ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ, ୧୪ ଦିନ ହେଲା ସ୍ବାମୀଙ୍କ ଫୋନ କଲ୍ ରିସିଭ୍ କରି ନ ଥିଲେ
ଭଦ୍ରକ,୩।୩ (ସନାତନ ରାଉତ): ଭଦ୍ରକ ଟାଉନ ଥାନା ଅଧୀନ ଅପର୍ତିବିନ୍ଧା ନିଉକଲୋନୀରେ ଏକ ଭଡ଼ା ଘରର ବନ୍ଦ କୋଠରୀରୁ ଜଣେ ମହିଳାଙ୍କ ମୃତଦେହ ଶନିବାର ଅପରାହ୍ନରେ ପୋଲିସ ଜବତ କରିଛି। ମୃତ ମହିଳା ହେଲେ ତିହିଡ଼ି ଥାନା ଅଧୀନ ଗୋଳାପୋଖରୀ ଗ୍ରାମର ମହେଶ୍ୱର ନାୟକଙ୍କ ସ୍ତ୍ରୀ ମଧୁମିତା। ସୂଚନା ଅନୁଯାୟୀ, ମହେଶ୍ୱର ମୁମ୍ବାଇରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ମଧୁମିତା ଅପର୍ତିବିନ୍ଧା ନିଉକଲୋନୀରେ ଗତ ୬ ମାସ ଧରି ଭଡ଼ାଘରେ ରହୁଥିଲେ। ଗତ ୧୪ […] The post ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ, ୧୪ ଦିନ ହେଲା ସ୍ବାମୀଙ୍କ ଫୋନ କଲ୍ ରିସିଭ୍ କରି ନ ଥିଲେ appeared first on Dharitri Odia News.
ଭଦ୍ରକ,୩।୩ (ସନାତନ ରାଉତ): ଭଦ୍ରକ ଟାଉନ ଥାନା ଅଧୀନ ଅପର୍ତିବିନ୍ଧା ନିଉକଲୋନୀରେ ଏକ ଭଡ଼ା ଘରର ବନ୍ଦ କୋଠରୀରୁ ଜଣେ ମହିଳାଙ୍କ ମୃତଦେହ ଶନିବାର ଅପରାହ୍ନରେ ପୋଲିସ ଜବତ କରିଛି। ମୃତ ମହିଳା ହେଲେ ତିହିଡ଼ି ଥାନା ଅଧୀନ ଗୋଳାପୋଖରୀ ଗ୍ରାମର ମହେଶ୍ୱର ନାୟକଙ୍କ ସ୍ତ୍ରୀ ମଧୁମିତା।
ସୂଚନା ଅନୁଯାୟୀ, ମହେଶ୍ୱର ମୁମ୍ବାଇରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ମଧୁମିତା ଅପର୍ତିବିନ୍ଧା ନିଉକଲୋନୀରେ ଗତ ୬ ମାସ ଧରି ଭଡ଼ାଘରେ ରହୁଥିଲେ। ଗତ ୧୪ ଦିନ ଧରି ମହେଶ୍ୱର ମଧୁମିତାଙ୍କୁ ଫୋନ କରିଥିବା ବେଳେ ସେ ଉଠାଇ ନ ଥିଲେ। ଏଥିରେ ସନ୍ଦେହ ହେବାରୁ ମହେଶ୍ୱର ଶନିବାର ଭଦ୍ରକରେ ପହଞ୍ଚତ୍ ପୋଲିସକୁ ଖବର ଦେଇଥିଲେ। ଭଦ୍ରକ ଟାଉନ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗିବା ପରେ ମଧୁମିତାଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ମୃତଦେହରୁ ଦୁର୍ଗନ୍ଧ ଆସୁଥିବା ବେଳେ କିଛିଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଦ୍ୱାରା ପୋଲିସ ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତାଙ୍କର ଏକମାତ୍ର ପୁଅ ପୁନେରେ ରହି ପାଠ ପଢ଼ୁଥିବା ବେଳେ ମଧୁମିତା ଭଡ଼ାଘରେ ଏକା ରହୁଥିଲେ। ତେବେ ୧୪ଦିନ ଧରି ସ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇ ନ ଥିବା ବେଳେ ମହେଶ୍ୱର ପଡ଼ୋଶୀ କାହାକୁ ନ ଜଣାଇବା ଘଟଣା ସନ୍ଦେହ ସୃଷ୍ଟି କରିଛି। ଏହା ହତ୍ୟା କି ଆତ୍ମହତ୍ୟା ତଦନ୍ତ ପରେ ଜଣାପଡ଼ିବ ବୋଲି ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତି।
The post ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ, ୧୪ ଦିନ ହେଲା ସ୍ବାମୀଙ୍କ ଫୋନ କଲ୍ ରିସିଭ୍ କରି ନ ଥିଲେ appeared first on Dharitri Odia News.