ହନୁମାନ ରୂପରେ ଆସି କୁନି ଝିଅକୁ ବଳାତ୍କାରରୁ କଲେ ରକ୍ଷା

ଲକ୍ଷ୍ନୌ,୨୪ା୯: ଉତ୍ତରପ୍ରଦେଶର ବାଗପତ୍‌ ଜିଲାରେ ୬ ବର୍ଷର ଝିଅଙ୍କୁ ଜଣେ ଯୁବକ ବଳାତ୍କାର ଉଦ୍ୟମ କରୁଥିବାବେଳେ ମାଙ୍କଡ଼ ପଲ ଯୋଗୁ ନାବାଳିକା ଜଣକ ବର୍ତ୍ତିଯାଇଛନ୍ତି। ଗତ ଶନିବାର ନାବାଳିକା ନିଜ ଘର ବାହାରେ ଖେଳୁଥିବାବେଳେ ଅଭିଯୁକ୍ତ ତାଙ୍କୁ ପ୍ରଲୋଭନ ଦେଖାଇ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ। ନାବାଳିକାଙ୍କ ପୋଷାକ ଖୋଲି ବଳାତ୍କାର ଉଦ୍ୟମ କରୁଥିବାବେଳେ ମାଙ୍କଡ଼ପଲ ଆକ୍ରମଣ କରିବାରୁ ସେ ସେଠାରୁ ପଳାଇଯାଇଥିଲେ। ୟୁକେଜି ଛାତ୍ରୀଜଣକ ଘରେ ପହଞ୍ଚତ୍ ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ […] The post ହନୁମାନ ରୂପରେ ଆସି କୁନି ଝିଅକୁ ବଳାତ୍କାରରୁ କଲେ ରକ୍ଷା appeared first on Dharitri Odia News.

ହନୁମାନ ରୂପରେ ଆସି କୁନି ଝିଅକୁ ବଳାତ୍କାରରୁ କଲେ ରକ୍ଷା

ଲକ୍ଷ୍ନୌ,୨୪ା୯: ଉତ୍ତରପ୍ରଦେଶର ବାଗପତ୍‌ ଜିଲାରେ ୬ ବର୍ଷର ଝିଅଙ୍କୁ ଜଣେ ଯୁବକ ବଳାତ୍କାର ଉଦ୍ୟମ କରୁଥିବାବେଳେ ମାଙ୍କଡ଼ ପଲ ଯୋଗୁ ନାବାଳିକା ଜଣକ ବର୍ତ୍ତିଯାଇଛନ୍ତି। ଗତ ଶନିବାର ନାବାଳିକା ନିଜ ଘର ବାହାରେ ଖେଳୁଥିବାବେଳେ ଅଭିଯୁକ୍ତ ତାଙ୍କୁ ପ୍ରଲୋଭନ ଦେଖାଇ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ। ନାବାଳିକାଙ୍କ ପୋଷାକ ଖୋଲି ବଳାତ୍କାର ଉଦ୍ୟମ କରୁଥିବାବେଳେ ମାଙ୍କଡ଼ପଲ ଆକ୍ରମଣ କରିବାରୁ ସେ ସେଠାରୁ ପଳାଇଯାଇଥିଲେ।

ୟୁକେଜି ଛାତ୍ରୀଜଣକ ଘରେ ପହଞ୍ଚତ୍ ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ମାଙ୍କଡ଼ମାନେ କିପରି ତାଙ୍କୁ ରକ୍ଷାକଲେ ତାହା କହିଥିଲେ। ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ସାଙ୍ଗରେ ନେଇ ଏକ ସଂକୀର୍ଣ୍ଣ ଗଳିରେ ଚାଲିଚାଲି ଯାଉଥିବା ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି। ସେ ଶିଶୁକୁ ମାରିଦେବା ପାଇଁ ଧମକ ଦେଇଛି। ମାଙ୍କଡ଼ ପଲ ପହଞ୍ଚତ୍ ନ ଥିଲେ ଅଭିଯୁକ୍ତ ମୋ ଝିଅକୁ ମାରିଦେଇଥାନ୍ତା ବୋଲି ଶିଶୁର ବାପା କହିଛନ୍ତି।

The post ହନୁମାନ ରୂପରେ ଆସି କୁନି ଝିଅକୁ ବଳାତ୍କାରରୁ କଲେ ରକ୍ଷା appeared first on Dharitri Odia News.