ଆଖିର ଥକ୍କାପଣ ଓ ଶୁଷ୍କତା କମାଇବାକୁ ଚାହୁଁଛନ୍ତି କି ? କରନ୍ତୁ ଏହି ବ୍ୟାୟାମ

ନୂଆଦିଲ୍ଲୀ ୩୦।୦୫; ଏବେ ଡିଜିଟାଲ୍‌ ଯୁଗ । ତେଣୁ ପ୍ରତ୍ୟେକ ବ୍ୟକ୍ତି ମୋବାଇଲ୍‌ ଓ କମ୍ପ୍ୟୁଟର  ସ୍କ୍ରିନ୍‌ ଆଗରେ ସମୟ ବିତାଇବାକୁ ବାଧ୍ୟ କହିଲେ ଭୁଲ୍‌ ହେବେନି । ଏହାର  ଅତ୍ୟଧିକ ବ୍ୟବହାର ଯୋଗୁ ଆଖିରେ ଥକ୍କାପଣ ସାଙ୍ଗକୁ ଶୁଷ୍କତାଜନିତ   ସମସ୍ୟା ଦେଖିବାକୁ ମିଳୁଛି । ଏହାକୁ ଦୂର କରିବା ପାଇଁ ଚାଲନ୍ତୁ ଜାଣିବା  କେତେକ ବ୍ୟାୟାମ । ପାମିଂ ଟେକ୍‌ନିକ୍‌ ପାମିଂ ଟେକ୍‌ନିକ୍‌ ଅର୍ଥାତ ହାତ ପାପୁଲି ଜରିଆରେ ଆଖିର ବ୍ୟାୟାମ । ଏହା  ଆଖିର ଥକ୍କାପଣ ଦୂର କରିବାରେ ସହଯୋଗ କରିଥାଏ।ଏଥିରେ ମନ ଶାନ୍ତ  ହେବା ସହ ଚିନ୍ତା କମ୍‌ ହୋଇଥାଏ । ସେହିପରି ହାତ ପାପୁଲିରେ ଆଖିକୁ  ଢାଙ୍କିବା ଦ୍ୱାରା ବାହାରର ଆଲୋକଠାରୁ ମୁକ୍ତି ମିଳିଥାଏ । ଏପରିକି ଆଖିକୁ   ଆରାମ ମଧ୍ୟ ମିଳିଥାଏ । ଆରାମଦାୟକ ଭାବେ ବସିବା ସହ ଉଭୟ ହାତକୁ  ପରସ୍ପର ସହ ଘଷନ୍ତୁ । ହାତ ଉଷୁମ ହେବା ପରେ ଏହାକୁ ଆଖି ଉପରେ  ରଖି ହାଲ୍‌କା ଭାବେ ଚାପ ଦିଅନ୍ତୁ । ୧-୨ ମିନିଟ୍‌ ଏହି ସ୍ଥିତିରେ ରଖିବା ପରେ  ହାତ ବାହାର କରି ନିଅନ୍ତୁ ।  ଆଇ ରୋଲିଂ ଆଇ ରୋଲିଂ ବା ଆଖି ବୁଲାଇବା ଦ୍ୱାରା ଥକ୍କାପଣ ଦୂର ହେବା ସହ ରକ୍ତ   ସଞ୍ଚାଳନ ବଢିଥାଏ । ସେହିପରି ଏହି ବ୍ୟାୟାମ କରିବା ଦ୍ୱାରା ଆଖିର  ମାଂସପେଶୀକୁ ଆରାମ ମିଳିଥାଏ । ଏହି ବ୍ୟାୟାମ କରିବା ପାଇଁ ସିଧା ବସିବା  ସହ ବେକ ସିଧା ରଖି ଉପରକୁ ଦେଖନ୍ତୁ । ଏବେ ଆଖିକୁ ଧୀରେ ଧୀରେ ଘଣ୍ଟା   କଣ୍ଟା ଦିଗରେ ବୁଲାନ୍ତୁ । କି

