ମାଓବାଦୀଙ୍କ ସହ ଲଢ଼େଇ କରି ବାପାଙ୍କ ଜୀବନ ବଞ୍ଚାଇଲେ ଝିଅ
ମାଲକାନଗିରି,୬ା୮(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ସହ ଲଢି ବାପାଙ୍କ ଜୀବନ ବଞ୍ଚାଇଛନ୍ତି ଝିଅ। ଏପରି ଏକ ଘଟଣା ଛତିଶଗଡ଼ ନାରାୟଣପୁରସ୍ଥିତ ଝାରଗାଁରେ ଦେଖିବାକୁ ମିଳିଛି। ସୋମବାର ରାତିରେ ୪ଟି ବାଇକ୍ରେ ୮ଜଣ ମାଓବାଦୀ ଗାଁରେ ପହଞ୍ଚି ସମୋଧର କୋରାମ୍ ନାମକ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ। ବାପାଙ୍କ ଚିତ୍କାର ଶୁଣି ସମୋଧରଙ୍କ ୧୭ ବର୍ଷୀୟା ଝିଅ ସୁଶୀଳା ପହଞ୍ଚି ମାଓବାଦୀମାନେ ଧରିଥିବା ଧାରୁଆ ଅସ୍ତ୍ରକୁ ଛଡାଇ ବାପାଙ୍କୁ ଛାଡ଼ିବା ପାଇଁ ଧମକ ଦେଇ ଲଢ଼ିବା […] The post ମାଓବାଦୀଙ୍କ ସହ ଲଢ଼େଇ କରି ବାପାଙ୍କ ଜୀବନ ବଞ୍ଚାଇଲେ ଝିଅ appeared first on Dharitri Odia News.
ମାଲକାନଗିରି,୬ା୮(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ସହ ଲଢି ବାପାଙ୍କ ଜୀବନ ବଞ୍ଚାଇଛନ୍ତି ଝିଅ। ଏପରି ଏକ ଘଟଣା ଛତିଶଗଡ଼ ନାରାୟଣପୁରସ୍ଥିତ ଝାରଗାଁରେ ଦେଖିବାକୁ ମିଳିଛି। ସୋମବାର ରାତିରେ ୪ଟି ବାଇକ୍ରେ ୮ଜଣ ମାଓବାଦୀ ଗାଁରେ ପହଞ୍ଚି ସମୋଧର କୋରାମ୍ ନାମକ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ।
ବାପାଙ୍କ ଚିତ୍କାର ଶୁଣି ସମୋଧରଙ୍କ ୧୭ ବର୍ଷୀୟା ଝିଅ ସୁଶୀଳା ପହଞ୍ଚି ମାଓବାଦୀମାନେ ଧରିଥିବା ଧାରୁଆ ଅସ୍ତ୍ରକୁ ଛଡାଇ ବାପାଙ୍କୁ ଛାଡ଼ିବା ପାଇଁ ଧମକ ଦେଇ ଲଢ଼ିବା ପାଇଁ ପ୍ରସ୍ତୁତ ହେବା ସହ ଚିତ୍କାର କରିଥିଲେ। ଝିଅର ପାଟିଶୁଣି ଗ୍ରାମବାସୀ ପହଞ୍ଚିବା ଦେଖି ମାଓବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଏହା ଭିତରେ ସମୋଧର ମାଓବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଝିଅର ସାହସିକତା ଯୋଗୁ ବାପାଙ୍କ ଜୀବନ ବଞ୍ଚିଯାଇଛି। ଘଟଣା ପ୍ରଚାରିତ ହେବା ପରେ ଝିଅର ସାହସିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି।
The post ମାଓବାଦୀଙ୍କ ସହ ଲଢ଼େଇ କରି ବାପାଙ୍କ ଜୀବନ ବଞ୍ଚାଇଲେ ଝିଅ appeared first on Dharitri Odia News.