ଦେଶବାସୀଙ୍କଠାରୁ ନ୍ୟାୟ ଚାହେଁ: ହାସିନା
ନୂଆଦିଲ୍ଲୀ,୧୪ା୮: ସରକାରର ପତନ ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ମଙ୍ଗଳବାର ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ତାଙ୍କ ଦେଶବାସୀଙ୍କଠାରୁ ନ୍ୟାୟ ପାଇବାକୁ ଅପିଲ କରିଛନ୍ତି। ତାଙ୍କର ଏକ ଆବେଗଭରା ବିବୃତିକୁ ପୁଅ ସଜୀବ ଓ୍ବାଜେଦ୍ ଏକ୍ସ’ରେ ପୋଷ୍ଟ କରିଛନ୍ତି। ହାସିନା କହିଛନ୍ତି, ଆନ୍ଦୋଳନକାରୀମାନେ ତାଙ୍କ ବାପା ତଥା ବାଂଲାଦେଶର ପ୍ରତିଷ୍ଠାତା ଶେଖ୍ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତି ସମେତ ଜାତୀୟ କୀର୍ତ୍ତିରାଜିଗୁଡ଼ିକୁ ଭାଙ୍ଗି ଲକ୍ଷ ଲକ୍ଷ ଶହୀଦଙ୍କ ପ୍ରତି ଅପମାନ […] The post ଦେଶବାସୀଙ୍କଠାରୁ ନ୍ୟାୟ ଚାହେଁ: ହାସିନା appeared first on Dharitri Odia News.
ନୂଆଦିଲ୍ଲୀ,୧୪ା୮: ସରକାରର ପତନ ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ମଙ୍ଗଳବାର ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ତାଙ୍କ ଦେଶବାସୀଙ୍କଠାରୁ ନ୍ୟାୟ ପାଇବାକୁ ଅପିଲ କରିଛନ୍ତି। ତାଙ୍କର ଏକ ଆବେଗଭରା ବିବୃତିକୁ ପୁଅ ସଜୀବ ଓ୍ବାଜେଦ୍ ଏକ୍ସ’ରେ ପୋଷ୍ଟ କରିଛନ୍ତି। ହାସିନା କହିଛନ୍ତି, ଆନ୍ଦୋଳନକାରୀମାନେ ତାଙ୍କ ବାପା ତଥା ବାଂଲାଦେଶର ପ୍ରତିଷ୍ଠାତା ଶେଖ୍ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତି ସମେତ ଜାତୀୟ କୀର୍ତ୍ତିରାଜିଗୁଡ଼ିକୁ ଭାଙ୍ଗି ଲକ୍ଷ ଲକ୍ଷ ଶହୀଦଙ୍କ ପ୍ରତି ଅପମାନ କରିଛନ୍ତି, ଯେଉଁ ଶହୀଦମାନେ ଦେଶ ପାଇଁ ରକ୍ତ ଦେଇଥିଲେ। ରାଷ୍ଟ୍ରର ଜନକ ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମାନଙ୍କ ନେତୃତ୍ୱରେ ଦେଶ ସ୍ବାଧୀନ ହୋଇଥିଲା ଓ ନିଜସ୍ବ ପରିଚୟ ପାଇଥିଲା। ତାଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ତାଙ୍କ ପ୍ରତି ଘୋର ଅପମାନ କରାଯାଇଛି। ଏଥିପାଇଁ ଦେଶବାସୀଙ୍କଠାରୁ ନ୍ୟାୟ ଚାହେଁ ବୋଲି ହାସିନା କହିଛନ୍ତି। ୧୯୭୫ରେ ସେନା ବିଦ୍ରୋହରେ ତାଙ୍କ ପରିବାର ସଦସ୍ୟମାନଙ୍କୁ ହତ୍ୟା କରାଯାଇଥିଲା। ଏବେ ସରକାର ବିରୋଧୀ ଆନ୍ଦୋଳନରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ସେ ଶୋକବ୍ୟକ୍ତ କରିଛନ୍ତି।
The post ଦେଶବାସୀଙ୍କଠାରୁ ନ୍ୟାୟ ଚାହେଁ: ହାସିନା appeared first on Dharitri Odia News.