୁ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ୍, ସପ୍ତାହରେ ୩ ଦିନ କେସିଙ୍ଗା ପର୍ଯ୍ୟନ୍ତ ଇସ୍ପାତ ଟ୍ରେନର ସମ୍ପ୍ରସାରଣ, ବିଶାଖାପାଟଣାରୁ ରାୟଗଡା଼ ପର୍ଯ୍ୟନ୍ତ ସମସ୍ତ ଡାଉନ୍ ଟ୍ରେନ୍ ୪ନଂ ପ୍ଲାଟଫର୍ମରେ ଦେବା, ଟ୍ରେନ୍ ଆସିବା ପୂର୍ବରୁ ଘୋଷଣା କରିବା ଜରୁରୀ, ରେଳ ଟିକେଟ୍ କୋଟା ଅନ୍ତର୍ଗତ କେସିଙ୍ଗା ଷ୍ଟେସନକୁ ମଧ୍ୟ ଅନ୍ତର୍ଭୁକ୍ତ କରିବା, ରାୟଗଡରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ଏକ ଟ୍ରେନ୍ ଯାହା ପୁରୀ ଦୁର୍ଗ ଟ୍ରେନ୍ ଧରିବାରେ ସାହାଯ୍ୟ କରିବ, କେସିଙ୍ଗାକୁ ଇସ୍ପାତ ଏକ୍ସପ୍ରେସର ସମ୍ପ୍ରସାରଣ, ନର୍ଲା, ରୁପ୍ରା ରୋଡ୍, ଲାଞ୍ଜିଗଡ ରୋଡ, ଜୁନାଗଡ ରୋଡ଼, ଧର୍ମଗଡ଼, ରାମଚନ୍ଦ୍ରପୁର, ଦେପୁରର ବିଭିନ୍ନ ଦାବି, ନର୍ଲାରୋଡ଼ ଷ୍ଟେସନରେ ସମତା, ତିରୁପତି ଓ ଧାନବାଦ ଏକ୍ସପ୍ରେସ ଟ୍ରେନର ରହଣୀ, ଭବାନୀପାଟଣା ପାଖ କୁଟୁରୁଖମାର ନୂଆ ହସ୍ପିଟାଲ ପାଖରେ ଏକ ଅଣ୍ଡର ବ୍ରିଜ ନିର୍ମାଣ ଏବଂ ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଲା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେଳ ଷ୍ଟେସନରେ ଦ୍ଵିତୀୟ ପ୍ଲାଟଫର୍ମ ନିର୍ମାଣ ଦାବି ଉପରେ ବିଶେଷ ଚର୍ଚ୍ଚା ହୋଇଥିଲା। ବୈଠକରେ ଡିଆରଏମ ଶ୍ରୀ ପାଣ୍ଡେଙ୍କ ସହିତ ସିନିଅର କମର୍ସିଆଲ ମ୍ୟାନେଜର, ଡିଭିଜନାଲ ରେଲୱେ ଇଞ୍ଜିନିଅର, ଏଡିଆରଏମ ପ୍ରମୁଖ ଉପସ୍ଥିତ ଥିଲେ।
The post ସମ୍ବଲପୁର ଡିଆରଏମଙ୍କୁ ସାକ୍ଷାତ କଲା କଳାହାଣ୍ଡି ରେଳଯାତ୍ରୀ ସଂଘ appeared first on Odisha.News.