ଭଙ୍ଗା ଦଦରା ଡଙ୍ଗା ଚଳାଚଳକୁ କିଏ ଅନୁମତି ଦେଇଥିଲା? ଲାଇସେନ୍ସ ନଥାଇ ଡଙ୍ଗା କେମିତି ଚଳାଚଳ କରୁଥିଲା?

କନକ ବ୍ୟୁରୋ: ମହାନଦୀ ଡଙ୍ଗାବୁଡି ଘଟଣାରେ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘ ୨୦ ଘଂଟାର ଅପରେସନ ପରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ । ଅନ୍ୟପଟେ ଡଙ୍ଗାବୁଡା ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରା ଉଚରା କରୁଛି । ନିୟମକୁ ଉଲ୍ଲଂଘନ କରି ଭଙ୍ଗା ଡଙ୍ଗାରେ ଯାତ୍ରୀଙ୍କୁ ପାରି କରିବାକୁ ଉଦ୍ୟମ କରିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଯାହାକୁ ନେଇ […] The post ଭଙ୍ଗା ଦଦରା ଡଙ୍ଗା ଚଳାଚଳକୁ କିଏ ଅନୁମତି ଦେଇଥିଲା? ଲାଇସେନ୍ସ ନଥାଇ ଡଙ୍ଗା କେମିତି ଚଳାଚଳ କରୁଥିଲା? first appeared on Kanak News.

ଭଙ୍ଗା ଦଦରା ଡଙ୍ଗା ଚଳାଚଳକୁ କିଏ ଅନୁମତି ଦେଇଥିଲା? ଲାଇସେନ୍ସ ନଥାଇ ଡଙ୍ଗା କେମିତି ଚଳାଚଳ କରୁଥିଲା?

କନକ ବ୍ୟୁରୋ: ମହାନଦୀ ଡଙ୍ଗାବୁଡି ଘଟଣାରେ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘ ୨୦ ଘଂଟାର ଅପରେସନ ପରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ । ଅନ୍ୟପଟେ ଡଙ୍ଗାବୁଡା ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରା ଉଚରା କରୁଛି । ନିୟମକୁ ଉଲ୍ଲଂଘନ କରି ଭଙ୍ଗା ଡଙ୍ଗାରେ ଯାତ୍ରୀଙ୍କୁ ପାରି କରିବାକୁ ଉଦ୍ୟମ କରିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦେଖନ୍ତୁ ଏହି ରିପୋର୍ଟ ।

କଅଁଳ ଶିଶୁ, ନଦୀ ପଠା ଦେଖିଲେ କୁଦାମାରି ଦୌଡିବାର ବୟସ । ହେଲେ ନିଷ୍ଠୁର ନିୟତିର ହିସାବ ଅଲଗା, ଓଡ୍ରାଫ୍ ଗାର୍ଡଙ୍କ ବାହୁରେ ଚୀରନିଦ୍ରାରେ ଶୋଇଯାଇଛି । ମହାନଦୀ ଡଙ୍ଗାବୁଡି ପରେ ଉଦ୍ଧାର ଅଭିଯାନ ସମୟର ଏହି ଦୁଃଖଦ ଦୃଶ୍ୟ ଯେକେହି ଦେଖିଲେ ଆଖିରେ ଲୁହ ଜକେଇ ଆସିବ ।

ପ୍ରାୟ ୨୦ ଘଂଟାର ଅପରେସନ ପରେ ମହାନଦୀରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସମସ୍ତେ ଛତିଶଗଡ ଖର୍ସିଆ ଅଂଚଳର । ସବୁଠୁ ଦୁଃଖଦ କଥା ହେଉଛି ଡଙ୍ଗା ଓଲଟିପଡିବା ପରେ ମହିଳା ଓ ନୀରିହ ଶିଶୁ ପହଁରି ନପାରି ପାଣିରେ ବୁଡିଯାଇଥିଲେ । ମୃତକଙ୍କ ମଧ୍ୟରେ ଦୁଇଟି ପରିବାରର ମା ଓ ପୁଅଙ୍କ ସଳିଲ ସମାଧି ହୋଇଛି । ସେମାନେ ହେଲେ ମାଅ-ା ଲଛମନି ରାଠିଆ, ପୁଅ- ପିକେଶ୍ୱର ରାଠିଆ । ମାଆ ରାଧିକା ରାଠିଆ, ଦୁଇ ପୁଅ- କୁନାଲ ରାଠିଆ, ନବୀନ ରାଠିଆ ।

ଶୁକ୍ରବାର ଝାରୁସୁଗୁଡା ଲଖନପୁର ସ୍ଥିତ ଶରଧା ଘାଟଣରେ ଘଟିଥିଲା ଅଘଟଣ । ବରଗଡ଼ ପଥରାସେନୀରେ ମାଙ୍କ ଦର୍ଶନ କରି ବାଞ୍ଜିପାଲିରୁ ଡଙ୍ଗାରେ ୫୪ ଜଣ ଯାତ୍ରା ଆସୁଥିଲେ । ସେମାନଙ୍କ ମଧ୍ୟରେ ୪୫ ଜଣ ଯାତ୍ରୀ ଥିଲେ ଛତିଶଗଡର ଏବଂ ୯ ଜଣ ବରଗଡ଼ ଓ ଝାରସୁଗୁଡ଼ାର । ମଝି ମହାନଦୀରେ କ୍ଷମତାଠୁ ଅଧିକ ଯାତ୍ରୀ ହେବାରୁ ଡଙ୍ଗାରେ ପାଣି ପଶି ଓଲଟିିଯାଇଥିଲା । ସ୍ଥାନୀୟ ମତ୍ସ୍ୟଜୀବୀ ଅଧିକାଂଶ ଲୋକଙ୍କୁ ଉଦ୍ଧାର କରିଥିଲେ, କିନ୍ତୁ ଉଦ୍ୟମ ସତ୍ୱେ ୮ ଜଣଙ୍କ ଆକାଳ ବିୟୋଗ ହୋଇଛି । ଦୁର୍ଘଟଣା ପରେ ଜଣାପଡିଛି ବିନା ଲାଇସେନ୍ସରେ ଡଙ୍ଗା ଚଳାଚଳ କରୁଥିଲା । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

ବିନା ଲାଇଫ୍ ଜାକେଟରେ ଯାତ୍ରୀଙ୍କୁ କେମିତି ଡଙ୍ଗାରେ ପାରି କରାଯାଉଥିଲା?
ବେଆଇନ ଡଙ୍ଗା ଚଳଚଳ ନେଇ ପ୍ରଶାସନ ପାଖରେ ଖବର ଥିଲା ନା ନାହିଁ?

ଅଘଟଣ ପରେ ସବୁ ସ୍ୱାଭାବିକ ହୋଇଛି । ମହାନଦୀର ଚହଲା ପାଣିରେ ଡଙ୍ଗା ଦୋହଳୁଛି । ପ୍ରଶାସନିକ ଅବହେଳା ଯୋଗୁଁ ୮ ଜଣ ଆତ୍ମୀୟଙ୍କୁ ହରାଇଛନ୍ତି ଅଭାଗା ପରିବାର ।

The post ଭଙ୍ଗା ଦଦରା ଡଙ୍ଗା ଚଳାଚଳକୁ କିଏ ଅନୁମତି ଦେଇଥିଲା? ଲାଇସେନ୍ସ ନଥାଇ ଡଙ୍ଗା କେମିତି ଚଳାଚଳ କରୁଥିଲା? first appeared on Kanak News.