ଆତ୍ମସମର୍ପଣ କଲେ ୯ ମାଓବାଦୀ, ମୁଣ୍ଡ ଉପରେ ୨୬ ଲକ୍ଷ ଟଙ୍କାର ପୁରସ୍କାର
ମାଲକାନଗିରି ୨୭।୩: ଛତିଶଗଡ ସୁକୁମା ଏସ୍ପିଙ୍କ ନିକଟରେ ୯ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୨୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଆତ୍ମସମର୍ପଣ କରିଥିବା ୯ ଜଣ ମାଓବାଦୀଙ୍କ ମଧ୍ୟରେ ୬ ଜଣ ମହିଳା ମାଓବାଦୀ ରହିଛନ୍ତି । ଏମାନେ ସୁକୁମା, ବିଜାପୁର ଓ ଦନ୍ତେୱାଡା ଜିଲ୍ଲାର ଅନେକ ବଡ ବଡ ମାଓ ହିଂସାରେ ସାମିଲ ରହିଥିବା ନେଇ ସୁକୁମା ଏସ୍ପି କିରଣ ଚୌହାନ ସୂଚନା ଦେଇଛନ୍ତି । ଆତ୍ମସମର୍ପଣ ପରେ ସମସ୍ତଙ୍କୁ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ଚେକ୍ ପ୍ରଦାନ କରିଛନ୍ତି ସୁକୁମା ଏସ୍ପି କିରଣ ଚୌହାନ, ଅତିରିକ୍ତ ଏସ୍ପି ଉମେଶ ଗୁପ୍ତା ଓ ସିଆରପିଏଫ କମାଣ୍ଡାଣ୍ଟ । ପରେ ଛତିଶଗଡ ସରକାରଙ୍କ ନିୟମ ଅନୁସାରେ ଏମାନଙ୍କୁ ଥଇଥାନ କରାଯିବ ବୋଲି ସୁକୁମା ଏସ୍ପି କହିଛନ୍ତି ।You Can Read:ବର୍ଷକରେ ରାଜସ୍ବ ଗାଁରେ ପରିବର୍ତ୍ତନ ହେଲାଣି ୨୬୩ ପଡା ଗାଁ, ୧୪୭ ପଡାର ଚାଲିଛି ସମୀକ୍ଷା
ମାଲକାନଗିରି ୨୭।୩: ଛତିଶଗଡ ସୁକୁମା ଏସ୍ପିଙ୍କ ନିକଟରେ ୯ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୨୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଆତ୍ମସମର୍ପଣ କରିଥିବା ୯ ଜଣ ମାଓବାଦୀଙ୍କ ମଧ୍ୟରେ ୬ ଜଣ ମହିଳା ମାଓବାଦୀ ରହିଛନ୍ତି । ଏମାନେ ସୁକୁମା, ବିଜାପୁର ଓ ଦନ୍ତେୱାଡା ଜିଲ୍ଲାର ଅନେକ ବଡ ବଡ ମାଓ ହିଂସାରେ ସାମିଲ ରହିଥିବା ନେଇ ସୁକୁମା ଏସ୍ପି କିରଣ ଚୌହାନ ସୂଚନା ଦେଇଛନ୍ତି ।
ଆତ୍ମସମର୍ପଣ ପରେ ସମସ୍ତଙ୍କୁ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ଚେକ୍ ପ୍ରଦାନ କରିଛନ୍ତି ସୁକୁମା ଏସ୍ପି କିରଣ ଚୌହାନ, ଅତିରିକ୍ତ ଏସ୍ପି ଉମେଶ ଗୁପ୍ତା ଓ ସିଆରପିଏଫ କମାଣ୍ଡାଣ୍ଟ । ପରେ ଛତିଶଗଡ ସରକାରଙ୍କ ନିୟମ ଅନୁସାରେ ଏମାନଙ୍କୁ ଥଇଥାନ କରାଯିବ ବୋଲି ସୁକୁମା ଏସ୍ପି କହିଛନ୍ତି ।
You Can Read:
ବର୍ଷକରେ ରାଜସ୍ବ ଗାଁରେ ପରିବର୍ତ୍ତନ ହେଲାଣି ୨୬୩ ପଡା ଗାଁ, ୧୪୭ ପଡାର ଚାଲିଛି ସମୀକ୍ଷା