HDFC ବ୍ୟାଙ୍କ ଦୁଇ ଦିନରେ ହରାଇଲା ବର୍ଷକର ରାଜସ୍ୱ, ନିବେଶକଙ୍କୁ ୧.୪୪ ଲକ୍ଷ କୋଟି ଟଙ୍କା କ୍ଷତି
ନୂଆଦିଲ୍ଲୀ: ଗତ ଦୁଇ ଦିନରେ ଏଚଡିଏଫସି ବ୍ୟାଙ୍କର ସେୟାରରେ ୧୧ ପ୍ରତିଶତରୁ ଅଧିକ ହ୍ରାସ ଯୋଗୁଁ ନିବେଶକଙ୍କୁ ପ୍ରାୟ ୧.୪୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଚ୍ଡିଏଫସି ବ୍ୟାଙ୍କର ମାର୍କେଟ୍ ଭେଲ୍ୟୁଏସନରେ ଗତ ଦୁଇ ଦିନର ହ୍ରାସ ତାର ଗୋଟିଏ ବର୍ଷର ଆୟଠାରୁ ମଧ୍ୟ ଅଧିକ ଅଟେ । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଏଚ୍ଡିଏଫସି ବ୍ୟାଙ୍କର ଷ୍ଟାଣ୍ଡଓଲୋନ୍ ଟ୍ରେଲିଂ ୧୨ ମାସର ରାଜସ୍ୱ ୧.୪୩ ଲକ୍ଷ କୋଟି ଟଙ୍କା ଥିଲା । ଏଚ୍ଡିଏଫସି ବ୍ୟାଙ୍କର ସେୟାର ମୂଲ୍ୟ ବୁଧବାର ୮.୪ ପ୍ରତିଶତ ହ୍ରାସ ପରେ ଗୁରୁବାର ପ୍ରାୟ ୩.୩ ପ୍ରତିଶତ କମିଥିଲା । ଷ୍ଟକ୍ ମୂଲ୍ୟ ୨୦୨୦ ମାର୍ଚ୍ଚ ପରେ ଦୁଇ ଦିନରେ ସବୁଠୁ ଅଧିକ କମିଛି । ଉଲ୍ଲେଖଯୋଗ୍ୟ ଯେ କରୋନା ପାଇଁ ସେତେବେଳେ ଏହି ହ୍ରାସ ହୋଇଥିଲା । କରୋନା ସମୟକୁ ଛାଡ଼ି ଦେଲେ ଏସଡିଏଫସି ବ୍ୟାଙ୍କର ସେୟାର ୧୯୯୫ ମେରେ ଲିଷ୍ଟିଂ ପରଠୁ କେବଳ ଷଷ୍ଠ ଥର ପାଇଁ ଏତେ ବଡ଼ ହ୍ରାସ ହୋଇଛି । ପଢନ୍ତୁ: ଜାଗୃତ କୋଟେଜା ପେପ୍ସିକୋ ଇଣ୍ଡିଆର ନୂଆ ସିଇଓ, ଭାରତୀୟ ଗ୍ରାହକଙ୍କୁ ଉନ୍ନତମାନର ପାନୀୟ ଯୋଗାଇବା ଲକ୍ଷ୍ୟ ଏଚଡିଏଫସି ବ୍ୟାଙ୍କର ଡିସେମ୍ୱର ପରିମାଣ ସେୟାର ବଜାରରୁ ପସନ୍ଦ ଆସି ନଥିଲା ଏବଂ ସେବେଠାରୁ ଏହି ହ୍ରାସ ଆରମ୍ଭ ହୋଇଛି । ଏହାସହ ବୈଶ୍ୱିକ ବଜାରରେ ହ୍ରାସର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ମଧ୍ୟ ପଡିଥିଲା । ଯେଉଁଥି ପାଇଁ ଉଭୟ ମାର୍କେଟ୍ ଏବଂ ଏଚ୍ଡି
