ଗାଏକ୍ବାଡ୍ ବିନା ଆଇପିଏଲ୍ ଖେଳିବ ସିଏସକେ; ଟୁର୍ଣ୍ଣାମେଣ୍ଟ ମଝିରୁ ଚେନ୍ନାଇ ମଙ୍ଗ ଧରିବେ ଧୋନି

ନୂଆଦିଲ୍ଲୀ: ଋତୁରାଜ ଗାଏକ୍ବାଡ୍ ବିନା ଆଇପିଏଲ୍ ମ୍ୟାଚ୍ ଖେଳିବ ଚେନ୍ନାଇ ସୁପର କିଙ୍ଗ୍‌ସ । ଆହତ ଯୋଗୁ ଚଳିତ ଆଇପିଏଲ ୨୦୨୫ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି ଋତୁ । ତାଙ୍କ କହୁଣିରେ ଗଭୀର ଆଘାତ ଲାଗିଛି । ଫଳରେ ପୂରା ଟୁର୍ଣ୍ଣାମେଣ୍ଟରୁ ସେ ବାହାର ହୋଇଯାଇଛନ୍ତି । ବର୍ତ୍ତମାନଠୁ ସିଏସକେ ପାଇଁ ଅଧିନାୟକ ଦାୟିତ୍ବ ସମ୍ଭାଳିବେ ମହେନ୍ଦ୍ର ସିଂହ ଧୋନି । ଏନେଇ ଚେନ୍ନାଇ ସୁପର କିଙ୍ଗସର କୋଚ୍ ଷ୍ଟିଫନ୍ ଫ୍ଲେମିଂ ସୂଚନା ଦେଇଛନ୍ତି । ସିଜିନ୍ ମଝିରେ ଧୋନି ନେତୃତ୍ବ ନେବା ଦ୍ବିତୀୟ ଥର ପାଇଁ ହୋଇଛି । ଏହା ପୂର୍ବରୁ ରବିନ୍ଦ୍ର ଜାଡେଜା ଅଧିନାୟକ ପଦ ଛାଡ଼ିବା ପରେ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ଗୁରୁବାର ସିଏସକେ କୋଚ୍ ଷ୍ଟିଫନ୍ ଫ୍ଲେମିଂ କହିଛନ୍ତି, ଋତୁରାଜ ଗାଏକ୍ବାଡ୍‌ଙ୍କ କହୁଣିରେ ଗଭୀର ଆଘାତ ଲାଗିଛି । ତାଙ୍କ କହୁଣି ହାଡ଼ ଭାଙ୍ଗି ଯାଇଥିବା ନେଇ ମେଡିକାଲ୍ ରିପୋର୍ଟରୁ ଜଣାପଡ଼ିଛି । ଫଳରେ ସେ ପୂରା ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି ।  ତେଣୁ ତାଙ୍କ ସ୍ଥାନରେ ଏବେଠୁ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗ୍‌ସର ନେତୃତ୍ବ ନେବେ । ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଜୋଫ୍ରା ଆର୍ଚରଙ୍କ ବଲରେ ଆହତ ହୋଇଥିଲେ ।ଆଇପିଏଲ୍ ୨୦୨୫ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଦର୍ଶନ ଖରାପ ରହିଛି । ଋତୁରାଜଙ୍କ ନେତୃତ୍ବରେ ଟିମ୍ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳି ମାତ୍ର ଗୋଟିଏ ଜିତିଛି । ପ୍ରଥମ ମୁକାବିଲାରେ ଦଳ ମ

ଗାଏକ୍ବାଡ୍ ବିନା ଆଇପିଏଲ୍ ଖେଳିବ ସିଏସକେ; ଟୁର୍ଣ୍ଣାମେଣ୍ଟ ମଝିରୁ ଚେନ୍ନାଇ ମଙ୍ଗ ଧରିବେ ଧୋନି

ନୂଆଦିଲ୍ଲୀ: ଋତୁରାଜ ଗାଏକ୍ବାଡ୍ ବିନା ଆଇପିଏଲ୍ ମ୍ୟାଚ୍ ଖେଳିବ ଚେନ୍ନାଇ ସୁପର କିଙ୍ଗ୍‌ସ । ଆହତ ଯୋଗୁ ଚଳିତ ଆଇପିଏଲ ୨୦୨୫ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି ଋତୁ । ତାଙ୍କ କହୁଣିରେ ଗଭୀର ଆଘାତ ଲାଗିଛି । ଫଳରେ ପୂରା ଟୁର୍ଣ୍ଣାମେଣ୍ଟରୁ ସେ ବାହାର ହୋଇଯାଇଛନ୍ତି । ବର୍ତ୍ତମାନଠୁ ସିଏସକେ ପାଇଁ ଅଧିନାୟକ ଦାୟିତ୍ବ ସମ୍ଭାଳିବେ ମହେନ୍ଦ୍ର ସିଂହ ଧୋନି । ଏନେଇ ଚେନ୍ନାଇ ସୁପର କିଙ୍ଗସର କୋଚ୍ ଷ୍ଟିଫନ୍ ଫ୍ଲେମିଂ ସୂଚନା ଦେଇଛନ୍ତି । ସିଜିନ୍ ମଝିରେ ଧୋନି ନେତୃତ୍ବ ନେବା ଦ୍ବିତୀୟ ଥର ପାଇଁ ହୋଇଛି । ଏହା ପୂର୍ବରୁ ରବିନ୍ଦ୍ର ଜାଡେଜା ଅଧିନାୟକ ପଦ ଛାଡ଼ିବା ପରେ ଦାୟିତ୍ବ ମଧ୍ୟ ତୁଲାଇଥିଲେ । 

ଗୁରୁବାର ସିଏସକେ କୋଚ୍ ଷ୍ଟିଫନ୍ ଫ୍ଲେମିଂ କହିଛନ୍ତି, ଋତୁରାଜ ଗାଏକ୍ବାଡ୍‌ଙ୍କ କହୁଣିରେ ଗଭୀର ଆଘାତ ଲାଗିଛି । ତାଙ୍କ କହୁଣି ହାଡ଼ ଭାଙ୍ଗି ଯାଇଥିବା ନେଇ ମେଡିକାଲ୍ ରିପୋର୍ଟରୁ ଜଣାପଡ଼ିଛି । ଫଳରେ ସେ ପୂରା ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି ।  ତେଣୁ ତାଙ୍କ ସ୍ଥାନରେ ଏବେଠୁ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗ୍‌ସର ନେତୃତ୍ବ ନେବେ । ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଜୋଫ୍ରା ଆର୍ଚରଙ୍କ ବଲରେ ଆହତ ହୋଇଥିଲେ ।

ଆଇପିଏଲ୍ ୨୦୨୫ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଦର୍ଶନ ଖରାପ ରହିଛି । ଋତୁରାଜଙ୍କ ନେତୃତ୍ବରେ ଟିମ୍ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳି ମାତ୍ର ଗୋଟିଏ ଜିତିଛି । ପ୍ରଥମ ମୁକାବିଲାରେ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା ଏବଂ ଏହା ସମସ୍ତ ମ୍ୟାଚ୍ ହାରିଛି । ସିଏସକେ ଟିମ୍ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ, ରାଜସ୍ଥାନ ରୟାଲ୍‌ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ୍ ଠାରୁ ପରାସ୍ତ ହୋଇଛି ।