ଆଖିର ଥକ୍କାପଣ ଓ ଶୁଷ୍କତା କମାଇବାକୁ ଚାହୁଁଛନ୍ତି କି ? କରନ୍ତୁ ଏହି ବ୍ୟାୟାମ

ନୂଆଦିଲ୍ଲୀ ୩୦।୦୫; ଏବେ ଡିଜିଟାଲ୍‌ ଯୁଗ । ତେଣୁ ପ୍ରତ୍ୟେକ ବ୍ୟକ୍ତି ମୋବାଇଲ୍‌ ଓ କମ୍ପ୍ୟୁଟର  ସ୍କ୍ରିନ୍‌ ଆଗରେ ସମୟ ବିତାଇବାକୁ ବାଧ୍ୟ କହିଲେ ଭୁଲ୍‌ ହେବେନି । ଏହାର  ଅତ୍ୟଧିକ ବ୍ୟବହାର ଯୋଗୁ ଆଖିରେ ଥକ୍କାପଣ ସାଙ୍ଗକୁ ଶୁଷ୍କତାଜନିତ   ସମସ୍ୟା ଦେଖିବାକୁ ମିଳୁଛି । ଏହାକୁ ଦୂର କରିବା ପାଇଁ ଚାଲନ୍ତୁ ଜାଣିବା  କେତେକ ବ୍ୟାୟାମ । ପାମିଂ ଟେକ୍‌ନିକ୍‌ ପାମିଂ ଟେକ୍‌ନିକ୍‌ ଅର୍ଥାତ ହାତ ପାପୁଲି ଜରିଆରେ ଆଖିର ବ୍ୟାୟାମ । ଏହା  ଆଖିର ଥକ୍କାପଣ ଦୂର କରିବାରେ ସହଯୋଗ କରିଥାଏ।

ଏଥିରେ ମନ ଶାନ୍ତ  ହେବା ସହ ଚିନ୍ତା କମ୍‌ ହୋଇଥାଏ । ସେହିପରି ହାତ ପାପୁଲିରେ ଆଖିକୁ  ଢାଙ୍କିବା ଦ୍ୱାରା ବାହାରର ଆଲୋକଠାରୁ ମୁକ୍ତି ମିଳିଥାଏ । ଏପରିକି ଆଖିକୁ   ଆରାମ ମଧ୍ୟ ମିଳିଥାଏ । ଆରାମଦାୟକ ଭାବେ ବସିବା ସହ ଉଭୟ ହାତକୁ  ପରସ୍ପର ସହ ଘଷନ୍ତୁ । ହାତ ଉଷୁମ ହେବା ପରେ ଏହାକୁ ଆଖି ଉପରେ  ରଖି ହାଲ୍‌କା ଭାବେ ଚାପ ଦିଅନ୍ତୁ । ୧-୨ ମିନିଟ୍‌ ଏହି ସ୍ଥିତିରେ ରଖିବା ପରେ  ହାତ ବାହାର କରି ନିଅନ୍ତୁ ।  ଆଇ ରୋଲିଂ ଆଇ ରୋଲିଂ ବା ଆଖି ବୁଲାଇବା ଦ୍ୱାରା ଥକ୍କାପଣ ଦୂର ହେବା ସହ ରକ୍ତ   ସଞ୍ଚାଳନ ବଢିଥାଏ । 

ସେହିପରି ଏହି ବ୍ୟାୟାମ କରିବା ଦ୍ୱାରା ଆଖିର  ମାଂସପେଶୀକୁ ଆରାମ ମିଳିଥାଏ । ଏହି ବ୍ୟାୟାମ କରିବା ପାଇଁ ସିଧା ବସିବା  ସହ ବେକ ସିଧା ରଖି ଉପରକୁ ଦେଖନ୍ତୁ । ଏବେ ଆଖିକୁ ଧୀରେ ଧୀରେ ଘଣ୍ଟା   କଣ୍ଟା ଦିଗରେ ବୁଲାନ୍ତୁ । କିଛି ସମୟ ପରେ ଘଣ୍ଟା କଣ୍ଟାର ବିପରୀତ ଦିଗରେ  ବୁଲାନ୍ତୁ । ଏହି ପ୍ରକ୍ରିୟାକୁ ୪-୫ ମିନିଟ୍‌ ଯାଏ କରନ୍ତୁ।