ଉପକୂଳ ଓଡ଼ିଶାରେ କଲବଲ କରିବ ତାତି
ଭୁବନେଶ୍ୱର: ଖରାରୁ ମିଳିବନି ନିସ୍ତାର। ଆହୁରି କଲବଲ କରିବ ତାତି। ଉପକୂଳ ଓଡ଼ିଶାରେ କଲବଲ କରିବ ତାତି। ୧୨ରୁ ୧୬ ତାରିଖ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ। ଉପକୂଳ ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ୩୮ ଡିଗ୍ରୀ ହୋଇପାରେ। ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି। ୫ରୁ ୧୮ ତାରିଖ ଭିତରେ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାରେ […]

ଭୁବନେଶ୍ୱର: ଖରାରୁ ମିଳିବନି ନିସ୍ତାର। ଆହୁରି କଲବଲ କରିବ ତାତି। ଉପକୂଳ ଓଡ଼ିଶାରେ କଲବଲ କରିବ ତାତି। ୧୨ରୁ ୧୬ ତାରିଖ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ। ଉପକୂଳ ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ୩୮ ଡିଗ୍ରୀ ହୋଇପାରେ। ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି।
୫ରୁ ୧୮ ତାରିଖ ଭିତରେ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ବର୍ଷା ହୋଇପାରେ। ହିମାଳୟ ଅଞ୍ଚଳରୁ ଅଧିକ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଗତ ତିନି ଦିନ ଧରି ରାଜ୍ୟର ରାତି ତାପମାତ୍ରା କମ୍ ରହୁଥିଲା। ଆସନ୍ତା ୪ ଦିନରେ ସ୍ଥିତି ବଦଳିବ ଓ ଗ୍ରୀଷ୍ମପ୍ରବାହ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷକୁ କୁହାଯାଇଛି। ୧୦ ତାରିଖ ଯାଏ ବଙ୍ଗୋପସାଗର ଆଡୁ ଦକ୍ଷିଣ-ପୂର୍ବ ବାୟୁ ବହିବ। ଏଥିପାଇଁ ପାଣିପାଗ ସ୍ଥିତି ସୁଖଦ ଅନୁଭୂତି ଦେବ। ୯ ଓ ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି।