ଶିବଗଙ୍ଗା ପୋଖରୀର ସୁରକ୍ଷା ପାଚେରି ଧସିଲା
ଚାନ୍ଦବାଲି,୭।୨(କିଷାନ ପାତ୍ର): ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ପୀଠରେ ଥିବା ଶିବଗଙ୍ଗା ପୋଖରୀ ପାଚେରି ସୋମବାର ବିଳମ୍ବିତ ରାତିରେ ଧସିଛି। ଏହି ପୋଖରୀକୁ ଲାଗିଥିବା ୪୦ ଫୁଟ୍ ଲମ୍ବର ଡ୍ରେନ୍ ଓ ସୁରକ୍ଷା ପାଚେରି ୨୦ ଫୁଟ୍ ତଳକୁ ଧସିଯାଇଛି। ଫଳରେ ପୋଖରୀ ପାଖ ରାସ୍ତା ସାରା ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ମାସେରୁ ଊର୍ଦ୍ଧ୍ୱ ହେଲା ପୁଷ୍କରିଣୀକୁ ଶୁଖାଯାଇ କାମ ଜାରି ରହିଛି। ଏହି କାମ ସମୟରେ ଉକ୍ତ ଡ୍ରେନ୍ […] The post ଶିବଗଙ୍ଗା ପୋଖରୀର ସୁରକ୍ଷା ପାଚେରି ଧସିଲା appeared first on Dharitri Odia News.
ଚାନ୍ଦବାଲି,୭।୨(କିଷାନ ପାତ୍ର): ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ପୀଠରେ ଥିବା ଶିବଗଙ୍ଗା ପୋଖରୀ ପାଚେରି ସୋମବାର ବିଳମ୍ବିତ ରାତିରେ ଧସିଛି। ଏହି ପୋଖରୀକୁ ଲାଗିଥିବା ୪୦ ଫୁଟ୍ ଲମ୍ବର ଡ୍ରେନ୍ ଓ ସୁରକ୍ଷା ପାଚେରି ୨୦ ଫୁଟ୍ ତଳକୁ ଧସିଯାଇଛି। ଫଳରେ ପୋଖରୀ ପାଖ ରାସ୍ତା ସାରା ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ମାସେରୁ ଊର୍ଦ୍ଧ୍ୱ ହେଲା ପୁଷ୍କରିଣୀକୁ ଶୁଖାଯାଇ କାମ ଜାରି ରହିଛି। ଏହି କାମ ସମୟରେ ଉକ୍ତ ଡ୍ରେନ୍ ଓ ପାଚେରି ପାର୍ଶ୍ୱରୁ ମାଟି ଖୋଳି ନେବାରୁ ଧସିଥିବା କୁହାଯାଉଛି। ତେବେ ଏହି ଘଟଣା ରାତିରେ ଘଟିଥିବାରୁ ଏକ ବଡ଼ ଧରଣର ବିପଦ ଟଳିଯାଇଛି।
ଗୋଟିଏ ପଟେ ବିକାଶମୂଳକ କାର୍ଯ୍ୟ ଚାଲିଥିବା ବେଳେ ଏହି ଘଟଣାକୁ ନେଇ ସେବାୟତଙ୍କ ସହ ବିରୋଧୀ ରାଜନୈତିକ ଦଳ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ସେବାୟତ ଲଲାଟ କିଶୋର ପାଢ଼ୀ କହିଛନ୍ତି, ଆରଡ଼ି ପୀଠକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ଏତେ ନିମ୍ନମାନର କାମ ଦିନେ ବିପଦରେ ପକାଇବ। କାର୍ଯ୍ୟ ସ୍ଥଳକୁ ବିଭାଗୀୟ ଯନ୍ତ୍ରୀ କେବେ ବି ଆସୁ ନ ଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଭାଜପା ନେତା ଉପେନ୍ଦ୍ର ରାଉଳ ଏହି ଘଟଣାକୁ ନିନ୍ଦା କରିବା ସହ ଉଭୟ ଠିକାଦାର ଓ ଶାସକ ଦଳର ନେତାଙ୍କ ମଧୁଚନ୍ଦ୍ରିକା ପାଇଁ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି। କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ କହିଛନ୍ତି, ଆଗରୁ ମଧ୍ୟ ପୋଖରୀ ପାଖରେ ଥିବା ନାଲ୍କୋ ବିଲ୍ଡିଂର ୨୨ ବଖରା ଉଦ୍ଘାଟନ ପୂର୍ବରୁ ଧସିଯାଇଥିଲା। ଏ ଘଟଣା କିଛି ନୂଆ ନୁହେଁ, ଏହାର ତଦନ୍ତ କରାଯାଇ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମିଳିତ ଲୁଟ୍କୁ ବନ୍ଦ କରାଯାଉ। ପୂର୍ତ୍ତ ବିଭାଗ ଅଧିକାରୀ ଅମ୍ବିକା ସ୍ବାଇଁ ମଙ୍ଗଳବାର ସକାଳେ ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।
The post ଶିବଗଙ୍ଗା ପୋଖରୀର ସୁରକ୍ଷା ପାଚେରି ଧସିଲା appeared first on Dharitri Odia News.