ରାସ୍ତାରେ ଗାଡ଼ିକୁ ଅଟକାଇ ବଟି ଆଦାୟ କରୁଥିଲେ ୩ ଯୁବକ, ପୋଲିସ ପହଞ୍ଚି…
ପୁରୁଷୋତ୍ତମପୁର,୧୫ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗିଠାରେ ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ବଟି ଆଦାୟ କରିବା ବେଳେ ତିନିଜଣ ଯୁବକଙ୍କୁ ପୁରୁଷୋତ୍ତମପୁର ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଯୁବକମାନେ ହେଲେ ଭୂତସରସିଙ୍ଗି ଗ୍ରାମର ସନ୍ତୋଷ ସେଠୀ(୨୯), କୈଳାସ ଦଳେଇ (୨୬) ଓ କିରଣ ଜେନା (୨୨)। ଘଟଣାରୁ ପ୍ରକାଶ ଯେ, ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲା କୋଣ୍ଡାପି ଥାନା ଅନ୍ତର୍ଗତ ପିଟିଲୁରୁ ଗ୍ରାମର ଓ୍ବାଇ.ଇ ହୋସେଭେରା ବ୍ରହ୍ମପୁରଠାରୁ ମଇଁଷି […] The post ରାସ୍ତାରେ ଗାଡ଼ିକୁ ଅଟକାଇ ବଟି ଆଦାୟ କରୁଥିଲେ ୩ ଯୁବକ, ପୋଲିସ ପହଞ୍ଚି… appeared first on Dharitri Odia News.
ପୁରୁଷୋତ୍ତମପୁର,୧୫ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗିଠାରେ ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ବଟି ଆଦାୟ କରିବା ବେଳେ ତିନିଜଣ ଯୁବକଙ୍କୁ ପୁରୁଷୋତ୍ତମପୁର ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଯୁବକମାନେ ହେଲେ ଭୂତସରସିଙ୍ଗି ଗ୍ରାମର ସନ୍ତୋଷ ସେଠୀ(୨୯), କୈଳାସ ଦଳେଇ (୨୬) ଓ କିରଣ ଜେନା (୨୨)।
ଘଟଣାରୁ ପ୍ରକାଶ ଯେ, ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲା କୋଣ୍ଡାପି ଥାନା ଅନ୍ତର୍ଗତ ପିଟିଲୁରୁ ଗ୍ରାମର ଓ୍ବାଇ.ଇ ହୋସେଭେରା ବ୍ରହ୍ମପୁରଠାରୁ ମଇଁଷି କିଣି ଏକ ଗାଡ଼ି ଯୋଗେ ଶୁକ୍ରବାର ରାତିରେ ନେଉଥିବା ବେଳେ ଭୂତସରସିଙ୍ଗିଠାରେ ଏହି ଯୁବକମାନେ ଗାଡ଼ିକୁ ଅଟକାଇ ଧମକ ଦେଇ ବଟି ମାଗିବା ତାଙ୍କଠାରୁ ସହ ମୋବାଇଲ ଓ ଟଙ୍କା ଛଡ଼ାଇ ନେଇଯାଇଥିଲେ। ଏହି ସମୟରେ ପାଟ୍ରୋଲିଂ କରୁଥିବା ପୁରୁଷୋତ୍ତମପୁର ଏସ୍ଡିପି ଡ.ଦୀପକ କୁମାର ମିଶ୍ର ଗାଡ଼ି ଡ୍ରାଇଭର ଓ ବସିଥିବା ବ୍ୟକ୍ତିଙ୍କୁ ଅଭିଯୁକ୍ତମାନଙ୍କ କବଳରୁ ଉଦ୍ଧାର କରିବା ସହ ତତ୍କ୍ଷଣାତ୍ ଥାନା ଆଇଆଇସି ରାଜେଶ କୁମାର ନାୟକ ଓ କର୍ମଚାରୀମାନଙ୍କୁ ଘଟଣାସ୍ଥଳକୁ ଡକାଇ ଅଭିଯୁକ୍ତମାନଙ୍କୁ କାବୁକରି ଥାନାକୁ ଆଣିଥିଲେ। ଥାନାରେ କେସ୍ ନଂ ୧୨୮/୨୫ରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଅଫିସର ଏସ୍ଆଇ ଆଦିତ୍ୟ ନାରାୟଣ ପାତ୍ର କହିଛନ୍ତି।
The post ରାସ୍ତାରେ ଗାଡ଼ିକୁ ଅଟକାଇ ବଟି ଆଦାୟ କରୁଥିଲେ ୩ ଯୁବକ, ପୋଲିସ ପହଞ୍ଚି… appeared first on Dharitri Odia News.