ଆସନ୍ତା ୧୭ ଓ ୨୪ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି
ଭୁବନେଶ୍ୱର:ଆସନ୍ତା ୧୭ ଓ ୨୪ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଭୁବନେଶ୍ଵର, ୟୁନିଟ-5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବନ୍ଦ ରହିବ ଜନ ଶୁଣାଣି କାର୍ଯ୍ୟକ୍ରମ। ବିଧାନସଭା ଅଧିବେଶନ ବଳବତ୍ତର ଥିବାରୁ ବନ୍ଦ ରହିବ ଜନ ଅଭିଯୋଗ ଶୁଣାଣି। ଏନେଇ ସୂଚନା ଜାରି କରିଛନ୍ତି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ।ଏ ସଂପର୍କରେ ରାଜ୍ୟ ସାଧାରଣ […]

ଭୁବନେଶ୍ୱର:ଆସନ୍ତା ୧୭ ଓ ୨୪ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଭୁବନେଶ୍ଵର, ୟୁନିଟ-5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବନ୍ଦ ରହିବ ଜନ ଶୁଣାଣି କାର୍ଯ୍ୟକ୍ରମ।
ବିଧାନସଭା ଅଧିବେଶନ ବଳବତ୍ତର ଥିବାରୁ ବନ୍ଦ ରହିବ ଜନ ଅଭିଯୋଗ ଶୁଣାଣି। ଏନେଇ ସୂଚନା ଜାରି କରିଛନ୍ତି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ।ଏ ସଂପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।