ନବ ଦାସ ହତ୍ୟାକାଣ୍ଡର ହେବ କି ସିବିଆଇ ତଦନ୍ତ?  ଲିଖିତ ଅଭିଯୋଗ କରିବେ କି ଦୀପାଳି ? ସୁପାରିଶ କରିବେ କି ମୋହନ ସରକାର?

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟାକାଣ୍ଡକୁ ୨ବର୍ଷ ପୂରିବାକୁ ଯାଉଛି। କିନ୍ତୁ ଏପର୍ୟ୍ୟନ୍ତ ହତ୍ୟାର କାରଣ କଣ ତାହା ସ୍ପଷ୍ଟ ହୋଇ ପାରିନି। କ୍ରାଇମବ୍ରାଂଚ କେବଳ ଗୋପାଳକୁ ଧରି ଚୁପ୍ ବସି ପଡିଛି। ଏହାରି ଭିତରେ ସିବିଆଇ ତଦନ୍ତ ଦାବି କରି ନବୀନ ପଟ୍ଟନାୟକଙ୍କ ଅଡୁଆ ବଢାଇଛନ୍ତି ନବଦାସଙ୍କ ଝିଅ ଦୀପାଳୀ ଦାସ । ପରୋକ୍ଷରେ ସେ ବିଜେଡି ସୁପ୍ରିମୋଙ୍କୁ ଅକଳରେ ପକାଇଛନ୍ତି ।  କାରଣ ସବୁବେଳେ ତଦନ୍ତ ତା ବାଟରେ ଯିବ ବୋଲି କହିଆସୁଥିଲେ ଦୀପାଳି । ନବ ଦାସଙ୍କ ହତ୍ୟାକାଣ୍ଡକୁ ଏହା ଭିତରେ ୨ବର୍ଷ ପୂରିବାକୁ ଯାଉଛି। କିନ୍ତୁ ଏପର୍ୟ୍ୟନ୍ତ ତାଙ୍କୁ ହତ୍ୟା କରାଯିବା ପଛର କାରଣ କଣ ତାହା ସ୍ପଷ୍ଟ ହୋଇ ପାରିନି। କ୍ରାଇମବ୍ରାଂଚ କେବଳ ଗୋପାଳକୁ ଧରି ଚୁପ୍ ବସି ପଡିଛି। ଏସବୁ ଭିତରେ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦିପାଳୀ ଦାସ ସିବିଆଇ ତଦନ୍ତ ପ୍ରସଙ୍ଗରେ ମୁହଁ ଖୋଲି ଝଡ ସୃଷ୍ଟି କରିଛନ୍ତି।  ବାପା ନବ ଦାସଙ୍କ ହତ୍ୟାକାଣ୍ଡର ଦୀର୍ଘ ଦୁଇ ବର୍ଷ ପରେ ଝିଅ ଦିପାଳୀ ପ୍ରଥମ ଥର ପାଇଁ ଏଭଳି ବୟାନ ଦେଇଛନ୍ତି। ଯାହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିଜେଡି ସରକାର ସମୟରେ କ୍ରାଇମବ୍ରାଂଚର ତଦନ୍ତ ଉପରେ ଭରସା କରି ଆସୁଥିବା ଦିପାଳୀ କାହିଁକି ଅଚାନକ ସିବିଆଇ ତଦନ୍ତ ପାଇଁ ଦାବି କଲେ ତାହା ଆଲୋଚନାର ପ୍ରସଙ୍ଗ ପାଲଟିଛି। ଅନ୍ୟପଟେ ମୋହନ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗି ଦିପାଳୀ ମାଷ୍ଟରଷ୍ଟ୍ରୋକ୍ ମାରିଛନ୍ତି।  ବିରୋଧରେ ଥ

ନବ ଦାସ ହତ୍ୟାକାଣ୍ଡର ହେବ କି ସିବିଆଇ ତଦନ୍ତ?  ଲିଖିତ ଅଭିଯୋଗ କରିବେ କି ଦୀପାଳି ? ସୁପାରିଶ କରିବେ କି ମୋହନ ସରକାର?

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟାକାଣ୍ଡକୁ ୨ବର୍ଷ ପୂରିବାକୁ ଯାଉଛି। କିନ୍ତୁ ଏପର୍ୟ୍ୟନ୍ତ ହତ୍ୟାର କାରଣ କଣ ତାହା ସ୍ପଷ୍ଟ ହୋଇ ପାରିନି। କ୍ରାଇମବ୍ରାଂଚ କେବଳ ଗୋପାଳକୁ ଧରି ଚୁପ୍ ବସି ପଡିଛି। ଏହାରି ଭିତରେ ସିବିଆଇ ତଦନ୍ତ ଦାବି କରି ନବୀନ ପଟ୍ଟନାୟକଙ୍କ ଅଡୁଆ ବଢାଇଛନ୍ତି ନବଦାସଙ୍କ ଝିଅ ଦୀପାଳୀ ଦାସ । ପରୋକ୍ଷରେ ସେ ବିଜେଡି ସୁପ୍ରିମୋଙ୍କୁ ଅକଳରେ ପକାଇଛନ୍ତି ।  କାରଣ ସବୁବେଳେ ତଦନ୍ତ ତା ବାଟରେ ଯିବ ବୋଲି କହିଆସୁଥିଲେ ଦୀପାଳି ।

