ନୂଆ ବର୍ଷ ପୂର୍ବରୁ କମିଲା ସୁନା ଓ ରୁପା ମୂଲ୍ୟ: କେତେ ହ୍ରାସ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ୨୦୨୪ର ଶେଷ ଦିନରେ କମିଲା ସୁନା ଓ ରୁପା ମୂଲ୍ୟ। ଡିସେମ୍ବର ୩୧ ତାରିଖରେ ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ ୨୪ କ୍ୟାରେଟ୍ ସୁନାରେ ୧୦ ଗ୍ରାମ ମୂଲ୍ୟ ୩୨ ଟଙ୍କା ହ୍ରାସ ପାଇ ୭୬,୧୬୨ ଟଙ୍କା ହୋଇଛି। ପୂର୍ବରୁ ଦଶ ଗ୍ରାମ ପ୍ରତି ସୁନା ମୂଲ୍ୟ ୭୬,୧୯୪ ଟଙ୍କା ଥିଲା।ରୂପା ମୂଲ୍ୟରେ ମଧ୍ୟ ହ୍ରାସ ପାଇଛି। ରୁପା ୧,୧୫୮ ଟଙ୍କା ହ୍ରାସ ପାଇ ୮୬,୦୧୭ ଟଙ୍କାରେ ପହଞ୍ଚିଛି।  ଏହାପୂର୍ବରୁ ରୂପା କିଲୋଗ୍ରାମ ୮୭,୧୭୫ ଟଙ୍କା ଥିଲା। ଏଥି ସହିତ, ଅକ୍ଟୋବର ୨୩ ରେ, ରୂପା ସର୍ବକାଳୀନ ୯୯,୧୫୧ ଟଙ୍କା ଏବଂ ୩୦ ଅକ୍ଟୋବରରେ ସୁନା ସର୍ବୋଚ୍ଚ ୭୯,୬୮୧ ଟଙ୍କା ହୋଇଥିଲା। ଦେଶର ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୧,୨୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୭,୭୧୦ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୧,୧୦୦ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୭,୫୬୦ ଟଙ୍କା ରହିଛି। ସେହିପରୁ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ୭୧,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୭ ୫୬୦ ଟଙ୍କା ରହିଛି। 

ନୂଆ ବର୍ଷ ପୂର୍ବରୁ କମିଲା ସୁନା ଓ ରୁପା ମୂଲ୍ୟ: କେତେ ହ୍ରାସ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ୨୦୨୪ର ଶେଷ ଦିନରେ କମିଲା ସୁନା ଓ ରୁପା ମୂଲ୍ୟ। ଡିସେମ୍ବର ୩୧ ତାରିଖରେ ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ ୨୪ କ୍ୟାରେଟ୍ ସୁନାରେ ୧୦ ଗ୍ରାମ ମୂଲ୍ୟ ୩୨ ଟଙ୍କା ହ୍ରାସ ପାଇ ୭୬,୧୬୨ ଟଙ୍କା ହୋଇଛି। ପୂର୍ବରୁ ଦଶ ଗ୍ରାମ ପ୍ରତି ସୁନା ମୂଲ୍ୟ ୭୬,୧୯୪ ଟଙ୍କା ଥିଲା।

ରୂପା ମୂଲ୍ୟରେ ମଧ୍ୟ ହ୍ରାସ ପାଇଛି। ରୁପା ୧,୧୫୮ ଟଙ୍କା ହ୍ରାସ ପାଇ ୮୬,୦୧୭ ଟଙ୍କାରେ ପହଞ୍ଚିଛି।  ଏହାପୂର୍ବରୁ ରୂପା କିଲୋଗ୍ରାମ ୮୭,୧୭୫ ଟଙ୍କା ଥିଲା। ଏଥି ସହିତ, ଅକ୍ଟୋବର ୨୩ ରେ, ରୂପା ସର୍ବକାଳୀନ ୯୯,୧୫୧ ଟଙ୍କା ଏବଂ ୩୦ ଅକ୍ଟୋବରରେ ସୁନା ସର୍ବୋଚ୍ଚ ୭୯,୬୮୧ ଟଙ୍କା ହୋଇଥିଲା। 

ଦେଶର ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୧,୨୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୭,୭୧୦ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୧,୧୦୦ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୭,୫୬୦ ଟଙ୍କା ରହିଛି। ସେହିପରୁ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ୭୧,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୭ ୫୬୦ ଟଙ୍କା ରହିଛି।