ବେକରେ ଶାଢ଼ୀ ଗୁଡ଼େଇ ମହିଳାଙ୍କ ଆତ୍ମହତ୍ୟା
ଜମନକିରା : ଜମନକିରା ଥାନା ଟିକିଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲବେଡା ମହଜନପଡ଼ା ରେ ଆଜି ଜଣେ ପାଞ୍ଚାଳୀ ସାହୁ (୪୫) ନାମକ ମହିଳା ବେକରେ ଶାଢ଼ୀ ଗୋଡେଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଜମନକିରା ଥାନା କେସ ନ.୧୭/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। କୁଚିଣ୍ଡା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସର ସୂଚନା ଅନୁଯାୟୀ, ପାଞ୍ଚାଳୀ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଦାବେଳେ ଖରାପ […] The post ବେକରେ ଶାଢ଼ୀ ଗୁଡ଼େଇ ମହିଳାଙ୍କ ଆତ୍ମହତ୍ୟା appeared first on Odisha.News.

ଜମନକିରା : ଜମନକିରା ଥାନା ଟିକିଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲବେଡା ମହଜନପଡ଼ା ରେ ଆଜି ଜଣେ ପାଞ୍ଚାଳୀ ସାହୁ (୪୫) ନାମକ ମହିଳା ବେକରେ ଶାଢ଼ୀ ଗୋଡେଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଜମନକିରା ଥାନା କେସ ନ.୧୭/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। କୁଚିଣ୍ଡା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ପୋଲିସର ସୂଚନା ଅନୁଯାୟୀ, ପାଞ୍ଚାଳୀ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଦାବେଳେ ଖରାପ ରହୁଥିବାରୁ ସେ ମାନସିକ ଅବସାଦ ଭିତରେ ରହୁଥିଲେ। କିଛି ଦିନ ପୂର୍ବରୁ ସେ ତାଙ୍କ ପେଟରେ ଟିୟମୋର୍ ଅପରେସନ କରିଥିଲେ। ତେବେ ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିଲା। ଗତକାଲି ସମସ୍ତେ ଖାଇ ପିଇ ଶୋଇଲା ପରେ ବିଳମ୍ବିତ ରାତିରେ ନିଜ ଶାଢ଼ୀ ରେ ଘର ଉପରେ ଏକ ପାଟିରେ ବେକରେ ଗୋଡେଇ ହୋଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳୁ ଘର ଲୋକେ ଉଠି ଦେଖିଲା ପରେ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନା କୁ ନେଇଥିଲେ। ତେବେ ଡାକ୍ତର ମୃତ ଘୋଷଣା କରିଥିଲେ। ଘରେ ତାଙ୍କ ସ୍ବାମୀ, ପୁଅ ବୋହୁ ନାତି ନାତୁଣୀ ଥିବା ଜଣାଯାଇଛି।
The post ବେକରେ ଶାଢ଼ୀ ଗୁଡ଼େଇ ମହିଳାଙ୍କ ଆତ୍ମହତ୍ୟା appeared first on Odisha.News.