ପାରିବାରିକ କଳହର କରୁଣ ପରିଣିତି , ସ୍ତ୍ରୀକୁ ଠେଙ୍ଗାରେ ପିଟି ଜୀବନ ନେଲା ସ୍ଵାମୀ
ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣିତି । ସୈତାନ୍ ସ୍ୱାମୀର ଜଘନ୍ୟ କାଣ୍ଡ ରାକ୍ଷସ ସାଜିଲା ସ୍ବାମୀ । ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କଳହକୁ ନେଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ନିର୍ମମ ଭାବେ ହତ୍ୟା କରିବା ପରେ ଫେରାର ହେଉଥିବା ବେଳେ ଅଧା ବାଟରେ ମାଡ଼ି ବସିଲା ପୋଲିସ । ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରଘୁବାରୀ ପଞ୍ଚାୟତ ମାତାବାରୁ ଗାଁରେ ଘଟିଛି ଏଭଳି ହତ୍ୟା କାଣ୍ଡ । ରଘୁବାରି ପଞ୍ଚାୟତ […] The post ପାରିବାରିକ କଳହର କରୁଣ ପରିଣିତି , ସ୍ତ୍ରୀକୁ ଠେଙ୍ଗାରେ ପିଟି ଜୀବନ ନେଲା ସ୍ଵାମୀ appeared first on KNews Odisha.

ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣିତି । ସୈତାନ୍ ସ୍ୱାମୀର ଜଘନ୍ୟ କାଣ୍ଡ ରାକ୍ଷସ ସାଜିଲା ସ୍ବାମୀ । ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କଳହକୁ ନେଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ନିର୍ମମ ଭାବେ ହତ୍ୟା କରିବା ପରେ ଫେରାର ହେଉଥିବା ବେଳେ ଅଧା ବାଟରେ ମାଡ଼ି ବସିଲା ପୋଲିସ । ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରଘୁବାରୀ ପଞ୍ଚାୟତ ମାତାବାରୁ ଗାଁରେ ଘଟିଛି ଏଭଳି ହତ୍ୟା କାଣ୍ଡ । ରଘୁବାରି ପଞ୍ଚାୟତ ବିଲାଙ୍ଗଦୁନି ଗାଁର ତୂତୁ ମାଝୀଙ୍କ ଝିଅ ସବିତା ମାଝୀ ଉକ୍ତ ପଞ୍ଚାୟତର ମାତାଵାରୁ ଗାଁର ଚିତ୍ର ମାଝୀଙ୍କୁ ବିବାହ କରିଥିଲେ ।
ଗତ ରବିବାର ଦିନ ସନ୍ଧ୍ୟା ପ୍ରାୟ ୬ ଟା ବେଳେ ସ୍ଵାମୀ ସ୍ତ୍ରୀ ଦୁଇଜଣ ମଦ ପିଇଥିଲେ ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ସ୍ତ୍ରୀ ସବିତା ସ୍ବାମୀ ଚିତ୍ରକୁ ହାତ ଉଠାଇ ଥିଲେ । ପରେ ସ୍ଵାମୀ ଚିତ୍ର ପାଲଟି ଯାଇଥିଲା ନର ରାକ୍ଷସ । ସ୍ତ୍ରୀ ସବିତାକୁ ଧକା ମାରି ତଳେ ପକାଇ ଏକ ଠେଙ୍ଗା ସାହାର୍ଯ୍ୟରେ ସବିତାଙ୍କ ମୁଣ୍ଡରେ ଆଘାତ କରିଥିଲେ ଫଳରେ ଘଟଣା ସ୍ଥଳରେ ସବିତାଙ୍କ ମୃତ୍ୟୁ ହୋଇ ଥିବା ପୋଲିସ ପ୍ରକାଶ କରିଛି । ଘଟଣା ବିଷୟରେ ଖବର ପାଇ ବିଷମ କଟକ ଏସଡିପିଓ ସନ୍ତୋଷିନୀ ଓରାମଙ୍କ ସମେତ ଅମ୍ବାଦଳା ଆଇଆଇସି ସହ ସାଇଣ୍ଟଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ସେପଟେ ଅଭିଯୁକ୍ତ ଚିତ୍ର ମାଝୀଙ୍କୁ ଗିରଫ କରିବା ସହ ଅଧିକ ପଚରା ଉଚରା କରୁଛି ପୋଲିସ । ପ୍ରକାଶ ଥାଉକି ଅଭିଯୁକ୍ତ ଚିତ୍ର ସ୍ତ୍ରୀକୁ ହତ୍ୟା କରିବା ପରେ ଅନ୍ୟ ରାଜ୍ୟକୁ ଫେରାର ହେବାକୁ ଯାଉଥିବା ବେଳେ ଆଧା ବାଟରୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ତେବେ ଅମ୍ବାଦଳା ଥାନାରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ସବିତାଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ଜଣାପଡିଛି ।
Also read :ଓହୋ…କି କଷ୍ଟ: ବାପା, ପୁଅଙ୍କ ଆଖି ସାମ୍ନାରେ ଚାଲିଗଲା ମାଆର ଜୀବନ
The post ପାରିବାରିକ କଳହର କରୁଣ ପରିଣିତି , ସ୍ତ୍ରୀକୁ ଠେଙ୍ଗାରେ ପିଟି ଜୀବନ ନେଲା ସ୍ଵାମୀ appeared first on KNews Odisha.