ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ୭୦୦ ବନ୍ୟପ୍ରାଣୀଙ୍କୁ ହତ୍ୟା କରିବ ଏହି ଦେଶ, ଜାଣନ୍ତୁ ପୂରା ମାମଲା
ନୂଆଦିଲ୍ଲୀ: ନାମିବ୍ୟା ବନ୍ୟପ୍ରାଣୀଙ୍କ ଉପରେ କ୍ରୁରତା ପାଇଁ ଏକ ଅଜବ ନିଷ୍ପତ୍ତି ନିଆଯାଇଛି । ନାମିବ୍ୟାରେ ୭୦୦ରୁ ଅଧିକ ବନ୍ୟପ୍ରାଣୀଙ୍କୁ ମାରିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ହାତୀ, ହିପ୍ପୋ ଏବଂ ଜେବ୍ରା ସାମିଲ ଅଛନ୍ତି । ଦେଶରେ ଜଳ ସଂକଟ ଏବଂ ଖାଦ୍ୟ ଅଭାବର ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।ଦକ୍ଷିଣ-ପଶ୍ଚିମ ଆଫ୍ରିକାରେ ସ୍ଥିତି ନାମିବ୍ୟା ବର୍ତ୍ତମାନ ନିଜ ଇତିହାସ ସବୁଠାରୁ ଭୟଙ୍କର ଜଳ ସଂକଟର ସାମନା କରୁଛି । ଦେଶର ଜନସଂଖ୍ୟାର ଅଧା ଲୋକ ବର୍ତ୍ତମାନ ସମୟରେ ଖାଦ୍ୟ ସଂକଟର ସାମନା କୁରଛନ୍ତି । ଦେଶର ମରୁଡ଼ି ସ୍ଥିତି ଯୋଗୁଁ ଫସଲ ଉତ୍ପାଦନ ଏବଂ ପଶୁପାଳନ ଉପରେ ଗଭୀର ପ୍ରଭାବ ପଡ଼ିଛି ।ନାମିବ୍ୟାର ଜଙ୍ଗଲ, ପରିବେଶ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ଘୋଷଣା ଅନୁସାରେ ୮୩ ହାତୀ, ୩୦ ହିପ୍ପୋ, ୬୦ ଜଙ୍ଗଲୀ ମଇଁଷି, ୧୦୦ ବ୍ଲୁ ୱାଇଲ୍ଡବିଷ୍ଟ, ୩୦୦ ଜେବ୍ରାକୁ ହତ୍ୟା କରାଯିବ । ରାଷ୍ଟ୍ରୀୟ ଉଦ୍ୟାନ ଏବଂ ଆବାସିକ କ୍ଷେତ୍ରରୁ ଏହି ଜୀବଙ୍କ ସଂଖ୍ୟା ସ୍ଥାୟୀ ରୂପେ କମ କରାଯିବ । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ମରୁଡ଼ି ପ୍ରଭାବିତ ନାଗରିକଙ୍କୁ ମାଂସ ପହଞ୍ଚାଇବା । ମନ୍ତ୍ରଣାଳୟ କହିଛି ଯେ ପ୍ରାକୃତିକ ଉତ୍ସର ଉପଯୋଗ କରି ନାଗରିକଙ୍କୁ ଲାଭ ପହଞ୍ଚାଯିବ । ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ବନ୍ୟପ୍ରାଣୀଙ୍କୁ ହତ୍ୟା କରି ୧୨୫୦୦୦ ପାଉଣ୍ଡରୁ ଅଧିକ ମାଂସ ଲୋକଙ୍କ ମଧ୍ୟରେ ବଣ୍ଟା ସରିଛି ।
ନୂଆଦିଲ୍ଲୀ: ନାମିବ୍ୟା ବନ୍ୟପ୍ରାଣୀଙ୍କ ଉପରେ କ୍ରୁରତା ପାଇଁ ଏକ ଅଜବ ନିଷ୍ପତ୍ତି ନିଆଯାଇଛି । ନାମିବ୍ୟାରେ ୭୦୦ରୁ ଅଧିକ ବନ୍ୟପ୍ରାଣୀଙ୍କୁ ମାରିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ହାତୀ, ହିପ୍ପୋ ଏବଂ ଜେବ୍ରା ସାମିଲ ଅଛନ୍ତି । ଦେଶରେ ଜଳ ସଂକଟ ଏବଂ ଖାଦ୍ୟ ଅଭାବର ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ଦକ୍ଷିଣ-ପଶ୍ଚିମ ଆଫ୍ରିକାରେ ସ୍ଥିତି ନାମିବ୍ୟା ବର୍ତ୍ତମାନ ନିଜ ଇତିହାସ ସବୁଠାରୁ ଭୟଙ୍କର ଜଳ ସଂକଟର ସାମନା କରୁଛି । ଦେଶର ଜନସଂଖ୍ୟାର ଅଧା ଲୋକ ବର୍ତ୍ତମାନ ସମୟରେ ଖାଦ୍ୟ ସଂକଟର ସାମନା କୁରଛନ୍ତି । ଦେଶର ମରୁଡ଼ି ସ୍ଥିତି ଯୋଗୁଁ ଫସଲ ଉତ୍ପାଦନ ଏବଂ ପଶୁପାଳନ ଉପରେ ଗଭୀର ପ୍ରଭାବ ପଡ଼ିଛି ।
ନାମିବ୍ୟାର ଜଙ୍ଗଲ, ପରିବେଶ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ଘୋଷଣା ଅନୁସାରେ ୮୩ ହାତୀ, ୩୦ ହିପ୍ପୋ, ୬୦ ଜଙ୍ଗଲୀ ମଇଁଷି, ୧୦୦ ବ୍ଲୁ ୱାଇଲ୍ଡବିଷ୍ଟ, ୩୦୦ ଜେବ୍ରାକୁ ହତ୍ୟା କରାଯିବ । ରାଷ୍ଟ୍ରୀୟ ଉଦ୍ୟାନ ଏବଂ ଆବାସିକ କ୍ଷେତ୍ରରୁ ଏହି ଜୀବଙ୍କ ସଂଖ୍ୟା ସ୍ଥାୟୀ ରୂପେ କମ କରାଯିବ । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ମରୁଡ଼ି ପ୍ରଭାବିତ ନାଗରିକଙ୍କୁ ମାଂସ ପହଞ୍ଚାଇବା । ମନ୍ତ୍ରଣାଳୟ କହିଛି ଯେ ପ୍ରାକୃତିକ ଉତ୍ସର ଉପଯୋଗ କରି ନାଗରିକଙ୍କୁ ଲାଭ ପହଞ୍ଚାଯିବ । ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ବନ୍ୟପ୍ରାଣୀଙ୍କୁ ହତ୍ୟା କରି ୧୨୫୦୦୦ ପାଉଣ୍ଡରୁ ଅଧିକ ମାଂସ ଲୋକଙ୍କ ମଧ୍ୟରେ ବଣ୍ଟା ସରିଛି ।