ଭାରତ ସହ ଡବଲ ଗେମ୍‌ ଖେଳିଲେ ଟ୍ରମ୍ପ, ଭାରତକୁ ଅଫର କରି ପାକିସ୍ତାନକୁ ଦେଇଦେଲେ! ଚିନ୍ତାରେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୬।୨: ଭାରତକୁ ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ F-35 ପ୍ରଦାନ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ’ଣ ଭାରତ ସହିତ ଡବଲ ଖେଳ ଖେଳିଛନ୍ତି? ଏବେ ଏହି ପ୍ରଶ୍ନ ଉଠିବାର କାରଣ ହେଉଛି ଆମେରିକା ପାକିସ୍ତାନକୁ F-16 ଲଢ଼ୁଆ ବିମାନ ପାଇଁ ୩୯୭ ନିୟୁତ ଡଲାରର ଏକ ବଡ଼ ସହାୟତା ଦେଇଛି। ଯଦିଓ ଏହା ବିଶ୍ୱାସ କରାଯାଉଥିଲା ଯେ କ୍ଷମତାକୁ ଆସିବା ପରେ ଟ୍ରମ୍ପ ପାକିସ୍ତାନକୁ ତାର F-16 ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ପାଇଁ […] The post ଭାରତ ସହ ଡବଲ ଗେମ୍‌ ଖେଳିଲେ ଟ୍ରମ୍ପ, ଭାରତକୁ ଅଫର କରି ପାକିସ୍ତାନକୁ ଦେଇଦେଲେ! ଚିନ୍ତାରେ ମୋଦି appeared first on Dharitri Odia News.

ଭାରତ ସହ ଡବଲ ଗେମ୍‌ ଖେଳିଲେ ଟ୍ରମ୍ପ, ଭାରତକୁ ଅଫର କରି ପାକିସ୍ତାନକୁ ଦେଇଦେଲେ! ଚିନ୍ତାରେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୬।୨: ଭାରତକୁ ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ F-35 ପ୍ରଦାନ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ’ଣ ଭାରତ ସହିତ ଡବଲ ଖେଳ ଖେଳିଛନ୍ତି? ଏବେ ଏହି ପ୍ରଶ୍ନ ଉଠିବାର କାରଣ ହେଉଛି ଆମେରିକା ପାକିସ୍ତାନକୁ F-16 ଲଢ଼ୁଆ ବିମାନ ପାଇଁ ୩୯୭ ନିୟୁତ ଡଲାରର ଏକ ବଡ଼ ସହାୟତା ଦେଇଛି। ଯଦିଓ ଏହା ବିଶ୍ୱାସ କରାଯାଉଥିଲା ଯେ କ୍ଷମତାକୁ ଆସିବା ପରେ ଟ୍ରମ୍ପ ପାକିସ୍ତାନକୁ ତାର F-16 ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ପାଇଁ ଦିଆଯାଉଥିବା ସହାୟତା ବନ୍ଦ କରିଦେବେ, କିନ୍ତୁ ଟ୍ରମ୍ପ ତାହା କରିନଥିଲେ। ବରଂ ସେ F-16 ପାଇଁ ପାକିସ୍ତାନକୁ ବିପୁଳ ପାଣ୍ଠି ଦେଉଛନ୍ତି।

ଗତ ମାସ ଜାନୁଆରୀ ୨୦ ତାରିଖରେ ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ, ଡୋନାଲ୍ଡ ଟ୍ରମ୍ପ ବିଦେଶୀ ଦେଶଗୁଡ଼ିକୁ ଆମେରିକୀୟ ସହାୟତା ବନ୍ଦ କରିଦେଇଥିଲେ, କିନ୍ତୁ ମାସ ଶେଷ ସୁଦ୍ଧା ଟ୍ରମ୍ପ ତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ଫ୍ରିଜ ତାଲିକାରୁ ୨୪୩ଟି ଜିନିଷକୁ ବାଦ ଦେଇଛି, ଯେଉଁଥିରେ F-16 ପାଇଁ ପାକିସ୍ତାନକୁ ଦିଆଯାଇଥିବା ୩୯୭ ନିୟୁତ ଡଲାରର ସହାୟତା ମଧ୍ୟ ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁସାରେ, ଆମେରିକା ନିଶ୍ଚିତ ଭାବରେ ଏହି ଯୁଦ୍ଧ ବିମାନଗୁଡ଼ିକ ଉପରେ ନଜର ରଖିବ, ଯାହା ଦାରା ଏହି ବିମାନଗୁଡ଼ିକ କେବଳ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ବ୍ୟବହୃତ ହେବ ଏବଂ ଭାରତ ବିରୋଧରେ ଏହାର ବ୍ୟବହାର ହେବ ନାହିଁ। ଆମେରିକା ଏହା ଏଥିପାଇଁ କରିଛି କାରଣ ପାକିସ୍ତାନ ସହିତ ଏହାର ସାମରିକ ବିକ୍ରୟ ଚୁକ୍ତିନାମାରେ ଏହି ସୀମା ସ୍ଥିର କରାଯାଇଛି।

The post ଭାରତ ସହ ଡବଲ ଗେମ୍‌ ଖେଳିଲେ ଟ୍ରମ୍ପ, ଭାରତକୁ ଅଫର କରି ପାକିସ୍ତାନକୁ ଦେଇଦେଲେ! ଚିନ୍ତାରେ ମୋଦି appeared first on Dharitri Odia News.