ମୁଖ୍ୟମନ୍ତ୍ରୀଙ୍କ ଭାଷଣବେଳେ ଉଠିଗଲେ ଲୋକେ: ରାଜନୈତିକ ବାତାବରଣ ଉଷ୍ମ

ହାଟଡ଼ିହୀ, ୭l୨(ଶୁଭକାନ୍ତ ନାୟକ):ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ପରିସରରେ ବୁଧବାର ଅନୁଷ୍ଠିତ ହୋଇଥିଲା। ବିଡିଓ ରଞ୍ଜନ କୁମାର ପରିଡ଼ା, ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଏମ୍‌ପି ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିପିଏମ ମଧୁସ୍ମିତା ଦାସ, ସୁଶାନ୍ତ ଜେନା, ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନୀ ଏବଂ ଅନ୍ୟ ବ୍ଲକ୍‌ କର୍ମଚାରୀ, ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ମାତ୍ର କାର୍ଯ୍ୟକ୍ରମରେ ଅଧିକାଂଶ ସରପଞ୍ଚ, ସମିତି ସଭ୍ୟ, […] The post ମୁଖ୍ୟମନ୍ତ୍ରୀଙ୍କ ଭାଷଣବେଳେ ଉଠିଗଲେ ଲୋକେ: ରାଜନୈତିକ ବାତାବରଣ ଉଷ୍ମ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ଭାଷଣବେଳେ ଉଠିଗଲେ ଲୋକେ: ରାଜନୈତିକ ବାତାବରଣ ଉଷ୍ମ

ହାଟଡ଼ିହୀ, ୭l୨(ଶୁଭକାନ୍ତ ନାୟକ):ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ପରିସରରେ ବୁଧବାର ଅନୁଷ୍ଠିତ ହୋଇଥିଲା। ବିଡିଓ ରଞ୍ଜନ କୁମାର ପରିଡ଼ା, ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଏମ୍‌ପି ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିପିଏମ ମଧୁସ୍ମିତା ଦାସ, ସୁଶାନ୍ତ ଜେନା, ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନୀ ଏବଂ ଅନ୍ୟ ବ୍ଲକ୍‌ କର୍ମଚାରୀ, ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ମାତ୍ର କାର୍ଯ୍ୟକ୍ରମରେ ଅଧିକାଂଶ ସରପଞ୍ଚ, ସମିତି ସଭ୍ୟ, ଅନ୍ୟ ଲୋକ ପ୍ରତିନିଧିମାନେ ଅନୁପସ୍ଥିତ ଥିଲେ। ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠୀ ଅଳ୍ପ କିଛି ସମୟ ପାଇଁ ବୈଠକରେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଭାସୀ ମାଧ୍ୟମରେ ଭାଷଣ ଆରମ୍ଭ କରିବା ମାତ୍ରେ ବ୍ଲକ୍‌ର କିଛି କର୍ମଚାରୀ ଉପସ୍ଥିତ ମହିଳା ଏବଂ ପୁରୁଷ ଲୋକଙ୍କୁ ଭୋଜନ ନିମନ୍ତେ ଡାକିଥିଲେ। ଫଳରେ ଲୋକେ ଭୋଜନ କରିବାକୁ ଚାଲି ଯାଇଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ଅଧିକାଂଶ ନ ଥିଲେ। ଚେୟାର ଫାଙ୍କା ପଡିଥିଲା। କେବଳ ବିଡିଓ, ହାତ ଗଣତି ଲୋକ ପ୍ରତିନିଧି ଏବଂ ବ୍ଲକ୍‌ କର୍ମଚାରୀ ଆଗ ଧାଡିରେ ବସିଥିଲେ। ଲୋକମାନଙ୍କୁ ବିଡିଓ ବାରମ୍ବାର ବସିବାକୁ ଅନୁରୋଧ କରିଥିଲେ ସୁଦ୍ଧା କେହି ଶୁଣି ନ ଥିଲେ। ଏମ୍‌ପିଙ୍କ ପ୍ରତିନିଧି, ବିଡିଓ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଏପରି ଦୃଶ୍ୟ ରାଜନୈତିକ ବାତାବରଣକୁ ଉଷ୍ମ କରିଛି। ନିଜ ଜିଲାରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଜାଣିଶୁଣି କିଛି ବ୍ଲକ୍‌ କର୍ମଚାରୀ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ପ୍ରରୋଚନାରେ ଚକ୍ରାନ୍ତ କରି ଏପରି କରିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ଏ ସମ୍ପର୍କରେ ବିଡିଓ ପରିଡ଼ାଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ଏଠାକୁ ନୂଆ ଭାବେ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସମୟରେ କାହିଁକି ଲୋକମାନେ ଉଠିକି ପଳାଇଲେ ଠିକ ଭାବେ କହି ପାରିବିନି। ଘଟଣା ସମ୍ପର୍କରେ ବୁଝିଲେ ଯାହା କିଛି କହିହେବ।

The post ମୁଖ୍ୟମନ୍ତ୍ରୀଙ୍କ ଭାଷଣବେଳେ ଉଠିଗଲେ ଲୋକେ: ରାଜନୈତିକ ବାତାବରଣ ଉଷ୍ମ appeared first on Dharitri Odia News.