ସମ୍ବଲପୁରରେ ହେବ ଦ୍ଵିତୀୟ ଏମ୍ସ, ଖୁବ ଶୀଘ୍ର ଶୁଭ ଖବର- ମୁକେଶ ମହାଳିଙ୍ଗ
ସମ୍ବଲପୁର:ରବିବାର ସମ୍ବଲପୁର ଗସ୍ତ ରେ ଆସି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ କରିଛନ୍ତି ବଡ଼ ଘୋଷଣା। ରେଙ୍ଗାଲି ଠାରେ ଏକ ସାମାଜିକ କାର୍ଯ୍ୟ ରେ ଯୋଗ ଦେବା ଅବସରରେ, ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଡ଼. ମହାଳିଙ୍ଗ କହିଛନ୍ତି ଯେ, ସମ୍ବଲପୁର ରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପ୍ରାଥମିକ ସ୍ତରରେ ଯାହା କାଯ୍ୟ କରାଯିବା କଥା ତାର ପ୍ରକ୍ରିୟା ଜାରି […] The post ସମ୍ବଲପୁରରେ ହେବ ଦ୍ଵିତୀୟ ଏମ୍ସ, ଖୁବ ଶୀଘ୍ର ଶୁଭ ଖବର- ମୁକେଶ ମହାଳିଙ୍ଗ appeared first on Odisha.News.

ସମ୍ବଲପୁର:ରବିବାର ସମ୍ବଲପୁର ଗସ୍ତ ରେ ଆସି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ କରିଛନ୍ତି ବଡ଼ ଘୋଷଣା। ରେଙ୍ଗାଲି ଠାରେ ଏକ ସାମାଜିକ କାର୍ଯ୍ୟ ରେ ଯୋଗ ଦେବା ଅବସରରେ, ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଡ଼. ମହାଳିଙ୍ଗ କହିଛନ୍ତି ଯେ, ସମ୍ବଲପୁର ରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପ୍ରାଥମିକ ସ୍ତରରେ ଯାହା କାଯ୍ୟ କରାଯିବା କଥା ତାର ପ୍ରକ୍ରିୟା ଜାରି ରଖିଛନ୍ତି l ଏଥି ସହ ବୁର୍ଲା ଭୀମସାର ରେ ଖୁବ ଶୀଘ୍ର ସୁପର ସ୍ପେଶାଲିଟି ଚିକିତ୍ସା ଆରମ୍ଭ ହେବ l
ସାମ୍ବାଦିକ ଙ୍କର ପ୍ରଶ୍ନ ର ଉତ୍ତର ରେ ମନ୍ତ୍ରୀ ଡ଼. ମହାଳିଙ୍ଗ କହିଲେ ଯେ, ମନ୍ତ୍ରୀ ହେଲା ପରେ ଭୀମସାର କୁ ଅନେକ ଥର ପରିଦର୍ଶନ କରିଛି, ସେ ଖାଲି ପଡ଼ିଥିବା ଡାକ୍ତର ବିଷୟ ହେଉ କି ଏମ.ଆର.ଆଇ. ମେସିନ ର ଅଚଳବସ୍ଥା ହେଉ। ସ୍ୱାସ୍ଥ୍ୟ ସେବା କିପରି ଭାବରେ ସମଗ୍ର ଓଡିଶା ରେ ହୋଇପାରିବ, ସେଥିପ୍ରତି ମୋହନ ମାଝୀ ସରକାର ଯତ୍ନଶୀଳ ହୋଇ କାର୍ଯ୍ୟ କରୁଛି l ଖୁବ ଶୀଘ୍ର ସବୁ ସମସ୍ୟା ର ସମାଧାନ ହୋଇଯିବ ବୋଲି ମନ୍ତ୍ରୀ ଡ଼. ମହାଳିଙ୍ଗ ଗଣମାଧ୍ୟମକୁ କରିଥିଲେ।
The post ସମ୍ବଲପୁରରେ ହେବ ଦ୍ଵିତୀୟ ଏମ୍ସ, ଖୁବ ଶୀଘ୍ର ଶୁଭ ଖବର- ମୁକେଶ ମହାଳିଙ୍ଗ appeared first on Odisha.News.