ନୂଆଦିଲ୍ଲୀ: ଗତ ଦୁଇ ଦିନରେ ଏଚଡିଏଫସି ବ୍ୟାଙ୍କର ସେୟାରରେ ୧୧ ପ୍ରତିଶତରୁ ଅଧିକ ହ୍ରାସ ଯୋଗୁଁ ନିବେଶକଙ୍କୁ ପ୍ରାୟ ୧.୪୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଚ୍ଡିଏଫସି ବ୍ୟାଙ୍କର ମାର୍କେଟ୍ ଭେଲ୍ୟୁଏସନରେ ଗତ ଦୁଇ ଦିନର ହ୍ରାସ ତାର ଗୋଟିଏ ବର୍ଷର ଆୟଠାରୁ ମଧ୍ୟ ଅଧିକ ଅଟେ । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଏଚ୍ଡିଏଫସି ବ୍ୟାଙ୍କର ଷ୍ଟାଣ୍ଡଓଲୋନ୍ ଟ୍ରେଲିଂ ୧୨ ମାସର ରାଜସ୍ୱ ୧.୪୩ ଲକ୍ଷ କୋଟି ଟଙ୍କା ଥିଲା ।
ଏଚ୍ଡିଏଫସି ବ୍ୟାଙ୍କର ସେୟାର ମୂଲ୍ୟ ବୁଧବାର ୮.୪ ପ୍ରତିଶତ ହ୍ରାସ ପରେ ଗୁରୁବାର ପ୍ରାୟ ୩.୩ ପ୍ରତିଶତ କମିଥିଲା । ଷ୍ଟକ୍ ମୂଲ୍ୟ ୨୦୨୦ ମାର୍ଚ୍ଚ ପରେ ଦୁଇ ଦିନରେ ସବୁଠୁ ଅଧିକ କମିଛି । ଉଲ୍ଲେଖଯୋଗ୍ୟ ଯେ କରୋନା ପାଇଁ ସେତେବେଳେ ଏହି ହ୍ରାସ ହୋଇଥିଲା । କରୋନା ସମୟକୁ ଛାଡ଼ି ଦେଲେ ଏସଡିଏଫସି ବ୍ୟାଙ୍କର ସେୟାର ୧୯୯୫ ମେରେ ଲିଷ୍ଟିଂ ପରଠୁ କେବଳ ଷଷ୍ଠ ଥର ପାଇଁ ଏତେ ବଡ଼ ହ୍ରାସ ହୋଇଛି ।
ପଢନ୍ତୁ: ଜାଗୃତ କୋଟେଜା ପେପ୍ସିକୋ ଇଣ୍ଡିଆର ନୂଆ ସିଇଓ, ଭାରତୀୟ ଗ୍ରାହକଙ୍କୁ ଉନ୍ନତମାନର ପାନୀୟ ଯୋଗାଇବା ଲକ୍ଷ୍ୟ
ଏଚଡିଏଫସି ବ୍ୟାଙ୍କର ଡିସେମ୍ୱର ପରିମାଣ ସେୟାର ବଜାରରୁ ପସନ୍ଦ ଆସି ନଥିଲା ଏବଂ ସେବେଠାରୁ ଏହି ହ୍ରାସ ଆରମ୍ଭ ହୋଇଛି । ଏହାସହ ବୈଶ୍ୱିକ ବଜାରରେ ହ୍ରାସର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ମଧ୍ୟ ପଡିଥିଲା । ଯେଉଁଥି ପାଇଁ ଉଭୟ ମାର୍କେଟ୍ ଏବଂ ଏଚ୍ଡିଏଫସି ବ୍ୟାଙ୍କ ଉଭୟରେ ହ୍ରାସ ଦେଖିବାକୁ ମିଳୁଛି ।
ଉଲ୍ଲେଖଯୋଗ୍ୟ ଯେ ଏଚ୍ଡିଏଫସି ବ୍ୟାଙ୍କ ସେୟାରରେ ଆଜି ବି ହ୍ରାସ୍ ଦେଖିବାକୁ ମିଳିଛି । ଅପରାହ୍ଣ ୨.୧୦ଟା ସୁଦ୍ଧା ବ୍ୟାଙ୍କ ସେୟାର ୦.୯୧ ବା ୧୩.୫୦ ଟଙ୍କା ହ୍ରାସ ସହ ୧୪୭୩.୩୦ ଟଙ୍କାରେ କାରବାର କରୁଥିଲା ।
The post HDFC ବ୍ୟାଙ୍କ ଦୁଇ ଦିନରେ ହରାଇଲା ବର୍ଷକର ରାଜସ୍ୱ, ନିବେଶକଙ୍କୁ ୧.୪୪ ଲକ୍ଷ କୋଟି ଟଙ୍କା କ୍ଷତି appeared first on Prameya News7.