ନରସିଂହଙ୍କ ଘରେ କଲିକେଶଙ୍କ ମହାପ୍ରସାଦ ବଣ୍ଟନ
ବଲାଙ୍ଗୀର, ୨୯।୧(ବୀରେନ୍ଦ୍ର କୁମାର ଝାଙ୍କର): ରାଜନୀତରେ ପ୍ରତିଦ୍ୱନ୍ଦ୍ୱିତାରୁ ଆରମ୍ଭ ହୋଇଯାଏ ପରସ୍ପର ବିରୋଧୀ ମତ, ମନ୍ତବ୍ୟ। ଏଭଳି ପ୍ରତିଦ୍ୱନ୍ଦ୍ୱିତା, ମତ-ମନ୍ତବ୍ୟ ପିଢ଼ିପିଢ଼ି ଧରି ଲାଗି ରହିଲେ ସାଧାରଣରେ ଏହା ପାରିବାରିକ ବିରୋଧର ରୂପ ନେଇଥାଏ। ଏଭଳି ଧାରଣା କେବଳ ରାଜନୈତିକ ବାତାବରଣକୁ ନୁହେଁ, ବରଂ ଗୋଟିଏ ଅଞ୍ଚଳକୁ ରାଜନୈତିକ ତିକ୍ତତା ଭିତରକୁ ବି ଠେଲିଦିଏ। ବଲାଙ୍ଗୀରରେ ରାଜ ପରିବାର ଏବଂ ମିଶ୍ର ପରିବାର ଭିତରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପହଞ୍ଚତ୍ଛି। ଏଇ ଦୁଇ ପରିବାରର […] The post ନରସିଂହଙ୍କ ଘରେ କଲିକେଶଙ୍କ ମହାପ୍ରସାଦ ବଣ୍ଟନ appeared first on Dharitri Odia News.
ବଲାଙ୍ଗୀର, ୨୯।୧(ବୀରେନ୍ଦ୍ର କୁମାର ଝାଙ୍କର): ରାଜନୀତରେ ପ୍ରତିଦ୍ୱନ୍ଦ୍ୱିତାରୁ ଆରମ୍ଭ ହୋଇଯାଏ ପରସ୍ପର ବିରୋଧୀ ମତ, ମନ୍ତବ୍ୟ। ଏଭଳି ପ୍ରତିଦ୍ୱନ୍ଦ୍ୱିତା, ମତ-ମନ୍ତବ୍ୟ ପିଢ଼ିପିଢ଼ି ଧରି ଲାଗି ରହିଲେ ସାଧାରଣରେ ଏହା ପାରିବାରିକ ବିରୋଧର ରୂପ ନେଇଥାଏ। ଏଭଳି ଧାରଣା କେବଳ ରାଜନୈତିକ ବାତାବରଣକୁ ନୁହେଁ, ବରଂ ଗୋଟିଏ ଅଞ୍ଚଳକୁ ରାଜନୈତିକ ତିକ୍ତତା ଭିତରକୁ ବି ଠେଲିଦିଏ। ବଲାଙ୍ଗୀରରେ ରାଜ ପରିବାର ଏବଂ ମିଶ୍ର ପରିବାର ଭିତରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପହଞ୍ଚତ୍ଛି। ଏଇ ଦୁଇ ପରିବାରର ପରସ୍ପର ବିରୋଧୀ ମତମନ୍ତବ୍ୟ ଅନେକ ସମୟରେ ରାଜ୍ୟ ରାଜନୀତିରେ ବି ହଇଚଇ ସୃଷ୍ଟି କରିଛି।
ତେବେ ଏଇ ପାରିବାରିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଭିତରେ ଖୁବ୍ କମ୍ ସମୟ ହେଲେ ମଧ୍ୟ କିଛି ବ୍ୟତିକ୍ରମର ମୁହୂର୍ତ୍ତ ଦେଖିବାକୁ ମିଳିଛି। ବଲାଙ୍ଗୀରରେ ରବିବାର ପୂର୍ବାହ୍ନରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବଣ୍ଟନ ବେଳେ ରାଜ ପରିବାର ଓ ମିଶ୍ର ପରିବାର