ମାଆ ତାରା ତାରିଣୀଙ୍କର ମହାସ୍ନାନ, ଚୋର ସ୍ପର୍ଶ କରିଥିବାରୁ ହେଲା ମହାସ୍ନାନ

ପୁରୁଷୋତ୍ତମପୁର ୦୮/୧୧: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କର ହେଲା ମହାସ୍ନାନ । ଚୋରମାନେ ମା'ଙ୍କୁ ସ୍ପର୍ଶ କରିଥିବା ଯୋଗୁ  ୧୦୮ ଗରା ଜଳରେ ମା’ଙ୍କର ମହାସ୍ନାନ କରାଯାଇଛି । ପ୍ରଥମେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହୋଇଥିଲେ ସେବାୟତ ପରିବାରର ମା’ ଭଉଣୀମାନେ । ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଆଣି ୯୯୯ ପାହାଚ ଚଢ଼ି ସେବାୟତ ପରିବାରର ମା’ ଭଉଣୀମାନେ ମନ୍ଦିର ଉପରକୁ ଯାଇଥିଲେ । ସେଠାରେ ମା’ଙ୍କର ମହାସ୍ନାନ କରାଯାଇଛି ।  ଏହା ସହ ବିଭିନ୍ନ ରୀତିନୀତିରେ ମା’ଙ୍କର ପୂଜାର୍ଚ୍ଚନା ହୋଇଥିଲା । ଗତ ୬ ତାରିଖରେ ମା'ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୁପା ଅଳଙ୍କାର ଚୋରି କରି ନେଇଥିଲେ ଦୁର୍ବୃତ୍ତ। ମା'ଙ୍କୁ ଚୋରମାନେ ସ୍ପର୍ଶ କରିଥିବା ଯୋଗୁଁ ଏହି ମହାସ୍ନାନ କରାଯାଇଥିବା ପୂଜକ ସୂଚନା ଦେଇଛନ୍ତି। ତେବେ ମନ୍ଦିରରେ ମହାସ୍ନାନ ସିନା ହୋଇଗଲା ହେଲେ ଚୋରି ଘଟଣାର କେବେ ହେବ ଫର୍ଦା ଫାଶ ତାକୁ ହିଁ ଅପେକ୍ଷା । 

ମାଆ ତାରା ତାରିଣୀଙ୍କର ମହାସ୍ନାନ, ଚୋର ସ୍ପର୍ଶ କରିଥିବାରୁ ହେଲା ମହାସ୍ନାନ

ପୁରୁଷୋତ୍ତମପୁର ୦୮/୧୧: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କର ହେଲା ମହାସ୍ନାନ । ଚୋରମାନେ ମା'ଙ୍କୁ ସ୍ପର୍ଶ କରିଥିବା ଯୋଗୁ  ୧୦୮ ଗରା ଜଳରେ ମା’ଙ୍କର ମହାସ୍ନାନ କରାଯାଇଛି । ପ୍ରଥମେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହୋଇଥିଲେ ସେବାୟତ ପରିବାରର ମା’ ଭଉଣୀମାନେ । 

ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଆଣି ୯୯୯ ପାହାଚ ଚଢ଼ି ସେବାୟତ ପରିବାରର ମା’ ଭଉଣୀମାନେ ମନ୍ଦିର ଉପରକୁ ଯାଇଥିଲେ । ସେଠାରେ ମା’ଙ୍କର ମହାସ୍ନାନ କରାଯାଇଛି ।  ଏହା ସହ ବିଭିନ୍ନ ରୀତିନୀତିରେ ମା’ଙ୍କର ପୂଜାର୍ଚ୍ଚନା ହୋଇଥିଲା । 

ଗତ ୬ ତାରିଖରେ ମା'ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୁପା ଅଳଙ୍କାର ଚୋରି କରି ନେଇଥିଲେ ଦୁର୍ବୃତ୍ତ। ମା'ଙ୍କୁ ଚୋରମାନେ ସ୍ପର୍ଶ କରିଥିବା ଯୋଗୁଁ ଏହି ମହାସ୍ନାନ କରାଯାଇଥିବା ପୂଜକ ସୂଚନା ଦେଇଛନ୍ତି। ତେବେ ମନ୍ଦିରରେ ମହାସ୍ନାନ ସିନା ହୋଇଗଲା ହେଲେ ଚୋରି ଘଟଣାର କେବେ ହେବ ଫର୍ଦା ଫାଶ ତାକୁ ହିଁ ଅପେକ୍ଷା ।