ଆଲୁମିନିୟମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ନିଆଁରେ ପୋଡ଼ି ୫ ଜଣଙ୍କ ମୃତ୍ୟୁ

ମୁମ୍ୱାଇ: ମହାରାଷ୍ଟ୍ର ନାଗପୁରର ଏକ ଆଲୁମିନିୟମ୍ ଫଏଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିବା ପରେ ନିଆଁ ଲାଗିଛି । ନିଆଁରେ ପୋଡ଼ି ହୋଇ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରୁ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ସେମାନଙ୍କ ମୃତ୍ୟୁ ହୋଇଛି । #WATCH | Nagpur | Visuals from outside MMP factory where 5 people died in fire incidentFive people died in an explosion at an Aluminium Foil Factory in Umrer, two people died in the hospital during treatment, while the death of 3 missing persons has been confirmed: Harsh… https://t.co/pD1OxDynLS pic.twitter.com/EMsImnmhyW— ANI (@ANI) April 12, 2025ନାଗପୁରର ଉମରେଡ୍ MIDCରେ ଆଲୁମିନିୟମ ଫଏଲ୍ ତିଆରି କରୁଥିବା ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା । ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନାଗପୁର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣରେ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନାଗପୁର ଗ୍ରାମାଞ୍ଚଳ ଏସପି ହର୍ଷ ପୋଦ୍ଦାର ସୂଚନା ଦେଇଛନ୍ତି ।ଏସପି ହର୍ଷ ପୋଦ୍ଦାର କହିଛନ୍ତି ଯେ ଏହି ବିସ୍ଫୋରଣ ଫ୍ୟାକ୍ଟ୍ରିର ପଲିସ୍ ଟ୍ୟୁବିଙ୍ଗ ୟୁନିଟରେ ହୋଇଥିଲା । ଏହ

ଆଲୁମିନିୟମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ନିଆଁରେ ପୋଡ଼ି ୫ ଜଣଙ୍କ ମୃତ୍ୟୁ

ମୁମ୍ୱାଇ: ମହାରାଷ୍ଟ୍ର ନାଗପୁରର ଏକ ଆଲୁମିନିୟମ୍ ଫଏଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିବା ପରେ ନିଆଁ ଲାଗିଛି । ନିଆଁରେ ପୋଡ଼ି ହୋଇ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରୁ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ସେମାନଙ୍କ ମୃତ୍ୟୁ ହୋଇଛି । 

ନାଗପୁରର ଉମରେଡ୍ MIDCରେ ଆଲୁମିନିୟମ ଫଏଲ୍ ତିଆରି କରୁଥିବା ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା । ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନାଗପୁର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣରେ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନାଗପୁର ଗ୍ରାମାଞ୍ଚଳ ଏସପି ହର୍ଷ ପୋଦ୍ଦାର ସୂଚନା ଦେଇଛନ୍ତି ।

ଏସପି ହର୍ଷ ପୋଦ୍ଦାର କହିଛନ୍ତି ଯେ ଏହି ବିସ୍ଫୋରଣ ଫ୍ୟାକ୍ଟ୍ରିର ପଲିସ୍ ଟ୍ୟୁବିଙ୍ଗ ୟୁନିଟରେ ହୋଇଥିଲା । ଏହାପରେ ନିଆଁ ଲାଗିଥିଲା ଓ ଆଲୁମିନିୟମ ପାଉଡର ଥିବା କାରଣରୁ ନିଆଁ ଅଧିକ ବ୍ୟାପିଥିଲା । ନିଆଁ ଲିଭାଇବା ପାଇଁ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କ ଟିମ୍ ପହଞ୍ଚିଥିଲା । ଅନେକ ଘଣ୍ଟାର ସଂଘର୍ଷ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏସପିଙ୍କ ସୂଚନା ଅନୁସାରେ ବିସ୍ଫୋରଣ ବେଳେ ଫ୍ୟାକ୍ଟ୍ରି ଭିତରେ ୮୭ ଜଣ ଲୋକ ଥିଲେ ।