ଗର୍ଭବତୀଙ୍କୁ ଗୁଳିକରି ହତ୍ୟା: ସୁନ୍ଦରଗଡ଼ ବଣାଇରେ ଚାଞ୍ଚଲ୍ୟ

ସୁନ୍ଦରଗଡ଼:ସୁନା ଚେନ ଛଡାଇବାକୁ ବିଫଳ ହେବାରୁ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ର ଟିକାୟତପାଲି ଝିର୍ଦାପାଲିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘରର କବାଟ ବାଡେଇ ଥିଲେ ଦୁର୍ବୁତ୍ତ। ଗର୍ଭବତୀ ମହିଳା ଜଣଙ୍କ କବାଟ ଖୋଲିବା ପରେ ଦୁର୍ବୁତ୍ତ ମାନେ ତାଙ୍କ ବେକରୁ ସୁନା ଚେନ ଲୁଟିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବିଫଳ ହେବାରୁ ମହିଳାଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲେ ଦୁର୍ବୁତ୍ତ। ଗୁଳି […]

ଗର୍ଭବତୀଙ୍କୁ ଗୁଳିକରି ହତ୍ୟା: ସୁନ୍ଦରଗଡ଼ ବଣାଇରେ ଚାଞ୍ଚଲ୍ୟ

ସୁନ୍ଦରଗଡ଼:ସୁନା ଚେନ ଛଡାଇବାକୁ ବିଫଳ ହେବାରୁ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ର ଟିକାୟତପାଲି ଝିର୍ଦାପାଲିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘରର କବାଟ ବାଡେଇ ଥିଲେ ଦୁର୍ବୁତ୍ତ। ଗର୍ଭବତୀ ମହିଳା ଜଣଙ୍କ କବାଟ ଖୋଲିବା ପରେ ଦୁର୍ବୁତ୍ତ ମାନେ ତାଙ୍କ ବେକରୁ ସୁନା ଚେନ ଲୁଟିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବିଫଳ ହେବାରୁ ମହିଳାଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲେ ଦୁର୍ବୁତ୍ତ। ଗୁଳି ମହିଳାଙ୍କ ବାମପଟ ଛାତିରେ ବାଜିଥିଲା ମ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।