ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର
ଯାଜପୁର : ବଜ୍ରାଘାତରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର । ଯାଜପୁର ଜିଲ୍ଲା ବୈରୀ ଥାନା ଅଧୀନ ସୋଲର ଗ୍ରାମର ଦୁଇ ଭାଇ ଉତ୍କଳ ଓଝା ଓ ବିକ୍ରମ ଓଝା ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଦୁଇ ଭାଇ ଗୁରୁତର ହୋଇଥିଲେ । ଉଭୟଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ […] The post ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର appeared first on KNews Odisha.

ଯାଜପୁର : ବଜ୍ରାଘାତରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର । ଯାଜପୁର ଜିଲ୍ଲା ବୈରୀ ଥାନା ଅଧୀନ ସୋଲର ଗ୍ରାମର ଦୁଇ ଭାଇ ଉତ୍କଳ ଓଝା ଓ ବିକ୍ରମ ଓଝା ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଦୁଇ ଭାଇ ଗୁରୁତର ହୋଇଥିଲେ । ଉଭୟଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ଉତ୍କଳ ଓଝା । ଆଜି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିବା ବେଳେ ଘଟିଛି ଏହି ଅଘଟଣ ।
The post ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର appeared first on KNews Odisha.