ନାଗାଚୈତନ୍ୟ-ସାମନ୍ତାଙ୍କ ଛାଡପତ୍ର ବିବାଦକୁ ନେଇ ମୁହଁ ଖୋଲିଲେ ଅଲ୍ଲୁ ଅର୍ଜୁନ, କହିଲେ ଅପମାନ…
ନୂଆଦିଲ୍ଲୀ,୩।୧୦: ନାଗା ଚୈତନ୍ୟ ସାମନ୍ତ ଋଥ ପ୍ରଭାଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ନାଗା, ଶୋଭିତା ଧୁଲିପାଲାଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେମାନଙ୍କ ବିବାହ ସମ୍ବନ୍ଧୀୟ ସୂଚନା ପ୍ରଥମେ ତାଙ୍କ ବାପା ତଥା ସୁପରଷ୍ଟାର ନାଗାର୍ଜୁନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରିଥିଲେ। କିନ୍ତୁ ତେଲେଙ୍ଗାନା ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା ନାଗା ଚୈତନ୍ୟଙ୍କ ଛାଡପତ୍ର ପାଇଁ କେ.ଟି ରାମ ରାଓଙ୍କୁ ଦାୟୀ କରିଛନ୍ତି। ଯାହାପରେ […] The post ନାଗାଚୈତନ୍ୟ-ସାମନ୍ତାଙ୍କ ଛାଡପତ୍ର ବିବାଦକୁ ନେଇ ମୁହଁ ଖୋଲିଲେ ଅଲ୍ଲୁ ଅର୍ଜୁନ, କହିଲେ ଅପମାନ… appeared first on Dharitri Odia News.
ନୂଆଦିଲ୍ଲୀ,୩।୧୦: ନାଗା ଚୈତନ୍ୟ ସାମନ୍ତ ଋଥ ପ୍ରଭାଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ନାଗା, ଶୋଭିତା ଧୁଲିପାଲାଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେମାନଙ୍କ ବିବାହ ସମ୍ବନ୍ଧୀୟ ସୂଚନା ପ୍ରଥମେ ତାଙ୍କ ବାପା ତଥା ସୁପରଷ୍ଟାର ନାଗାର୍ଜୁନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରିଥିଲେ। କିନ୍ତୁ ତେଲେଙ୍ଗାନା ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା ନାଗା ଚୈତନ୍ୟଙ୍କ ଛାଡପତ୍ର ପାଇଁ କେ.ଟି ରାମ ରାଓଙ୍କୁ ଦାୟୀ କରିଛନ୍ତି। ଯାହାପରେ ନାଗା ଓ ସାମନ୍ଥା ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କୁ ତୀବ୍ର ବିରୋଧ କରିଥିଲେ। ଏହି ଘଟଣା ପରେ ମନ୍ତ୍ରୀଜଣକ ନିଜ ବୟାନ ପ୍ରତ୍ୟାହାର କରିଛନ୍ତି। ଏହାରି ଭିତରେ ତେଲଗୁ ଫିଲ୍ମର ସୁପରଷ୍ଟାର ଅଲୁ ଅର୍ଜୁନ ମୁହଁ ଖୋଲିଛନ୍ତି। ଯଦିଓ ସେ ସିଧାସଳଖ କାହାକୁ ନେଇ ମନ୍ତବ୍ୟ ଦେଇନାହାଁନ୍ତି, ତଥାପି ତାଙ୍କ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।
ଅଲ୍ଲୁ ଅର୍ଜୁନ X ରେ କହିଛନ୍ତି, ମୁଁ ଫିଲ୍ମର ବ୍ୟକ୍ତିତ୍ୱ ଏବଂ ଫିଲ୍ମ ପରିବାର ବିଷୟରେ ଦିଆଯାଇଥିବା ଅନାବଶ୍ୟକ ତଥା ଭିତ୍ତିହୀନ ଅପମାନଜନକ ମନ୍ତବ୍ୟକୁ ଦୃଢ ନିନ୍ଦା କରୁଛି। ଏହି ଆଚରଣ ଅତ୍ୟନ୍ତ ଅପମାନଜନକ ଏବଂ ଆମର ତେଲୁଗୁ ସଂସ୍କୃତି ବିରୁଦ୍ଧ। ଏପରି ଦାୟିତ୍ୱହୀନ କାର୍ଯ୍ୟକୁ ସାଧାରଣ କହିବା ଉଚିତ ନୁହେଁ। ମୁଁ ସମ୍ପୃକ୍ତ ପକ୍ଷମାନଙ୍କୁ ଅନୁରୋଧ କରୁଛି ଯେ ସମସ୍ତଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ବିଶେଷ ଭାବରେ ମହିଳାଙ୍କ ପ୍ରାଇଭେସି ପ୍ରତି ଧ୍ୟାନ ଦିଅନ୍ତୁ।
The post ନାଗାଚୈତନ୍ୟ-ସାମନ୍ତାଙ୍କ ଛାଡପତ୍ର ବିବାଦକୁ ନେଇ ମୁହଁ ଖୋଲିଲେ ଅଲ୍ଲୁ ଅର୍ଜୁନ, କହିଲେ ଅପମାନ… appeared first on Dharitri Odia News.