ସଦସ୍ୟଙ୍କ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ରାଜପରିବାର ସଦସ୍ୟ ତଥା ପୂର୍ବତନ ଲୋକ ସଭା ସଦସ୍ୟ ଏବଂ ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଘରକୁ ଯାଇ ମହାପ୍ରସାଦ ବଣ୍ଟନ କରିଥିଲେ। ବିଧାୟକ ମିଶ୍ରଙ୍କ ସ୍ତ୍ରୀ କୁସୁମ ମିଶ୍ରଙ୍କୁ ମହାପ୍ରସାଦ ଦେଇ ପାଦ ଛୁଇଁ ସମ୍ମାନ ଜଣାଇଥିଲେ। ବିଧାୟକଙ୍କ ସ୍ତ୍ରୀ ମଧ୍ୟ କଲିକେଶଙ୍କୁ ଆଶୀର୍ବାଦ ଦେଇଥିଲେ। ଏହାପରେ କଲିକେଶ ବିଧାୟକ ମିଶ୍ରଙ୍କ ବଡପୁଅ ଆଡଭୋକେଟ ଅମରେନ୍ଦ୍ର ମିଶ୍ରଙ୍କୁ ଭେଟି ମହାପ୍ରସାଦ ଦେଇଥିଲେ। ମହାପ୍ରସାଦ ଦେଲାବେଳେ ଫଟୋ ବି ଉଠାଇଥିଲେ।
ଗଣମାଧ୍ୟମ ପ୍ରତିନିଧିମାନେ ଏଇ ଘଟଣାକୁ ନେଇ କଲିକେଶଙ୍କୁ ପଚାରିବାରୁ ୧୧ ଓ ୧୨ ନମ୍ବର ୱାର୍ଡ ପରିକ୍ରମା କଲାବେଳେ ବିଧାୟକ ମିଶ୍ରଙ୍କ ଘରକୁ ଯାଇ ମହାପ୍ରସାଦ ଦେଇ ଆଶୀର୍ବାଦ ଭିକ୍ଷା କରିଥିବା କହିଛନ୍ତି। ଅମରେନ୍ଦ୍ର ବାବୁ ଓ ତାଙ୍କ ପୁଅଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ଅମରେନ୍ଦ୍ର ବାବୁଙ୍କ ପୁଅକୁ ଜଣେ ଶିକ୍ଷିତ ଯୁବକ ବୋଲି କହିଥିବା ମଧ୍ୟ ଦେଖିବାକୁ ମିଳିଛି। ମହାପ୍ରସାଦ ବଣ୍ଟନ ବେଳର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ରବିବାର ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରବର୍ତ୍ତୀ ମହାପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥପଡା ଶ୍ରୀଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇଥିଲା। ଏଥିରେ କଲିକେଶଙ୍କ ସହ ଜିଲାପରିଷଦ ସଭାପତି ଦେବକୀ ସାହୁ, ମ୍ୟୁନିସିପାଲିଟି ଅଧ୍ୟକ୍ଷା ଲିକା ସାହୁ, ବିଜେଡି କାଉନସିଲର ଏବଂ ଅନ୍ୟ ବିଜେଡି ନେତା ଓ କର୍ମୀ ସକ୍ରିୟ ଭାବେ ସାମିଲ ହୋଇ ବିଭିନ୍ନ ପଡ଼ାରେ ମହାପ୍ରସାଦ ବଣ୍ଟନ କରିଥିଲେ।
The post ନରସିଂହଙ୍କ ଘରେ କଲିକେଶଙ୍କ ମହାପ୍ରସାଦ ବଣ୍ଟନ appeared first on Dharitri Odia News.