ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ…
ନୂଆଦିଲ୍ଲୀ,୪ା୭: ଭାରତୀୟ କ୍ରିକେଟ୍ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛି। ଟିମ୍ ଇଣ୍ଡିଆ ଗୁରୁବାର ବାର୍ବାଡୋସ୍ରୁ ଘରକୁ ଫେରିଛି। ଦିଲ୍ଲୀ ବିମାନବନ୍ଦରରେ ଟିମ୍ ଇଣ୍ଡିଆକୁ ସ୍ବାଗତ କରାଯାଇଥିଲା। ଟି-୨୦ ବିଶ୍ୱକପ୍ ଜିତିଥିବା ଭାରତୀୟ କ୍ରିକେଟ ଦଳ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଯେତେବେଳେ ରୋହିତ ଶର୍ମା-ରାହୁଲ ଦ୍ରାବିଡ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱକପ୍ ଦେଇଥିଲେ ସେତେବେଳେ ମୋଦିଙ୍କ ମୁହଁରେ ଅନ୍ତରରୁ ହସ ଫୁଟି ଉଠିଥିଲା। ଯାହାର ଝଲକ ଏବେ ସୋସିଆଲ […] The post ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୪ା୭: ଭାରତୀୟ କ୍ରିକେଟ୍ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛି। ଟିମ୍ ଇଣ୍ଡିଆ ଗୁରୁବାର ବାର୍ବାଡୋସ୍ରୁ ଘରକୁ ଫେରିଛି। ଦିଲ୍ଲୀ ବିମାନବନ୍ଦରରେ ଟିମ୍ ଇଣ୍ଡିଆକୁ ସ୍ବାଗତ କରାଯାଇଥିଲା।
ଟି-୨୦ ବିଶ୍ୱକପ୍ ଜିତିଥିବା ଭାରତୀୟ କ୍ରିକେଟ ଦଳ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଯେତେବେଳେ ରୋହିତ ଶର୍ମା-ରାହୁଲ ଦ୍ରାବିଡ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱକପ୍ ଦେଇଥିଲେ ସେତେବେଳେ ମୋଦିଙ୍କ ମୁହଁରେ ଅନ୍ତରରୁ ହସ ଫୁଟି ଉଠିଥିଲା। ଯାହାର ଝଲକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଜୁନ୍ ୨୯ରେ ବାର୍ବୋଡୋସ୍ରେ ଟି -୨୦ ବିଶ୍ୱକପ୍ ଜିତିଥିଲା ଭାରତୀୟ କ୍ରିକେଟ୍ ଟିମ୍। ପ୍ରଧାନମନ୍ତ୍ରୀଙ୍କୁ ଆଜି ଇଣ୍ଡିଆ ଟିମ୍ ଲୋକ କଲ୍ୟାଣ ମାର୍ଗରେ ଭେଟିଥିଲା। ମୋଦିଜଣଙ୍କ ପରେ ଜଣଙ୍କ ସହ କଥା ହୋଇ ବିଶ୍ୱକପ୍ରେ ପ୍ରଦର୍ଶନ ପାଇଁ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଫାଇନାଲ ଜିତିବା ପରେ ଫୋନ୍ରେ ଟିମ ଇଣ୍ଡିଆ ସହ କଥା ହୋଇଥିଲେ। ଏହି ସମୟରେ ମୋଦି ବିଶ୍ୱକପ୍ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ମଧ୍ୟ ଟୁଇଟ୍ କରି ବିଶ୍ୱକପ୍ରେ ବୁମରାଙ୍କ ବୋଲିଂକୁ ପ୍ରଶଂସା କରିଥିଲେ। କେବଳ ଏତିକି ନୁହେଁ, ଆଫ୍ରିକୀୟ ଖେଳାଳି ଡେଭିଡ ମିଲରଙ୍କ ଚମତ୍କାର କ୍ୟାଚ୍ ଧରିବା ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ କୁମାର ଯାଦବଙ୍କୁ ପ୍ରଶଂସା ବି କରିଥିଲେ।
The post ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ… appeared first on Dharitri Odia News.