ଫଳାଫଳ ଏକ୍‌ଜିଟ୍‌ ପୋଲ୍‌ ବିପରୀତ ହେବ: ସୋନିଆଙ୍କ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନ ଫଳାଫଳ ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକର ପୂର୍ବାନୁମାନର ସମ୍ପୂର୍ଣ୍ଣ ବିପରୀତରେ ଯିବା ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଆଶାବ୍ୟକ୍ତ କରିଛନ୍ତି। ଫଳାଫଳ ଆସିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ ବୋଲି ସୋମବାର ସୋନିଆ ଏକ ଗଣମାଧ୍ୟମକୁ କହିଛନ୍ତି। ଶନିବାର ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ବୁଥ୍‌ ବାହୁଡ଼ା ଜନମତ ସର୍ଭେରେ ଏନ୍‌ଡିଏ ୩୫୦ରୁ ଅଧିକ ଆସନ ଜିତି ତୃତୀୟ ଥର ସରକାର ଗଢ଼ିବ […] The post ଫଳାଫଳ ଏକ୍‌ଜିଟ୍‌ ପୋଲ୍‌ ବିପରୀତ ହେବ: ସୋନିଆଙ୍କ ବଡ଼ ଭବିଷ୍ୟବାଣୀ appeared first on Dharitri Odia News.

ଫଳାଫଳ ଏକ୍‌ଜିଟ୍‌ ପୋଲ୍‌ ବିପରୀତ ହେବ: ସୋନିଆଙ୍କ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନ ଫଳାଫଳ ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକର ପୂର୍ବାନୁମାନର ସମ୍ପୂର୍ଣ୍ଣ ବିପରୀତରେ ଯିବା ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଆଶାବ୍ୟକ୍ତ କରିଛନ୍ତି। ଫଳାଫଳ ଆସିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ ବୋଲି ସୋମବାର ସୋନିଆ ଏକ ଗଣମାଧ୍ୟମକୁ କହିଛନ୍ତି। ଶନିବାର ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ବୁଥ୍‌ ବାହୁଡ଼ା ଜନମତ ସର୍ଭେରେ ଏନ୍‌ଡିଏ ୩୫୦ରୁ ଅଧିକ ଆସନ ଜିତି ତୃତୀୟ ଥର ସରକାର ଗଢ଼ିବ ବୋଲି ପୂର୍ବାନୁମାନ କରିଥିଲେ। ଏପରିକି କେତେକ ଏକ୍‌ଜିଟ୍‌ ପୋଲ୍‌ରେ ଏନ୍‌ଡିଏକୁ ୪୦୦ରୁ ଅଧିକ ଆସନ ମିଳିବ ବୋଲି ଆକଳନ କରାଯାଇଥିଲା। ତେବେ କଂଗ୍ରେସ ଓ ଇଣ୍ଡିଆ ବ୍ଲକ୍‌ର ଅନ୍ୟ ଦଳଗୁଡ଼ିକ ଏକ୍‌ଜିଟ୍‌ ପୋଲ୍‌ ଆକଳନକୁ ବିଭ୍ରାନ୍ତିକର କହି ଅଗ୍ରାହ୍ୟ କରିଛନ୍ତି। ବିରୋଧୀ ମେଣ୍ଟ ପରବର୍ତ୍ତୀ ସରକାର ଗଢ଼ିବ ବୋଲି ସେମାନେ କହିଛନ୍ତି।

The post ଫଳାଫଳ ଏକ୍‌ଜିଟ୍‌ ପୋଲ୍‌ ବିପରୀତ ହେବ: ସୋନିଆଙ୍କ ବଡ଼ ଭବିଷ୍ୟବାଣୀ appeared first on Dharitri Odia News.