ସୋମବାର ପଶ୍ଚିମବଙ୍ଗ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ
କୋଲକାତା,୨୯ା୮: ବଳାତ୍କାର ନିରୋଧୀ ବିଲ୍ ଗୃହୀତ କରାଇବା ପାଇଁ ପଶ୍ଚିମବଙ୍ଗ ସରକାର ୨ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ସୋମବାର ବିଲ୍ ଆଗତ ହେବାକୁ ଥିବାବେଳେ ମଙ୍ଗଳବାର ଏହା ଉପରେ ଆଲୋଚନା ହୋଇ ଗୃହୀତ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭନଦେବ ଚଟ୍ଟୋପାଧ୍ୟାୟ କହିଛନ୍ତି। ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ନୂଆ ଆଇନରେ ବ୍ୟବସ୍ଥା ରହିବ। ବର୍ତ୍ତମାନର ରାଜ୍ୟ ଆଇନରେ ସଂଶୋଧନ ଆଣି ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ନିମନ୍ତେ ଆସନ୍ତା ସପ୍ତାହରେ ବିଲ୍ ଗୃହୀତ ହେବ […] The post ସୋମବାର ପଶ୍ଚିମବଙ୍ଗ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ appeared first on Dharitri Odia News.
କୋଲକାତା,୨୯ା୮: ବଳାତ୍କାର ନିରୋଧୀ ବିଲ୍ ଗୃହୀତ କରାଇବା ପାଇଁ ପଶ୍ଚିମବଙ୍ଗ ସରକାର ୨ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ସୋମବାର ବିଲ୍ ଆଗତ ହେବାକୁ ଥିବାବେଳେ ମଙ୍ଗଳବାର ଏହା ଉପରେ ଆଲୋଚନା ହୋଇ ଗୃହୀତ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭନଦେବ ଚଟ୍ଟୋପାଧ୍ୟାୟ କହିଛନ୍ତି।
ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ନୂଆ ଆଇନରେ ବ୍ୟବସ୍ଥା ରହିବ। ବର୍ତ୍ତମାନର ରାଜ୍ୟ ଆଇନରେ ସଂଶୋଧନ ଆଣି ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ନିମନ୍ତେ ଆସନ୍ତା ସପ୍ତାହରେ ବିଲ୍ ଗୃହୀତ ହେବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିନକ ପୂର୍ବରୁ କହିଥିଲେ।
ସୂଚନାଯୋଗ୍ୟ, ଗତ ୯ ତାରିଖରେ କୋଲକାତାର ଆର୍.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ପଶ୍ଚିମବଙ୍ଗରେ ସାମାଜିକ ଓ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଏଭଳି ଅପରାଧକୁ ରୋକିବା ପାଇଁ ଆଇନକୁ କଡ଼ାକଡ଼ି କରାଯିବ ବୋଲି ମମତା କହିଥିଲେ।
The post ସୋମବାର ପଶ୍ଚିମବଙ୍ଗ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ appeared first on Dharitri Odia News.