ଚଳନ୍ତା ବସ୍‌ରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା, ସାହା ହେଲେ ସେଇ ବସ୍‌ରେ ଥିବା ଡାକ୍ତର

ବସରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା । ସାହା ହେଲେ ବସରେ ଆସୁଥିବା ଡାକ୍ତର । ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳର ଘଟଣା । ପାରଳାଖେମୁଣ୍ଡିରୁ ନବରଙ୍ଗପୁର ଯାଉଥିଲା ବସ । ଡାକ୍ତର ଅରୁଣ ନାୟକ ଓ ସୁନୀତା ମଲିକଙ୍କୁ ପ୍ରଶଂସା।

ଚଳନ୍ତା ବସ୍‌ରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା, ସାହା ହେଲେ ସେଇ ବସ୍‌ରେ ଥିବା ଡାକ୍ତର

କଥାରେ ଅଛି ରଖେ ହରିତ ମାରେ କିଏ । ଗର୍ଭବତୀଙ୍କ ପାଇଁ ଦେବଦୃତ ସାଜିଲେ ଦୁଇ ଡାକ୍ତର । ଚଳନ୍ତା ବସରେ ପ୍ରସବ ସମୟରେ ସାହା ହେଲେ ବସରେ ଆସୁଥିବା ଦୁଇ ଡାକ୍ତର। ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ ପାରଳାଖେମୁଣ୍ଡିରୁ ନବରଙ୍ଗପୁର ଯାଉଥିବା ‘ଶ୍ରୀଜଗନ୍ନାଥ’ ନାମକ ଘରୋଇ ବସ୍‌ରେ ଗର୍ଭବତୀ ଜଣକ ଗୁଣପୁର ଅଭିମୁଖେ ଏକାକୀ ଯାତ୍ରା କରୁଥିଲେ। ବସ୍‌ଟି ଗଜପତି ଜିଲ୍ଲା କାଶୀନଗରଠାରେ ହୋଇଥିବା ବେଳେ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ମାତ୍ର ମେଡିକାଲ ଦୂରରେ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ ଜଣକ ।

ବସ ଭିତରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ମହିଳା। ସେହି ବସରେ ଥିବା ଡାକ୍ତର ଅରୁଣ ନାୟକ ଓ ଡାକ୍ତର ସୁନୀତୀ ମଲିକଙ୍କ ସହାୟତାରେ ମହିଳା ସୁରକ୍ଷିତ ଭାବରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ତାଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବେ ଉଭୟ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। ଡାକ୍ତରଙ୍କ ସହ ବସ୍ କର୍ମଚାରୀ ବି ସହଯୋଗ କରିଥିଲେ।