ସୁଭଦ୍ରା ଟଙ୍କାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: ଆଜି ସନ୍ଧ୍ୟା ସୁଦ୍ଧା…
ଭୁବନେଶ୍ୱର,୯।୧୦: ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ’ସୁଭଦ୍ରା’ ଟଙ୍କା। ବାରିପଦା ଛଉ ପଡ଼ିଆ ସଭାରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ବଣ୍ଟନ କରିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଟଙ୍କାକୁ ନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଆଜି ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦିଆଗଲା। ସନ୍ଧ୍ୟା ସୁଦ୍ଧା ୬୦ […] The post ସୁଭଦ୍ରା ଟଙ୍କାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: ଆଜି ସନ୍ଧ୍ୟା ସୁଦ୍ଧା… appeared first on Dharitri Odia News.
ଭୁବନେଶ୍ୱର,୯।୧୦: ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ’ସୁଭଦ୍ରା’ ଟଙ୍କା। ବାରିପଦା ଛଉ ପଡ଼ିଆ ସଭାରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ବଣ୍ଟନ କରିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଟଙ୍କାକୁ ନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଆଜି ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦିଆଗଲା। ସନ୍ଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା। ଗୋଟିଏ ଯୋଜନାରେ ୨ ମାସରେ କୋଟିଏ ମହିଳା କେବେ ଯୋଡ଼ି ହୋଇନଥିଲେ। ୧ କୋଟି ମହିଳା ଗୋଟିଏ ଯୋଜନାରେ ଯୋଡ଼ିହେବା ଏକ ରେକର୍ଡ ସୃଷ୍ଟି ହୋଇଛି। ଏଯାବତ ଏହି ଯୋଜନାରେ ୧ କୋଟି ୬୦ ଲକ୍ଷ ସୁଭଦ୍ରା ଫର୍ମ ବଣ୍ଟନ କରାଯାଇଛି। ସେଥିରୁ ପ୍ରାୟ ୧.୫ କୋଟି ମହିଳାଙ୍କ ଫର୍ମ ରେଜିଷ୍ଟ୍ରେସନ ହୋଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି। ଆକାଉଣ୍ଟକୁ ୫ ହଜାର ଟଙ୍କା ଆସିଥିବା ନେଇ ହିତାଧିକାରୀ ପାଖକୁ ମେସେଜ ଆସିଛି। ଆଉ ସନ୍ଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ପାର୍ବଣରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଆସି ଥିବାରୁ ହିତାଧିକାରୀଙ୍କ ଘରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।
The post ସୁଭଦ୍ରା ଟଙ୍କାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: ଆଜି ସନ୍ଧ୍ୟା ସୁଦ୍ଧା… appeared first on Dharitri Odia News.