ଦିଲ୍ଲୀ-NCRରେ ଏବେ ଶିମଲା, ମନାଲୀ ଭଳି ଥଣ୍ଡା, ବରଫାବୃତ୍ତ ପାହାଡ଼ମାନଙ୍କରେ ଲାଗିଛି ଗାଡ଼ିମାନଙ୍କ ମହାଜାମ୍
ନୂଆଦିଲ୍ଲୀ ୨୭।୧୨: ଉତ୍ତର ଭାରତରେ ଥଣ୍ଡାର ପ୍ରକୋପ ଜାରି ରହିଛି। ପାହାଡ଼ ବରଫାବୃତ୍ତ ହୋଇସାରିଥିବା ବେଳେ ସମତଳ ଅଞ୍ଚଳରେ ଅଦିନିଆ ବର୍ଷା ଥଣ୍ଡାକୁ ବଢାଇ ଦେଇଛି। ଶୁକ୍ରବାର ଦିଲ୍ଲୀ-ଏନସିଆରରେ ହୋଇଥିବା ବର୍ଷା ଯୋଗୁ ଥଣ୍ଡା ଆହୁରି ବଢିଯାଇଛି। ପାଣିପାଗ ବିଜ୍ଞାନ ବିଭାଗଙ୍କ ସୂଚନା ଅନୁସାରେ ଆଗାମୀ ଦିନମାନଙ୍କରେ ଦିଲ୍ଲୀ ଓ ଏନସିଆରରେ ଥଣ୍ଡା ଆହୁରି ବଢିବ। ଏଣୁ ଦିଲ୍ଲୀବାସୀଙ୍କ ଲାଗି ଆଗାମୀ ଦିନ ସବୁ ଥଣ୍ଡାରେ କଟିବ ବୋଲି ଏବେଠୁ ସ୍ପଷ୍ଟ ହୋଇଯାଇଛି। ଏଥିରେ ଏବେ ପାହାଡ ଉପରେ ବରଫପାତ ଏବେ ସମସ୍ୟାର କାରଣ ପାଲଟିଛି। ପାହାଡ ଉପରେ ପଡୁଥିବା ବରଫ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ପହଞ୍ଚୁଛନ୍ତି। ଥଣ୍ଡା ଓ ବରଫ ମଧ୍ୟରେ ପର୍ଯ୍ୟଟକଙ୍କ ଗାଡି ଅନେକ କିଲୋମିଟର ଲମ୍ବା ଜାମରେ ଫଶି ରହିଛି। ଦିଲ୍ଲୀର ପୃଥକ ପୃଥକ ସ୍ଥାନରେ ଶୁକ୍ରବାର ୨ରୁ ୩ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି। ଏଥିରେ ସବୁଠୁ ଅଧିକ ବର୍ଷା ପୂର୍ବାହ୍ନ ସାଢେ ୧୧ଟା ଓ ଅପରାହ୍ନ ସାଢେ ୨ଟାରେ ହୋଇଛି। ନୂଆ ବର୍ଷ ପୂର୍ବରୁ ଏହି ଥଣ୍ଡା ଏବେ ଥରାଇବା ଆରମ୍ଭ କରିଛି। ଏବେ ହିମାଚଳ ପ୍ରଦେଶର ହିଲଷ୍ଟେସନ ମନାଲୀ ପୁଣି ଥରେ ବରଫ ଚଦରରେ ଢାଙ୍କି ହୋଇଛି। ଏଥିରେ ତାଜା ହୀମପାତ ସହରର ଉପର ଅଞ୍ଚଳକୁ ଘୋଡାଇ ଦେଇଛି। ଲାହୋଲ ସ୍ପିତି ଓ ମନାଲୀ ଉପର ଅଞ୍ଚଳରେ ହୀମପାତ ହୋଇଛି। ଫଳରେ ସୋଲାଙ୍ଗ ଘାଟି, ରୋହତାଙ୍ଗ ପାସ୍ ଓ ଅଟଳ ସୁଡ଼ଙ୍ଗ ଭଳି ଲୋକପ୍ରୀୟ ପର୍ଯ୍ୟ
ନୂଆଦିଲ୍ଲୀ ୨୭।୧୨: ଉତ୍ତର ଭାରତରେ ଥଣ୍ଡାର ପ୍ରକୋପ ଜାରି ରହିଛି। ପାହାଡ଼ ବରଫାବୃତ୍ତ ହୋଇସାରିଥିବା ବେଳେ ସମତଳ ଅଞ୍ଚଳରେ ଅଦିନିଆ ବର୍ଷା ଥଣ୍ଡାକୁ ବଢାଇ ଦେଇଛି। ଶୁକ୍ରବାର ଦିଲ୍ଲୀ-ଏନସିଆରରେ ହୋଇଥିବା ବର୍ଷା ଯୋଗୁ ଥଣ୍ଡା ଆହୁରି ବଢିଯାଇଛି। ପାଣିପାଗ ବିଜ୍ଞାନ ବିଭାଗଙ୍କ ସୂଚନା ଅନୁସାରେ ଆଗାମୀ ଦିନମାନଙ୍କରେ ଦିଲ୍ଲୀ ଓ ଏନସିଆରରେ ଥଣ୍ଡା ଆହୁରି ବଢିବ। ଏଣୁ ଦିଲ୍ଲୀବାସୀଙ୍କ ଲାଗି ଆଗାମୀ ଦିନ ସବୁ ଥଣ୍ଡାରେ କଟିବ ବୋଲି ଏବେଠୁ ସ୍ପଷ୍ଟ ହୋଇଯାଇଛି।