ନବ ଦାସଙ୍କ ହତ୍ୟାକାଣ୍ଡକୁ ଏହା ଭିତରେ ୨ବର୍ଷ ପୂରିବାକୁ ଯାଉଛି। କିନ୍ତୁ ଏପର୍ୟ୍ୟନ୍ତ ତାଙ୍କୁ ହତ୍ୟା କରାଯିବା ପଛର କାରଣ କଣ ତାହା ସ୍ପଷ୍ଟ ହୋଇ ପାରିନି। କ୍ରାଇମବ୍ରାଂଚ କେବଳ ଗୋପାଳକୁ ଧରି ଚୁପ୍ ବସି ପଡିଛି। ଏସବୁ ଭିତରେ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦିପାଳୀ ଦାସ ସିବିଆଇ ତଦନ୍ତ ପ୍ରସଙ୍ଗରେ ମୁହଁ ଖୋଲି ଝଡ ସୃଷ୍ଟି କରିଛନ୍ତି। 

ବାପା ନବ ଦାସଙ୍କ ହତ୍ୟାକାଣ୍ଡର ଦୀର୍ଘ ଦୁଇ ବର୍ଷ ପରେ ଝିଅ ଦିପାଳୀ ପ୍ରଥମ ଥର ପାଇଁ ଏଭଳି ବୟାନ ଦେଇଛନ୍ତି। ଯାହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିଜେଡି ସରକାର ସମୟରେ କ୍ରାଇମବ୍ରାଂଚର ତଦନ୍ତ ଉପରେ ଭରସା କରି ଆସୁଥିବା ଦିପାଳୀ କାହିଁକି ଅଚାନକ ସିବିଆଇ ତଦନ୍ତ ପାଇଁ ଦାବି କଲେ ତାହା ଆଲୋଚନାର ପ୍ରସଙ୍ଗ ପାଲଟିଛି। ଅନ୍ୟପଟେ ମୋହନ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗି ଦିପାଳୀ ମାଷ୍ଟରଷ୍ଟ୍ରୋକ୍ ମାରିଛନ୍ତି। 

ବିରୋଧରେ ଥିବା ବିଜେପି ନବଦାସ ହତ୍ୟାକାଣ୍ଡକୁ ନେଇ ସଡକରୁ ବିଧାନସଭା ଯାଏ ଗର୍ଜନ ତର୍ଜନ କରିଥିଲା । ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରିଥିଲା । ଆଉ ଏବେ ଦୀପାଳୀ ରାଜ୍ୟ ସରକାରଙ୍କ ଉପରେ ସବୁ କିଛି ଛାଡି ଦେବା ପରେ ପୂରା ମାମଲା ନୂଆ ମୋଡ ନେଇଛି। କାରଣ ବହୁଦିନର ବ୍ୟବଧାନ ପରେ ନବଦାସଙ୍କ ଝିଅ ଦୀପାଳି ପ୍ରଥମ ଥର ପାଇଁ ସିବିଆଇ ତଦନ୍ତକୁ ନେଇ ମୁହଁ ଖୋଲିଛନ୍ତି। ମୋହନ ସରକାର ସିବିଆଇ ତଦନ୍ତ ଦିଗରେ ଆଗକୁ ବଢ଼ିବାକୁ ଦାବି କରିଛନ୍ତି। ତେବେ ଆଇନମନ୍ତ୍ରୀ କହିଛନ୍ତି, ଖାଲି ଗଣମାଧ୍ୟମ ଆଗରେ କହି ଦେଲେ ହେବନି । ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହନ୍ତିୁ, ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତି ନେବେ । 

ବିଳମ୍ବରେ ହେଲେ ବି ଦିପାଳୀ ସିବିଆଇ ତଦନ୍ତ ପାଇଁ ଦାବି କରିବାକୁ, ସବୁ ରାଜନୈତିକ ଦଳର ନେତା ସ୍ବାଗତ କରିଛନ୍ତି।  ନିର୍ବାଚନ ପୂର୍ବରୁ ଯେତେବେଳେ ବିରୋଧୀ ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଥିଲେ, ସେତେବେଳେ ବିରୋଧୀଙ୍କୁ କଟାକ୍ଷ କରୁଥିଲେ ଦିପାଳି ଓ ତାଙ୍କ ପରିବାର । ହେଲେ ଏବେ ଆଭିମୁଖ୍ୟ ପରିବର୍ତନ ଅନେକ ଇସାରା ଦେଉଛି ।