ନଦୀ ପଠାରେ ଖେଳିବା ବେଳେ ଧସିଲା ମାଟି ଅତଡା, ଚାଲିଗଲା ନାବାଳକଙ୍କ ଜୀବନ
ଉଦଳା ୧୧।୪: ଖେଳିବାକୁ ଆସିଥିଲା ନଦୀ ପଠାକୁ । ନଦୀ ପଠାରେ ବାଲି ବାହାର କରିବା ସମୟରେ ଘଟିଗଲା ଅଘଟଣ । ଧସିଲା ଅତଡା, ଆଉ ଅତଡା ତଳେ ଚାପି ହୋଇ ଚାଲିଗଲା ନାବାଳକଙ୍କ ଜୀବନ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବେଲଡିହା ନଦୀ ନିକଟରେ । ସୂଚନାଯୋଗ୍ୟ ଯେ, ପଥରସାହି ଗ୍ରାମର ପ୍ରଶାନ୍ତ ନାୟକଙ୍କ ପୁଅ ପ୍ରକାଶ ନାୟକ ଗୁରୁବାର ଅପରାହ୍ନ ସମୟରେ ନଦୀ ପଠରେ ବସି ଖେଳୁଥିଲା । ନଦୀ ପଠାରେ ଖେଳିବା ସମୟରେ କୂଳରୁ ବାଲି ସଂଗ୍ରହ କରିବା ସହିତ ନଦୀ ପଠାରେ ଶୋଇ ବାଲି ଖୋଳି ବାହାର କରୁଥିଲା । ସେହି ଶୋଇ ବାଲି ବାହାର କରିବା ସମୟରେ ତା ଉପରେ ଧସି ପଡିଥିଲା ମାଟି ଅତଡା । ମାଟି ଅତଡା ତଳେ ଚାପି ହୋଇ ରହିଯାଇଥିଲା ନାବାଳକ ପ୍ରକାଶ । ସ୍ଥାନୀୟ ଲୋକେ ଏହା ଦେଖିପାରି କପ୍ତିପଦା ଦମକଳ ବିଭାଗକୁ ଖବର ଦେବା ପରେ ଦମକଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାବାଳକ ଜଣକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରକାଶ ହେଉଛନ୍ତି ପ୍ରଶାନ୍ତ ନାୟକଙ୍କର ଏକମାତ୍ର ପୁଅ । ଏଭଳି ଏକ ଘଟଣା ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।You Can Read :ବିଜେଡି ଛାଡି କଂଗ୍ରେସରେ ମିଶିଲେ ଅସିତ ପଟ୍ଟନାୟକ
ଉଦଳା ୧୧।୪: ଖେଳିବାକୁ ଆସିଥିଲା ନଦୀ ପଠାକୁ । ନଦୀ ପଠାରେ ବାଲି ବାହାର କରିବା ସମୟରେ ଘଟିଗଲା ଅଘଟଣ । ଧସିଲା ଅତଡା, ଆଉ ଅତଡା ତଳେ ଚାପି ହୋଇ ଚାଲିଗଲା ନାବାଳକଙ୍କ ଜୀବନ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବେଲଡିହା ନଦୀ ନିକଟରେ ।
ସୂଚନାଯୋଗ୍ୟ ଯେ, ପଥରସାହି ଗ୍ରାମର ପ୍ରଶାନ୍ତ ନାୟକଙ୍କ ପୁଅ ପ୍ରକାଶ ନାୟକ ଗୁରୁବାର ଅପରାହ୍ନ ସମୟରେ ନଦୀ ପଠରେ ବସି ଖେଳୁଥିଲା । ନଦୀ ପଠାରେ ଖେଳିବା ସମୟରେ କୂଳରୁ ବାଲି ସଂଗ୍ରହ କରିବା ସହିତ ନଦୀ ପଠାରେ ଶୋଇ ବାଲି ଖୋଳି ବାହାର କରୁଥିଲା । ସେହି ଶୋଇ ବାଲି ବାହାର କରିବା ସମୟରେ ତା ଉପରେ ଧସି ପଡିଥିଲା ମାଟି ଅତଡା । ମାଟି ଅତଡା ତଳେ ଚାପି ହୋଇ ରହିଯାଇଥିଲା ନାବାଳକ ପ୍ରକାଶ । ସ୍ଥାନୀୟ ଲୋକେ ଏହା ଦେଖିପାରି କପ୍ତିପଦା ଦମକଳ ବିଭାଗକୁ ଖବର ଦେବା ପରେ ଦମକଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାବାଳକ ଜଣକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରକାଶ ହେଉଛନ୍ତି ପ୍ରଶାନ୍ତ ନାୟକଙ୍କର ଏକମାତ୍ର ପୁଅ । ଏଭଳି ଏକ ଘଟଣା ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
You Can Read :
ବିଜେଡି ଛାଡି କଂଗ୍ରେସରେ ମିଶିଲେ ଅସିତ ପଟ୍ଟନାୟକ