ଦାରିଙ୍ଗବାଡ଼ିର ଅଧିକାଂଶ ଅଞ୍ଚଳରେ ବିଏସ୍ଏନ୍ଏଲ୍ ସେବା ଅଚଳ: ଉପଭୋକ୍ତା ହଟହଟା
ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଏସ୍ଏନ୍ଏଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ୧ ବର୍ଷ ଧରି ସିଆଙ୍ଗବାଲି ପଞ୍ଚାୟତରେ ବିଏସ୍ଏନ୍ଏଲ ମୋବାଇଲ ସେବା ଅଚଳ ହୋଇଥିବା ବେଳେ ସିମନବାଡ଼ି ଏବଂ ଗଦାପୁର ପଞ୍ଚାୟତରେ ପ୍ରାୟ ୧ ମାସ ହେଲା ମୋବାଇଲ ସେବା, ଇଣ୍ଟରନେଟ୍ ଅଚଳ ହୋଇପଡ଼ିଛି। ସେହିପରି ଦାରିଙ୍ଗବାଡ଼ି, ପ୍ଳିହେରୀ, ଦାସିଙ୍ଗବାଡ଼ି, ସୋନପୁର ଆଦି ପଞ୍ଚାୟତ ଅଞ୍ଚଳରେ ୩ ଦିନରୁ ଊର୍ଦ୍ଧ୍ୱ ସମୟ ହେଲା ଏହି ସେବା ଅଚଳ ହୋଇପଡ଼ିଛି। ସିଆଙ୍ଗବାଲି, ସିମନବାଡ଼ି […] The post ଦାରିଙ୍ଗବାଡ଼ିର ଅଧିକାଂଶ ଅଞ୍ଚଳରେ ବିଏସ୍ଏନ୍ଏଲ୍ ସେବା ଅଚଳ: ଉପଭୋକ୍ତା ହଟହଟା appeared first on Dharitri Odia News.
ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଏସ୍ଏନ୍ଏଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ୧ ବର୍ଷ ଧରି ସିଆଙ୍ଗବାଲି ପଞ୍ଚାୟତରେ ବିଏସ୍ଏନ୍ଏଲ ମୋବାଇଲ ସେବା ଅଚଳ ହୋଇଥିବା ବେଳେ ସିମନବାଡ଼ି ଏବଂ ଗଦାପୁର ପଞ୍ଚାୟତରେ ପ୍ରାୟ ୧ ମାସ ହେଲା ମୋବାଇଲ ସେବା, ଇଣ୍ଟରନେଟ୍ ଅଚଳ ହୋଇପଡ଼ିଛି। ସେହିପରି ଦାରିଙ୍ଗବାଡ଼ି, ପ୍ଳିହେରୀ, ଦାସିଙ୍ଗବାଡ଼ି, ସୋନପୁର ଆଦି ପଞ୍ଚାୟତ ଅଞ୍ଚଳରେ ୩ ଦିନରୁ ଊର୍ଦ୍ଧ୍ୱ ସମୟ ହେଲା ଏହି ସେବା ଅଚଳ ହୋଇପଡ଼ିଛି। ସିଆଙ୍ଗବାଲି, ସିମନବାଡ଼ି ଏବଂ ଗଦାପୁର ଅଞ୍ଚଳବାସୀ ମୋବାଇଲ ସେବା ଅଚଳ ଯୋଗୁ ଅନ୍ଲାଇନ୍ କାର୍ଯ୍ୟ ସମେତ ରନ୍ଧନ ଗ୍ୟାସ ବୁକିଂ ସମ୍ଭବ ହେଉନାହିଁ। ଉପଭୋକ୍ତା ମାନେ ସିମ୍କୁ ଆକ୍ଟିଭ୍ ରଖିବା ପାଇଁ ନିଜ ନେଟ୍ଓ୍ବର୍କ ନଥିଲେ ମଧ୍ୟ ଅନ୍ୟ ନେଟ୍ଓ୍ବର୍କକୁ ଯାଇ ଭାଉଚର ପକାଇ କ୍ଷତି ସହୁଛନ୍ତି। ଏନେଇ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ ବିଭାଗ ଆଜି, କାଲି କହି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ସିମନବାଡ଼ିର ନେଟ୍ଓ୍ବର୍କ ଶୁକ୍ରବାର ସକାଳ ସୁଦ୍ଧା ସ୍ବାଭାବିକ ହୋଇଯିବ ବୋଲି ବିଏସ୍ଏନ୍ଏଲ୍ର ଡିଜିଏମ ବୃନ୍ଦବାନ ମାଝୀ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ରବିବାର ପର୍ଯ୍ୟନ୍ତ ସ୍ବାଭାବିକ ହୋଇନଥିବାରୁ ଅସନ୍ତୋଷ ଦେଖାଯାଇଛି। ସିମନବାଡ଼ି ଅଞ୍ଚଳବାସୀ ଆସନ୍ତା ମଙ୍ଗଳବାର ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ବଣିକ ସଂଘ ସଭାପତି ମହେଶ କୁମାର ସାହୁ, ସାମାଜିକ କର୍ମୀ ପରମେ ପ୍ରଧାନ କହିଛନ୍ତି। ଏନେଇ ରବିବାର ବଣିକ ସଂଘ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ କୁହାଯାଇଛି।
The post ଦାରିଙ୍ଗବାଡ଼ିର ଅଧିକାଂଶ ଅଞ୍ଚଳରେ ବିଏସ୍ଏନ୍ଏଲ୍ ସେବା ଅଚଳ: ଉପଭୋକ୍ତା ହଟହଟା appeared first on Dharitri Odia News.