ଉପର ମୁଣ୍ଡରେ ଲଗାଣ ବର୍ଷା: ମାଛକୁଣ୍ଡ ଡି.ଡ୍ୟାମର ଖୋଲିଲା ୨ଗେଟ୍
ଲମତାପୁଟ,୨୩ା୭(ଭକ୍ତରମ ବାଙ୍କିଆ): ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜଳଭଣ୍ଡାରରେ ଜଳସ୍ତର ଏବେ ବଢିବାରେ ଲାଗିଛି । ଜଲାପୁଟ ମୁଖ୍ୟ ଜଳଭଣ୍ଡାରରେ ୬ଫୁଟ ଜଳସ୍ତର ବଢିଥିବା ବେଳେ ମାଛକୁଣ୍ଡ ଡି. ଡ୍ୟାମରେ ଜଳସ୍ତର ବିପଦ ସଙ୍କେତର ଅତି ନିକଟରେ ରହିଛି। ଫଳରେ ଡି.ଡ୍ୟାମର ୨ଟି ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଇଥିବା ଜଣାଯାଇଛି। କୋରାପୁଟ ଜିଲାରେ ଗତ ତିନି ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଛି। ଏଥିଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। […] The post ଉପର ମୁଣ୍ଡରେ ଲଗାଣ ବର୍ଷା: ମାଛକୁଣ୍ଡ ଡି.ଡ୍ୟାମର ଖୋଲିଲା ୨ଗେଟ୍ appeared first on Dharitri Odia News.
ଲମତାପୁଟ,୨୩ା୭(ଭକ୍ତରମ ବାଙ୍କିଆ): ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜଳଭଣ୍ଡାରରେ ଜଳସ୍ତର ଏବେ ବଢିବାରେ ଲାଗିଛି । ଜଲାପୁଟ ମୁଖ୍ୟ ଜଳଭଣ୍ଡାରରେ ୬ଫୁଟ ଜଳସ୍ତର ବଢିଥିବା ବେଳେ ମାଛକୁଣ୍ଡ ଡି. ଡ୍ୟାମରେ ଜଳସ୍ତର ବିପଦ ସଙ୍କେତର ଅତି ନିକଟରେ ରହିଛି। ଫଳରେ ଡି.ଡ୍ୟାମର ୨ଟି ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଇଥିବା ଜଣାଯାଇଛି।
କୋରାପୁଟ ଜିଲାରେ ଗତ ତିନି ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଛି। ଏଥିଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବଢିବାରୁ କୋରାପୁଟ ଜିଲା ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ମାଛକୁଣ୍ଡ ଡି. ଡ୍ୟାମର ଦୁଇଟି ଗେଟ୍କୁ ବିଭାଗୀୟ ଅଧିକାରୀ ଖୋଲି ଜଳ ନିଷ୍କାସନ କରିଛନ୍ତି। ଡି.ଡ୍ୟାମର ବିପଦ ସଙ୍କେତ ୯୦ ଫୁଟ ରହିଥିବା ବେଳେ ରବିବାର ବିଳମ୍ବିତ ରାତିରେ ଏହା ୮୯.୭ ଫୁଟରେ ପହଞ୍ଚତ୍ଥିଲା। ବିଭାଗୀୟ ଅଧିକାରୀ ଡି.ଡ୍ୟାମର ୬ ଓ ୭ ନମ୍ବର ଗେଟ୍ ଖୋଲିଛନ୍ତି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରେ ୧୦୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଦୁଇଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୨୦୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଇ ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ଛଡାଯାଉଛି। ସେହିପରି ଜଲାପୁଟ ଜଳ ଭଣ୍ଡାରରେ ଚଳିତ ବର୍ଷ ଜୁନ ମାସ ସୁଧା ୧୦ଫୁଟ ଜଳସ୍ତର କମିଥିବା ବେଳେ ଏବେ ତିନି ଦିନ ଧରି ଉପର ମୁଣ୍ଡରେ ବର୍ଷା ହେବାରୁ ଏହି ଜଳଭଣ୍ଡାରରେ ୬ଫୁଟ ଜଳ ବଢିଥିବା ଜଣାପଡିଛି। ସୋମବାର ଡି ଡ୍ୟାମର ୬ନମ୍ବର ଗେଟ୍ ଖୋଲାଯାଇ ୬ଶହ କ୍ୟୁସେକ ଜଳ ନିଷ୍କାସନ କରାଯାଇଛି ।
The post ଉପର ମୁଣ୍ଡରେ ଲଗାଣ ବର୍ଷା: ମାଛକୁଣ୍ଡ ଡି.ଡ୍ୟାମର ଖୋଲିଲା ୨ଗେଟ୍ appeared first on Dharitri Odia News.