ଟ୍ରାକ୍ଟର ଚକା ତଳେ ଚାଲିଗଲା ଠିକାଦାରଙ୍କ ଜୀବନ
ବ୍ରହ୍ମପୁର,୨୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ଆସ୍କାରୋଡ ତଲୁକା ଛକରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଧକ୍କା ଦେଇ ମାଡିଯିବାରୁ ଜଣେ ଯୁବ ଠିକାଦାରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶେରଗଡ ଥାନା ଅଧୀନ ପାଟପଲି ଗ୍ରାମର କାହ୍ନୁ ଚରଣ ଗୌଡ଼(୨୫)। ଟ୍ରାଫିକ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଏମ୍କେସିଜି ମେଡିକାଲକୁ ପଠାଇ ଘଟଣାର ତଦନ୍ତ କରୁଛି। ମୃତକଙ୍କ ଭାଇ ବାପିନି ଗୌଡ଼ଙ୍କ ଅଭିଯୋଗକ୍ରମେ ନଂ.୩୪୪/୨୪ରେ ଏକ ମାମଲା ରୁଜୁ […] The post ଟ୍ରାକ୍ଟର ଚକା ତଳେ ଚାଲିଗଲା ଠିକାଦାରଙ୍କ ଜୀବନ appeared first on Dharitri Odia News.
ବ୍ରହ୍ମପୁର,୨୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ଆସ୍କାରୋଡ ତଲୁକା ଛକରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଧକ୍କା ଦେଇ ମାଡିଯିବାରୁ ଜଣେ ଯୁବ ଠିକାଦାରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶେରଗଡ ଥାନା ଅଧୀନ ପାଟପଲି ଗ୍ରାମର କାହ୍ନୁ ଚରଣ ଗୌଡ଼(୨୫)।
ଟ୍ରାଫିକ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଏମ୍କେସିଜି ମେଡିକାଲକୁ ପଠାଇ ଘଟଣାର ତଦନ୍ତ କରୁଛି। ମୃତକଙ୍କ ଭାଇ ବାପିନି ଗୌଡ଼ଙ୍କ ଅଭିଯୋଗକ୍ରମେ ନଂ.୩୪୪/୨୪ରେ ଏକ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ଘଟାଇବା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛନ୍ତି। ବେପାରୁଆ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି। ପ୍ରକାଶ ଯେ, ଠିକାଦାର କାହ୍ନୁ ଚମାଖଣ୍ଡି ଅଞ୍ଚଳରେ ଟାଟା କମ୍ପାନୀର କାମ କରୁଥିଲେ। ପ୍ରତିଦିନ ଭଳି ସେ ସୋମବାର ନିଜ ବାଇକ(ନଂ.ଓଡ଼ି ୩୨ ଡ଼ି -୩୦୨୯)ରେ ବ୍ରହ୍ମପୁର ଦେଇ ଚମାଖଣ୍ଡି ଯିବା ବେଳେ ବାଟରେ ପଛରୁ ଆସୁଥିବା ଟ୍ରାକ୍ଟର(ନଂ.ଓଡ଼ି ୦୭ଏଜି -୨୪୬୮) ଧକ୍କା ଦେଇଥିଲା। କାହ୍ନୁ ବାଇକ୍ରୁ ତଳେ ପଡ଼ିଯିବା ପରେ ଟ୍ରାକ୍ଟର ଚକା ତାଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
The post ଟ୍ରାକ୍ଟର ଚକା ତଳେ ଚାଲିଗଲା ଠିକାଦାରଙ୍କ ଜୀବନ appeared first on Dharitri Odia News.