ITI ପ୍ରାର୍ଥୀଙ୍କ ପାଇଁ ବଡ ନିଯୁକ୍ତି, ଖାଲି ପଡିଛି ୮୩୫ ପଦବୀ
ରେଲୱେ ଚାକିରି ପାଇଁ ଇଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ (SECR), ବିଳାଶପୁର ମଣ୍ଡଳ(ଛତିଶଗଡ଼)ରେ ଆପ୍ରେଣ୍ଟିସ୍ ପଦବୀ ଖାଲି ରହିଛି। ଏହି ପଦବୀ ପାଇଁ 835 ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଆବେଦନକାରୀ ITI ପାସ କରିଥିବା ଜରୁରୀ । କାର୍ପେଣ୍ଟର, ପ୍ଲମ୍ବର, ଫିଟର ଭଳି ବିଭିନ୍ନ ଟ୍ରେଡ଼ର ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ । ମନୋନୀତ ପ୍ରାର୍ଥୀଙ୍କୁ ଗୋଟିଏ ବର୍ଷର ଟ୍ରେନିଂ ଦିଆଯିବ । […] The post ITI ପ୍ରାର୍ଥୀଙ୍କ ପାଇଁ ବଡ ନିଯୁକ୍ତି, ଖାଲି ପଡିଛି ୮୩୫ ପଦବୀ appeared first on KNews Odisha.

ରେଲୱେ ଚାକିରି ପାଇଁ ଇଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ (SECR), ବିଳାଶପୁର ମଣ୍ଡଳ(ଛତିଶଗଡ଼)ରେ ଆପ୍ରେଣ୍ଟିସ୍ ପଦବୀ ଖାଲି ରହିଛି। ଏହି ପଦବୀ ପାଇଁ 835 ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଆବେଦନକାରୀ ITI ପାସ କରିଥିବା ଜରୁରୀ । କାର୍ପେଣ୍ଟର, ପ୍ଲମ୍ବର, ଫିଟର ଭଳି ବିଭିନ୍ନ ଟ୍ରେଡ଼ର ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ । ମନୋନୀତ ପ୍ରାର୍ଥୀଙ୍କୁ ଗୋଟିଏ ବର୍ଷର ଟ୍ରେନିଂ ଦିଆଯିବ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଇଚ୍ଛୁକ ଥିବା ପ୍ରାର୍ଥୀ ବର୍ତ୍ତମାନ SECR ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର SECR ୱେବସାଇଟକୁ ଯାଇ ନୋଟିଫିକେସନରେ ଚେକ କରିପାରିବେ ।
ପଦବୀ ବିବରଣୀ :୮୩୫
କାର୍ପେଣ୍ଟର – ୩୮
ଇଲେକ୍ଟ୍ରିସିଆନ -୧୮୨
ମେକାନିକ -୫
ଫିଟର -୨୦୮
ମେସିନିଷ୍ଟ -୪
ପେଣ୍ଟର -୪୫
ପ୍ଲମ୍ବର -୨୫
କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ -୧୦୦
ଡ୍ରାଫ୍ଟସମ୍ୟାନ -୧୧
ଆର.ଏ.ସି ମେକାନିକ -୪୦
ସିଟ୍ ମେଟାଲ୍ ୱାର୍କର -୪
ଷ୍ଟେନୋଗ୍ରାଫର(ଇଂରାଜୀ) -୨୭
ଷ୍ଟେନୋଗ୍ରାଫର(ହିନ୍ଦୀ) -୧୯
ଡିଜେଲ ମେକାନିକ -୮
ଟର୍ଣ୍ଣର -୪
ୱେଲଡର – ୧୯
ୱାୟାରମ୍ୟାନ୍ -୯୦
ପରୀକ୍ଷାଗାର ସହାୟକ -୪
ଡିଜିଟାଲ୍ ଫଟୋଗ୍ରାଫର -୪
ବୟସ ସୀମା :ଆବେଦନକାରୀ ସର୍ବନିମ୍ନ ୧୫ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ନିୟମାନୁଯାୟୀ ଛାଡ଼ କରାଯିବ ।
Also Read:UPSC ପକ୍ଷରୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ
The post ITI ପ୍ରାର୍ଥୀଙ୍କ ପାଇଁ ବଡ ନିଯୁକ୍ତି, ଖାଲି ପଡିଛି ୮୩୫ ପଦବୀ appeared first on KNews Odisha.