୪ ମାସ ତଳେ କରିଥିଲେ ବିବାହ, ଆଜି ମିଳିଲା ମହିଳାଙ୍କ କଟା ମୁଣ୍ଡ

ସୁନ୍ଦରଗଡ,୨୨।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁଡୁକା କଲେଜ ପଛପାଖ ଦେଇ ଯାଇଥିବା ସରଡେଗା-ଝାରସୁଗୁଡା ରେଳପଥ ଧାରଣାରୁ ଗୁରୁବାର ସକାଳେ ଜଣେ ବିବାହିତା ମହିଳାଙ୍କ କଟା ମୁଣ୍ଡ ଉଦ୍ଧାର କରାଯାଇଛି। ଖୋଜାଖୋଜି ପରେ କିଛି ଦୂରରୁ ବିଖଣ୍ଡିତ ଶରୀର ଉଦ୍ଧାର କରିଛି ପୋଲିସ ଜବତ କରିଛି। ମୃତ ମହିଳାଙ୍କ ନାମ ସୁନୀତା ନାଏକ (୨୨)ବୋଲି ଜଣାଯାଇଛି। ସେ ସ୍ଥାନୀୟ ବରପାଲି ଗ୍ରାମର ବୋଲି ଜଣାପଡିଛି। ସେ ୪ ମାସରେ ତଳେ ବିବାହ କରିଥିଲେ। […] The post ୪ ମାସ ତଳେ କରିଥିଲେ ବିବାହ, ଆଜି ମିଳିଲା ମହିଳାଙ୍କ କଟା ମୁଣ୍ଡ appeared first on Dharitri Odia News.

୪ ମାସ ତଳେ କରିଥିଲେ ବିବାହ, ଆଜି ମିଳିଲା ମହିଳାଙ୍କ କଟା ମୁଣ୍ଡ

ସୁନ୍ଦରଗଡ,୨୨।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁଡୁକା କଲେଜ ପଛପାଖ ଦେଇ ଯାଇଥିବା ସରଡେଗା-ଝାରସୁଗୁଡା ରେଳପଥ ଧାରଣାରୁ ଗୁରୁବାର ସକାଳେ ଜଣେ ବିବାହିତା ମହିଳାଙ୍କ କଟା ମୁଣ୍ଡ ଉଦ୍ଧାର କରାଯାଇଛି। ଖୋଜାଖୋଜି ପରେ କିଛି ଦୂରରୁ ବିଖଣ୍ଡିତ ଶରୀର ଉଦ୍ଧାର କରିଛି ପୋଲିସ ଜବତ କରିଛି। ମୃତ ମହିଳାଙ୍କ ନାମ ସୁନୀତା ନାଏକ (୨୨)ବୋଲି ଜଣାଯାଇଛି। ସେ ସ୍ଥାନୀୟ ବରପାଲି ଗ୍ରାମର ବୋଲି ଜଣାପଡିଛି। ସେ ୪ ମାସରେ ତଳେ ବିବାହ କରିଥିଲେ। ବୁଧବାର ରାତିରେ ଘରୁ ଚାଲିଯାଇ ରେଳ ଧାରଣାରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

The post ୪ ମାସ ତଳେ କରିଥିଲେ ବିବାହ, ଆଜି ମିଳିଲା ମହିଳାଙ୍କ କଟା ମୁଣ୍ଡ appeared first on Dharitri Odia News.