ଚିକିଟି ବିଷାକ୍ତ ମଦ ମୃତ୍ୟୁ: ଶୋକାକୁଳ ପରିବେଶରେ ମୃତଦେହ ସତ୍କାର
ଚିକିଟି,୨ା୯(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ମାଉନ୍ଦପୁର ଗ୍ରାମରେ ବିଷାକ୍ତ ମଦ ପିଇବା ଘଟଣାରେ ରବିବାର ସୁଦ୍ଧା ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜେନାପୁର ଗ୍ରାମର ଜୁର୍ ବେହେରା, ଲୋକନାଥ ବେହେରା, ଲକ୍ଷ୍ମଣ ବେହେରା ଓ କରବାଲୁଆ ଗ୍ରାମର ବାୟା ସେଠୀ। ରବିବାର ଅପରାହ୍ନରେ ବାୟା ସେଠୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ସୋମବାର ସକାଳେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଶୋକାକୁଳ ପରିବେଶରେ ମୃତଦେହ ସତ୍କାର […] The post ଚିକିଟି ବିଷାକ୍ତ ମଦ ମୃତ୍ୟୁ: ଶୋକାକୁଳ ପରିବେଶରେ ମୃତଦେହ ସତ୍କାର appeared first on Dharitri Odia News.
ଚିକିଟି,୨ା୯(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ମାଉନ୍ଦପୁର ଗ୍ରାମରେ ବିଷାକ୍ତ ମଦ ପିଇବା ଘଟଣାରେ ରବିବାର ସୁଦ୍ଧା ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜେନାପୁର ଗ୍ରାମର ଜୁର୍ ବେହେରା, ଲୋକନାଥ ବେହେରା, ଲକ୍ଷ୍ମଣ ବେହେରା ଓ କରବାଲୁଆ ଗ୍ରାମର ବାୟା ସେଠୀ। ରବିବାର ଅପରାହ୍ନରେ ବାୟା ସେଠୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ସୋମବାର ସକାଳେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଶୋକାକୁଳ ପରିବେଶରେ ମୃତଦେହ ସତ୍କାର କରାଯାଇଥିଲା।
ଅନ୍ୟପକ୍ଷେ ମଦମୃତ୍ୟୁକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ବର୍ତ୍ତମାନ ସୁଦ୍ଧା ୧୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ କରବଲୁଆ ଗ୍ରାମର ଖଲିଆ ସେଠୀ ଓ ଜେନାପୁର ଗ୍ରାମର ପ୍ରଦୀପ ବେହେରା ବ୍ରହ୍ମପୁର ସ୍ଥିତ ବଡ଼ ମେଡିକାଲ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।
ସୋମବାର ସକାଳେ ଚିକିଟି ନିର୍ବାଚନ ମଣ୍ଡଳୀ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ସ୍ବାମୀ ତ୍ରିଗୁଣାତିତ ଦେଓ ମୃତ ବାୟା ସେଠୀଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରି ସମବେଦନା ଜଣାଇଥିଲେ। ଏପରିକି ସେ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ।
ଅନ୍ୟପକ୍ଷେ ସରକାରୀ ସହାୟତା ମିଳି ନ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବିଷାକ୍ତ ମଦ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ନୂଆଗାଁ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ଦେଶୀ ମଦ କାରବାର ବଢି ଚାଲିଥିବା ବେଳେ ଅବକାରୀ ବିଭାଗ ଏହାକୁ ରୋକିବାରେ ବିଫଳ ହୋଇଛି। ବିଭାଗ ପକ୍ଷରୁ ଅନେକ ସମୟରେ ଚଢ଼ାଉ କରାଯାଉଛି। ମାତ୍ର ଏହା ସୁଫଳ ମିଳି ପାରିନାହିଁ। ଫଳରେ ଗରିବ ଲୋକମାନେ ମଦ୍ୟ ପାନ କରି ମୃ ମୃତ୍ୟୁ ମୁଖରେ ପଡ଼ିବା ଓ ପରିବାର ଛାର୍ଖାର ହେବା ସାର ହେଉଛି। ଏଣୁ ଚୋରା ମଦ କାରବାର ବନ୍ଦ କରିବା ସହିତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସିଙ୍କ ପକ୍ଷରୁ ଦାବି ହୋଇଛି।
The post ଚିକିଟି ବିଷାକ୍ତ ମଦ ମୃତ୍ୟୁ: ଶୋକାକୁଳ ପରିବେଶରେ ମୃତଦେହ ସତ୍କାର appeared first on Dharitri Odia News.