ଡାଇରିଆର ନୂଆ କେସ୍‌ କମିଛି ମନ୍ତ୍ରୀ

ଭୁବନେଶ୍ୱର,୨୩।୬: ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ ରାଜ୍ୟରେ ଡାଇରିଆର ନୂଆ କେସ କମିଥିବା କହିଛନ୍ତି। ରାଜ୍ୟରେ ଡାଇରିଆକୁ ନେଇ ସରକାର ଗୁରୁତର ସହ ନେଉଛନ୍ତି। ଡାଇରିଆକୁ ନିୟନ୍ତ୍ରଣ ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ସେ କହିଛନ୍ତି। ଅନ୍ୟପକ୍ଷେ ରଥଯାତ୍ରା ସମୟରେ ଯେମିତି ପୁରୀକୁ ଡାଇରିଆ ନ ବ୍ୟାପିବ ତାକୁ ନେଇ ସରକାର ଗୁରୁତ୍ୱ ଦେଇଛନ୍ତି। ରଥଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି ୩୮୭ […] The post ଡାଇରିଆର ନୂଆ କେସ୍‌ କମିଛି ମନ୍ତ୍ରୀ appeared first on Dharitri Odia News.

ଡାଇରିଆର ନୂଆ କେସ୍‌ କମିଛି ମନ୍ତ୍ରୀ

ଭୁବନେଶ୍ୱର,୨୩।୬: ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ ରାଜ୍ୟରେ ଡାଇରିଆର ନୂଆ କେସ କମିଥିବା କହିଛନ୍ତି। ରାଜ୍ୟରେ ଡାଇରିଆକୁ ନେଇ ସରକାର ଗୁରୁତର ସହ ନେଉଛନ୍ତି। ଡାଇରିଆକୁ ନିୟନ୍ତ୍ରଣ ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ସେ କହିଛନ୍ତି।

ଅନ୍ୟପକ୍ଷେ ରଥଯାତ୍ରା ସମୟରେ ଯେମିତି ପୁରୀକୁ ଡାଇରିଆ ନ ବ୍ୟାପିବ ତାକୁ ନେଇ ସରକାର ଗୁରୁତ୍ୱ ଦେଇଛନ୍ତି। ରଥଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି ୩୮୭ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତ କରାଯାଇଛି। ଫାଷ୍ଟ ଏଡ୍‌ ସେଣ୍ଟର ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ ଶ୍ରଦ୍ଧାଳୁଙ୍କୁ ଆର୍‌ଓ ପାଣି ଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

The post ଡାଇରିଆର ନୂଆ କେସ୍‌ କମିଛି ମନ୍ତ୍ରୀ appeared first on Dharitri Odia News.