କିଏ ସେହି ଅଂଶୁମାନ ଗାଏକ୍ୱାଡ: ଯାହାଙ୍କ ମୃତ୍ୟୁରେ କ୍ରିକେଟ୍ ଜଗତ ସ୍ତବ୍ଧ
ନୁଆଦିଲ୍ଲୀ,୧।୮: ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ୱାଡ ୭୧ ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ରକ୍ତ କର୍କଟ ରୋଗରେ ପୀଡିତ ଥିଲେ। କିମ୍ବଦନ୍ତୀ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିସିସିଆଇ ସଚିବ ଜୟ ଶାହା ଦୁଃଖ ପ୍ରକାଶ କରିଛନ୍ତି। ଗାଏକ୍ୱାଡଙ୍କ ଦେହାନ୍ତରେ ସମଗ୍ର କ୍ରିକେଟ ଜଗତରେ ଶୋକର ଲହରୀ ଖେଳିଯାଇଥିଲା। ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ଗାଏକ୍ୱାଡ ୧୯୯୭ ରୁ ୧୯୯୯ ପର୍ଯ୍ୟନ୍ତ ଭାରତର କୋଚ ଥିଲେ। ଲଣ୍ଡନର କିଙ୍ଗସ […] The post କିଏ ସେହି ଅଂଶୁମାନ ଗାଏକ୍ୱାଡ: ଯାହାଙ୍କ ମୃତ୍ୟୁରେ କ୍ରିକେଟ୍ ଜଗତ ସ୍ତବ୍ଧ appeared first on Dharitri Odia News.
ନୁଆଦିଲ୍ଲୀ,୧।୮: ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ୱାଡ ୭୧ ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ରକ୍ତ କର୍କଟ ରୋଗରେ ପୀଡିତ ଥିଲେ। କିମ୍ବଦନ୍ତୀ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିସିସିଆଇ ସଚିବ ଜୟ ଶାହା ଦୁଃଖ ପ୍ରକାଶ କରିଛନ୍ତି। ଗାଏକ୍ୱାଡଙ୍କ ଦେହାନ୍ତରେ ସମଗ୍ର କ୍ରିକେଟ ଜଗତରେ ଶୋକର ଲହରୀ ଖେଳିଯାଇଥିଲା। ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ଗାଏକ୍ୱାଡ ୧୯୯୭ ରୁ ୧୯୯୯ ପର୍ଯ୍ୟନ୍ତ ଭାରତର କୋଚ ଥିଲେ। ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ ଗତ ମାସରେ ସେ ଭାରତ ଫେରିଥିଲେ। ଏମିତିକି ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ପକ୍ଷରୁ ମଧ୍ୟ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।
୧୯୮୩ ଦିନିକିଆ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ହେଉଛନ୍ତି ଗାଏକ୍ୱାଡ। ୧୯୭୫ ମସିହାଠାରୁ ୧୯୮୭ ମସିହା ପର୍ଯ୍ୟନ୍ତ ସେ ୪୦ ଟେଷ୍ଟ, ୧୫ ଦିନିକିଆ ମ୍ୟାଚ ଖେଳିଛନ୍ତି। ୧୯୯୭ ମସିହାରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ସମୟରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ପାକିସ୍ତାନ ବିପକ୍ଷରେ ଗୋଟିଏ ପାଳିରେ ସମସ୍ତ ଉଇକେଟ ଅକ୍ତିଆର କରି ଚର୍ଚ୍ଚାକୁ ଆସିଥିଲେ।
The post କିଏ ସେହି ଅଂଶୁମାନ ଗାଏକ୍ୱାଡ: ଯାହାଙ୍କ ମୃତ୍ୟୁରେ କ୍ରିକେଟ୍ ଜଗତ ସ୍ତବ୍ଧ appeared first on Dharitri Odia News.