‘ବାବରି ପରି ଭଟକଲ ମସଜିଦ ଭାଙ୍ଗିବା ନିଶ୍ଚିତ‘: ସାଂସଦଙ୍କ ବିବାଦୀୟ ମନ୍ତବ୍ୟ
ନୂଆଦିଲ୍ଲୀ: ‘ବାବରି ମସଜିଦ ପରି ଭଟକଲ ମସଜିଦ ମଧ୍ୟ ଭାଙ୍ଗିବା ନିଶ୍ଚିତ।‘ ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ଅନନ୍ତ କୁମାର ହେଗଡେ। ସେ କହିଛନ୍ତି ଯେ ଏହା ମୋର ନିଷ୍ପତ୍ତି ନୁହେଁ ବରଂ ହିନ୍ଦୁ ସମାଜର ନିଷ୍ପତ୍ତି। କଂଗ୍ରେସ ଉପରେ ଅଭିଯୋଗ କରି ହେଗଡେ କହିଛନ୍ତି ଯେ ସେମାନେ ଶତାବ୍ଦୀ ଧରି ହିନ୍ଦୁ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ ଆମର ପ୍ରତିଦ୍ୱନ୍ଦ୍ୱୀ ନୁହେଁ। ସେ ହିନ୍ଦୁ ଏବଂ ସନାତନ ଧର୍ମ ବିରୁଦ୍ଧରେ ଅଛନ୍ତି। ହେଗଡେ କହିଛନ୍ତି ଯେ କଂଗ୍ରେସ ଆମର ବିରୋଧୀ ନୁହେଁ, ଆମର ସାମନା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହ କରୁଛୁ। ଯେଉଁ ଲୋକ ଅଳ୍ପସଂଖ୍ୟକ ଭୋଟ୍ ପାଇଁ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଉଛନ୍ତି, ଆମର ସାମ୍ନା ସେମାନଙ୍କ ସହିତ ହେଉଛି। ସିଦ୍ଧରମୈୟା କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିନାହିଁ। ଏହା ପରେ ସେ କହିଥିଲେ ଯେ ସେ ସେଠାକୁ ଯିବେ ନାହିଁ। ମୁଁ କହୁଛି ସେ ଆସନ୍ତୁ କି ନାହିଁ, ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ନିଶ୍ଚିତ ରୂପେ ହେବ। Karnataka | BJP MP Anantkumar Hegde says, "The destruction of Bhatkal Mosque is guaranteed like Babri Masjid. This is not the decision of Anantkumar Hegde, but the decision of Hindu society... They (Congress) have been dividi
ନୂଆଦିଲ୍ଲୀ: ‘ବାବରି ମସଜିଦ ପରି ଭଟକଲ ମସଜିଦ ମଧ୍ୟ ଭାଙ୍ଗିବା ନିଶ୍ଚିତ।‘ ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ଅନନ୍ତ କୁମାର ହେଗଡେ। ସେ କହିଛନ୍ତି ଯେ ଏହା ମୋର ନିଷ୍ପତ୍ତି ନୁହେଁ ବରଂ ହିନ୍ଦୁ ସମାଜର ନିଷ୍ପତ୍ତି। କଂଗ୍ରେସ ଉପରେ ଅଭିଯୋଗ କରି ହେଗଡେ କହିଛନ୍ତି ଯେ ସେମାନେ ଶତାବ୍ଦୀ ଧରି ହିନ୍ଦୁ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ ଆମର ପ୍ରତିଦ୍ୱନ୍ଦ୍ୱୀ ନୁହେଁ। ସେ ହିନ୍ଦୁ ଏବଂ ସନାତନ ଧର୍ମ ବିରୁଦ୍ଧରେ ଅଛନ୍ତି।
ହେଗଡେ କହିଛନ୍ତି ଯେ କଂଗ୍ରେସ ଆମର ବିରୋଧୀ ନୁହେଁ, ଆମର ସାମନା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହ କରୁଛୁ। ଯେଉଁ ଲୋକ ଅଳ୍ପସଂଖ୍ୟକ ଭୋଟ୍ ପାଇଁ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଉଛନ୍ତି, ଆମର ସାମ୍ନା ସେମାନଙ୍କ ସହିତ ହେଉଛି। ସିଦ୍ଧରମୈୟା କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିନାହିଁ। ଏହା ପରେ ସେ କହିଥିଲେ ଯେ ସେ ସେଠାକୁ ଯିବେ ନାହିଁ। ମୁଁ କହୁଛି ସେ ଆସନ୍ତୁ କି ନାହିଁ, ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ନିଶ୍ଚିତ ରୂପେ ହେବ।
Karnataka | BJP MP Anantkumar Hegde says, "The destruction of Bhatkal Mosque is guaranteed like Babri Masjid. This is not the decision of Anantkumar Hegde, but the decision of Hindu society... They (Congress) have been dividing the Hindu society for centuries. Congress is not our… pic.twitter.com/DhmGhH1IYU— ANI (@ANI) January 13, 2024
ପ୍ରକାଶଥାଉକି ଭଟକଲ ମସଜିଦ କର୍ଣ୍ଣାଟକର ଭଟକାଲ ସହରରେ ଅବସ୍ଥିତ। ବିଜେପି ସାଂସଦ ଏହା ମଧ୍ୟ କହିଛନ୍ତି ଯେ କିଛି ଲୋକ ମୋର ବିବୃତ୍ତିକୁ ଧମକ ବୋଲି ଭାବିବେ କିନ୍ତୁ ସଠିକ୍ କାର୍ଯ୍ୟରୁ ହିନ୍ଦୁ ସମ୍ପ୍ରଦାୟଙ୍କୁ କେହି ଅଟକାଇ ପାରିବେ ନାହିଁ। ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାକୁ ଥିବାବେଳେ ସାଂସଦଙ୍କ ମନ୍ତବ୍ୟ ରାଜନୀତିକୁ ଆହୁରି ଉଷ୍ମ କରୁଛି।
The post ‘ବାବରି ପରି ଭଟକଲ ମସଜିଦ ଭାଙ୍ଗିବା ନିଶ୍ଚିତ‘: ସାଂସଦଙ୍କ ବିବାଦୀୟ ମନ୍ତବ୍ୟ appeared first on Prameya News7.