ଏଥିରେ ଏବେ ପାହାଡ ଉପରେ ବରଫପାତ ଏବେ ସମସ୍ୟାର କାରଣ ପାଲଟିଛି। ପାହାଡ ଉପରେ ପଡୁଥିବା ବରଫ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ପହଞ୍ଚୁଛନ୍ତି। ଥଣ୍ଡା ଓ ବରଫ ମଧ୍ୟରେ ପର୍ଯ୍ୟଟକଙ୍କ ଗାଡି ଅନେକ କିଲୋମିଟର ଲମ୍ବା ଜାମରେ ଫଶି ରହିଛି। ଦିଲ୍ଲୀର ପୃଥକ ପୃଥକ ସ୍ଥାନରେ ଶୁକ୍ରବାର ୨ରୁ ୩ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି। ଏଥିରେ ସବୁଠୁ ଅଧିକ ବର୍ଷା ପୂର୍ବାହ୍ନ ସାଢେ ୧୧ଟା ଓ ଅପରାହ୍ନ ସାଢେ ୨ଟାରେ ହୋଇଛି। ନୂଆ ବର୍ଷ ପୂର୍ବରୁ ଏହି ଥଣ୍ଡା ଏବେ ଥରାଇବା ଆରମ୍ଭ କରିଛି।
ଏବେ ହିମାଚଳ ପ୍ରଦେଶର ହିଲଷ୍ଟେସନ ମନାଲୀ ପୁଣି ଥରେ ବରଫ ଚଦରରେ ଢାଙ୍କି ହୋଇଛି। ଏଥିରେ ତାଜା ହୀମପାତ ସହରର ଉପର ଅଞ୍ଚଳକୁ ଘୋଡାଇ ଦେଇଛି। ଲାହୋଲ ସ୍ପିତି ଓ ମନାଲୀ ଉପର ଅଞ୍ଚଳରେ ହୀମପାତ ହୋଇଛି। ଫଳରେ ସୋଲାଙ୍ଗ ଘାଟି, ରୋହତାଙ୍ଗ ପାସ୍ ଓ ଅଟଳ ସୁଡ଼ଙ୍ଗ ଭଳି ଲୋକପ୍ରୀୟ ପର୍ଯ୍ୟଟନ ସ୍ଥଳ ନବ ବର୍ଷ ଉତ୍ସବର ଠିକ୍ ପୂର୍ବରୁ ୱିଣ୍ଟର ୱଣ୍ଡରଲ୍ୟାଣ୍ଡରେ ପରିଣତ ହୋଇଛି। କ୍ରିସମାସ ପରଠାରୁ ଏହି ଅଞ୍ଚଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି।
ପର୍ଯ୍ୟଟକଙ୍କୁ ନେଇ ପାଖାପାଖି ୧୦ ହଜାର ଗାଡ଼ି ମନାଲୀ ପହଞ୍ଚିଛି। ହୋଟେଲମାନଙ୍କର ୯୦ ପ୍ରତିଶତ ରୁମ ବୁକ୍ ହୋଇ ରହିଥିବା ବେଳେ ୩୦ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଏବେ ମନାଲୀରେ ବରଫରେ ଢାଙ୍କି ହୋଇ ରହିଥିବା ପାହାଡ଼ମାନଙ୍କର ମଜା ନେଉଛନ୍ତି। ଆଶା କରାଯାଉଛି ନୂଆ ବର୍ଷ ଉତ୍ସବ ନିମନ୍ତେ ଆହୁରି ୨୦ ହଜାର ପର୍ଯ୍ୟଟକ ମନାଲୀ ପହଞ୍ଚିବେ। ପର୍ଯ୍ୟଟକଙ୍କ ଭୀଡକୁ ଦେଖି ପୋଲିସ ପକ୍ଷରୁ ପୂର୍ବରୁ ଯୋଜନା କରାଯାଇଥିଲା। ଏହା ସତ୍ତ୍ୱେ ଟ୍ରାଫିକ୍ ଜାମ ଓ ଭିଡ ଏବେ ସମସ୍ୟାରେ ପରିଣତ ହୋଇଛି।
ଖାସ କରି ଅଟଳ ସୁଡ଼ଙ୍ଗ ଓ ସୋଲାଙ୍ଗ ଘାଟି ଆଡକୁ ଯାଇଥିବା ରାସ୍ତାରେ ଏହି ଭିଡ ହେଉଛି। ୧୦-୧୫ କିଲୋମିଟର ଧରି ଧାଡିବାନ୍ଧି ଛିଡା ହୋଇଥିବା ଗାଡି ପର୍ଯ୍ୟଟକଙ୍କ ନିମନ୍ତେ ଚିନ୍ତାର ବିଷୟ ପାଲଟିଛି। ସେପଟେ କାଶ୍ମୀର ସମତଳ ଅଞ୍ଚଳରେ ବର୍ଷର ପ୍ରଥମ ହୀମପାତ ପାଇଁ ଥିବା ଅପେକ୍ଷା ଶୁକ୍ରବାର ଶେଷ ହୋଇଛି। ଉପତ୍ୟାକାର ଗୁଲମର୍ଗ, ସୋପିୟାନ, ବଡ଼ଗାଁବ, କୁଲଗାଁବ ଓ ଅନ୍ତନାଗ ଜିଲ୍ଲାରେ ହୀମପାତ ଆରମ୍ଭ ହୋଇଯାଇଛି। ଶନିବାର ଶ୍ରୀନଗରରେ ବି ହୀମପାତ ହୋଇପାରେ ବୋଲି ଆକଳନ କରାଯାଉଛି।