ଗ୍ୟାସ ଟାଙ୍କିରେ ନିଆଁ ଲାଗି ଜଳିଗଲା ଘର, ପରିବାରର ୩ ଗୁରୁତର

ଭଦ୍ରକ ୨୦/୨:  ଘରେ ରୋଷେଇ ଚାଲିଥିଲା । ହଠାତ ବଡ ଶବ୍ଦ ହେଲା । ଚାରିଆଡେ ଧୂଆଁ ହୋଇଗଲା । କେହି କିଛି ବୁଝିବା ଆଗରୁ ସବୁ ସାରିଦେଇଥିଲା ନିଆଁ । ଗ୍ୟାସ ଟାଙ୍କି ଫାଟି ଘର ସହ ଜଳିଯାଇଛି ଆସବାବପତ୍ର । ପରିବାରର ୩ଜଣଙ୍କ ଅବସ୍ଥା ଗୁରୁତର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦା ସ୍ଥିତ ଗୁଡିଆ ସାହିରେ ଭୟଙ୍କର ଅଗ୍ନିକାଣ୍ଡ । ଗାଁର ବୃନ୍ଦାବନ ସାହୁଙ୍କ ଘରେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଟାଙ୍କି ପ୍ରଥମେ ଲିକ୍‌ ହୋଇଥିଲା । ପରେ ସେଥିରୁ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲେ ଯେ ଚାହୁଁ ଚାହୁଁ ଚାରିଆଡେ ବ୍ୟାପି ଯାଇଥିଲା ।ନିଆଁ ଧାସରେ ବୃନ୍ଦାବନ, ପତ୍ନୀ ବାସନ୍ତୀ ଓ ପୁଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଟିକିଏ ଅସାବଧାନତା ପାଇଁ ଏତେ ବଡ ଅଘଟଣ ଘଟିଯାଇଛି । 

ଗ୍ୟାସ ଟାଙ୍କିରେ ନିଆଁ ଲାଗି ଜଳିଗଲା ଘର, ପରିବାରର ୩ ଗୁରୁତର

ଭଦ୍ରକ ୨୦/୨:  ଘରେ ରୋଷେଇ ଚାଲିଥିଲା । ହଠାତ ବଡ ଶବ୍ଦ ହେଲା । ଚାରିଆଡେ ଧୂଆଁ ହୋଇଗଲା । କେହି କିଛି ବୁଝିବା ଆଗରୁ ସବୁ ସାରିଦେଇଥିଲା ନିଆଁ । ଗ୍ୟାସ ଟାଙ୍କି ଫାଟି ଘର ସହ ଜଳିଯାଇଛି ଆସବାବପତ୍ର । ପରିବାରର ୩ଜଣଙ୍କ ଅବସ୍ଥା ଗୁରୁତର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦା ସ୍ଥିତ ଗୁଡିଆ ସାହିରେ ଭୟଙ୍କର ଅଗ୍ନିକାଣ୍ଡ । 

ଗାଁର ବୃନ୍ଦାବନ ସାହୁଙ୍କ ଘରେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଟାଙ୍କି ପ୍ରଥମେ ଲିକ୍‌ ହୋଇଥିଲା । ପରେ ସେଥିରୁ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲେ ଯେ ଚାହୁଁ ଚାହୁଁ ଚାରିଆଡେ ବ୍ୟାପି ଯାଇଥିଲା ।

ନିଆଁ ଧାସରେ ବୃନ୍ଦାବନ, ପତ୍ନୀ ବାସନ୍ତୀ ଓ ପୁଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଟିକିଏ ଅସାବଧାନତା ପାଇଁ ଏତେ ବଡ ଅଘଟଣ ଘଟିଯାଇଛି ।