ଲକ୍ଷ୍ନୌ ଦେଲା କ୍ରୁନାଲ ପାଣ୍ଡ୍ୟାଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌୦୨୪) ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌(ଏଲ୍‌ଏସ୍‌ଜି) ବଡ଼ ପଦକ୍ଷେପ ନେଇଛି। ଫ୍ରାଞ୍ଚାଇଜ୍‌ କେଏଲ୍‌ ରାହୁଲ ଅଧିନାୟକ ରହିବେ। ହେଲେ ତାଙ୍କ ଡେପୁଟି ଅର୍ଥାତ ଉପଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜର ମହାନ କ୍ରିକେଟର ନିକୋଲାସ ପୁରନ୍‌ଙ୍କୁ ଦାୟିତ୍ୱ ମିଳିଛି। ଏହି ନିଷ୍ପତ୍ତି କ୍ରୁନାଲ ପାଣ୍ଡ୍ୟାଙ୍କ ଲାଗି ବଡ଼ ଝଟ୍‌କା ବୋଲି କୁହାଯାଉଛି। କାରଣ ଗତ ବର୍ଷ ଆହତ ହେବା ପରେ କେଏଲ୍‌ ରାହୁଲ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବା ପରେ କ୍ରୁନାଲ ଦଳର ନେତୃତ୍ୱ […] The post ଲକ୍ଷ୍ନୌ ଦେଲା କ୍ରୁନାଲ ପାଣ୍ଡ୍ୟାଙ୍କୁ ଝଟ୍‌କା appeared first on Dharitri Odia News.

ଲକ୍ଷ୍ନୌ ଦେଲା କ୍ରୁନାଲ ପାଣ୍ଡ୍ୟାଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌୦୨୪) ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌(ଏଲ୍‌ଏସ୍‌ଜି) ବଡ଼ ପଦକ୍ଷେପ ନେଇଛି। ଫ୍ରାଞ୍ଚାଇଜ୍‌ କେଏଲ୍‌ ରାହୁଲ ଅଧିନାୟକ ରହିବେ। ହେଲେ ତାଙ୍କ ଡେପୁଟି ଅର୍ଥାତ ଉପଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜର ମହାନ କ୍ରିକେଟର ନିକୋଲାସ ପୁରନ୍‌ଙ୍କୁ ଦାୟିତ୍ୱ ମିଳିଛି। ଏହି ନିଷ୍ପତ୍ତି କ୍ରୁନାଲ ପାଣ୍ଡ୍ୟାଙ୍କ ଲାଗି ବଡ଼ ଝଟ୍‌କା ବୋଲି କୁହାଯାଉଛି। କାରଣ ଗତ ବର୍ଷ ଆହତ ହେବା ପରେ କେଏଲ୍‌ ରାହୁଲ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବା ପରେ କ୍ରୁନାଲ ଦଳର ନେତୃତ୍ୱ ନେଇଥିଲେ। ରାହୁଲ ଏବେ ମଧ୍ୟ ଆହତ ଅଛନ୍ତି। ଏଣୁ ସେ ଯଦି ଟୁର୍ନାମେଣ୍ଟ ଆରମ୍ଭରେ ଉପଲବ୍ଧ ନ ହୁଅନ୍ତି ତେବେ ପୁରନ୍‌ ଅଧିନାୟକ ହେବେ।

ବୁଧବାର ଏକ କାର୍ଯ୍ୟକ୍ରମରେ ରାହୁଲ ପୁରନ୍‌ଙ୍କୁ ୨୯ ନଂ ବିଶିଷ୍ଟ ଉପଅଧିନାୟକର ଜର୍ସି ଦେଇଥିଲେ। ତେବେ ପୁରନ୍‌ ବିଶ୍ୱରେ ଟି୨୦ ଫର୍ମାଟରେ ଜଣେ ପ୍ରମୁଖ ଖେଳାଳି ଭାବେ ପରିଗଣିତ ହୁଅନ୍ତି। ଆଇପିଏଲ୍‌ରେ ସେ ଲକ୍ଷ୍ନୌ ପୂର୍ବରୁ ପଞ୍ଜାବ ଏବଂ ହାଇଦ୍ରାବାଦ ସହ ଅନ୍ୟ ଟିମ୍‌ ପାଇଁ ଖେଳିଛନ୍ତି। ୨୦୨୩ରେ ୧୬ କୋଟି ଟଙ୍କା ମୂଲ୍ୟରେ ତାଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଦଳରେ ସାମିଲ କରିଥିଲା।

The post ଲକ୍ଷ୍ନୌ ଦେଲା କ୍ରୁନାଲ ପାଣ୍ଡ୍ୟାଙ୍କୁ ଝଟ୍‌କା appeared first on Dharitri Odia News.